ଶାନ୍ତିଲତା ବାରିକ

ଓଡ଼ିଆ କଣ୍ଠଶିଳ୍ପୀ

ଶାନ୍ତିଲତା ବାରିକ (୧୯୫୮ – ୧ ଅପ୍ରେଲ ୨୦୨୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ କଣ୍ଠଶିଳ୍ପୀ ଥିଲେ ।[୧] ଜଣେ ଭଜନ ଗାୟିକା ଭାବରେ ସେ ବେଶୀ ପରିଚିତ ଥିଲେ । ସେ ଆକାଶବାଣୀ କଟକର ଜଣେ ସ୍ୱୀକୃତିପ୍ରାପ୍ତ ଗାୟିକା ଥିଲେ ।[୨] ତାଙ୍କର ଜଣାଶୁଣା ଗୀତ ମଧ୍ୟରେ "ଥକାମନ ଚାଲ ଯିବା", "ଭଜି ଭଜି ତୋ ନାମ", "ହେ ଚନାନୟନ" ଏବଂ "ବାଲିରେଣୁ ମହାବନ୍ଧ" ଆଦି ଅନ୍ୟତମ । ସଂଗୀତକୁ ତାଙ୍କର ଅବଦାନ ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ଶାନ୍ତିଲତା ବାରିକ
ଜନ୍ମ୧୯୫୮
ବିଷ୍ଣୁପୁର, ନିମାପଡ଼ା, ପୁରୀ, ଓଡ଼ିଶା
ମୃତ୍ୟୁ୧ ଅପ୍ରେଲ ୨୦୨୪(2024-04-01) (ବୟସ ୬୫–୬୬)
ଜାତୀୟତାଭାରତୀୟ
ପ୍ରସିଦ୍ଧି(ଓଡ଼ିଆ) କଣ୍ଠଶିଳ୍ପୀ
ବୈବାହିକ-ସାଥୀବସନ୍ତ ଛୋଟରାୟ
ପୁରସ୍କାରଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ପ୍ରାରମ୍ଭିକ ଜୀବନ

ଶାନ୍ତିଲତା ବାରିକ ୧୯୫୮ ମସିହାରେ ପୁରୀ ଜିଲ୍ଲା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ କମଳା ଦେବୀ ଓ ପିତାଙ୍କ ନାମ ବାସୁଦେବ ବାରିକ । [୩] ସେ ବ୍ରହ୍ମଗିରି ଅଞ୍ଚଳର କୁନାବେଣ୍ଟି ଗାଆଁର ବାସିନ୍ଦା ବସନ୍ତ ଛୋଟରାୟଙ୍କୁ ବିବାହ କରିଥିଲେ ।[୪] ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଅଛନ୍ତି ।[୨]

ସଙ୍ଗୀତ ଜୀବନ

ଶାନ୍ତିଲତା ବାରିକ ବାଳକୃଷ୍ଣ ଦାଶ, ମାର୍କଣ୍ଡେୟ ମହାପାତ୍ର, ସିଂହାରୀ ଶ୍ୟାମସୁନ୍ଦର କର ପ୍ରମୁଖ ସଙ୍ଗୀତ ଗୁରୁମାନଙ୍କଠାରୁ ସଙ୍ଗୀତ ଶିକ୍ଷା ନେବା ସହିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତକ (ଆଚାର୍ଯ୍ୟ) କରିଥିଲେ ।[୫] ୧୯୮୭ ମସିହାରେ, ସେ ଗାଇଥିବା ଜଗନ୍ନାଥ ଭଜନ ହେ ଚକାନୟନଦ୍ୱାରା ତାଙ୍କୁ ଲୋକପ୍ରିୟତା ମିଳିଥିଲା ।[୨] "ଥକାମନ ଚାଲ ଯିବା", "ଭଜି ଭଜି ତୋ ନାମ", "ଜଗନ୍ନାଥ ତୁମେ ବଡ଼ ଛଳିଆ" ଆଦି ଲୋକପ୍ରିୟ ଓଡ଼ିଆ ଭଜନ ଗାୟିକା ଭାବରେ ସେ ଜଣାଶୁଣା ।[୬]

କଥାଚିତ୍ର

ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[୫]

ମୃତ୍ୟୁ

୨୦୧୧ ମସିହାରୁ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେବା ସହ ୨୦୨୦ପରଠାରୁ କରୋନାରେ ଆକ୍ରାନ୍ତ ହେବା ପରେ ସେ ଅସୁସ୍ଥ ରହୁଥିଲେ ।[୨][୭] ୨୦୨୪ ଅପ୍ରେଲ ୧ରେ ତାଙ୍କ କର୍କଟ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା ।[୧]

ଆଧାର

ବାହାର ଲିଙ୍କ୍

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ