ଶ୍ରଦ୍ଧା ପାଣିଗ୍ରାହୀ

ଓଡ଼ିଆ ଅଭିନେତ୍ରୀ

ଶ୍ରଦ୍ଧା ପାଣିଗ୍ରାହୀ ଜଣେ ଭାରତୀୟ‌-ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଓଡ଼ିଆ ଦୂରଦର୍ଶନ ଧାରାବାହିକ, ୱେବ୍‌ ସିରିଜ୍ ଆଦିରେ ଅଭିନୟ କରନ୍ତି । ସେ ପ୍ରଥମେ ୨୦୧୫ ମସିହାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଏକ ରିଆଲିଟି ଶୋ', ମିଠା ମିଠା ଯୋଡ଼ିରେ ଭାଗନେଇଥିଲେ । ସେ ବିଜୟୀ ହୋଇନଥିଲେ ମଧ୍ୟ ମିଠା ମିଠା କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।[୧] ଏହାପରେ ସେ ତରଙ୍ଗ ଟିଭିରେ ଆମ ଘର ଲକ୍ଷ୍ମୀ ଧାରାବାହିକରେ ଅଭିନୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଅଧା ଲେଖା ଚିଠି, ସାହେବ ବିବି ଔର୍ ଶାଲା, ସାହେବ ବିବି ଔର୍ ଶାଶୁମା ଆଦି ୱେବ୍ ସିରିଜ୍‌ରେ ଅଭିନୟ କରିଥିଲେ ।

ଶ୍ରଦ୍ଧା ପାଣିଗ୍ରାହୀ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୭ରୁ-ଏବେଯାଏଁ

ଅଭିନୟ ଜୀବନ

ଶ୍ରଦ୍ଧା ପାଣିଗ୍ରାହୀ ୨୦୧୫ ମସିହାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଏକ ରିଆଲିଟି ଶୋ ମିଠା ମିଠା ଯୋଡ଼ିରେ ଯୋଗ ଦେଇଥିଲେ ।[୨] ସେ ଏଥିରେ ଫାଇନାଲିଷ୍ଟ ହୋଇଥିଲେ ଓ ଏହି ରିଆଲିଟି ଶୋ'ର ଚଳଚ୍ଚିତ୍ର ମିଠା ମିଠାରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଏହା ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ।[୩]

ସେ ତରଙ୍ଗ ଟିଭିରେ ପ୍ରସାରିତ ଓଡ଼ିଆ ଧାରାବାହିକ ଆମ ଘର ଲକ୍ଷ୍ମୀରେ ଅଭିନୟ କରିଥିଲେ । ସେ ସେଥିରେ ସେ ନନ୍ଦିନୀ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି ଧାରାବାହିକରେ ତାଙ୍କ ସହିତ ସ୍ନିଗ୍ଧା ମହାନ୍ତି, ମାମୁନି ପଣ୍ଡା ଆଦି ଅଭିନେତ୍ରୀମାନେ ଅଭିନୟ କରିଥିଲେ । ୨୦୨୦ ମସିହାରୁ ମଞ୍ଜରୀ ଟିଭିରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ ମୋ ଦେହେ ବୋଳି ଦେ ତୋ ରଙ୍ଗ କଳାରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ଜ୍ୟୋତିପ୍ରକାଶ ପଣ୍ଡା, ପ୍ରିୟମ୍ବଦା ରାୟ, ଭୂପତି ତ୍ରିପାଠୀ, ଅକ୍ଷୟ ବସ୍ତିଆ, ଦୁଷ୍ମନ୍ତ ପତି, କେଦାର ମିଶ୍ର ଆଦି ମଧ୍ୟ ଅଭିନୟ କରିଥିଲେ ।[୫]

ଶ୍ରଦ୍ଧା ଓଡ଼ିଆ ଧାରାବାହିକ ଓ କଥାଚିତ୍ରରେ ଅଭିନୟ କରିବା ସହିତ କିଛି ୱେବ୍ ସିରିଜ୍ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ତାଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ୟୁ ଟ୍ୟୁବ୍‌ରେ ମୁକ୍ତିଲାଭ କରିଥିଲା ଏବଂ ୨୦୨୧ ମସିହାରେ ତାଙ୍କର ଅନ୍ୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମୁଖା ଆଓ NXTରେ ମୁକ୍ତିଲାଭ କରିଥିଲା ।[୬]

୨୦୨୧ ମସିହାରେ ମହିଳା ଦିବସ ଅବସରରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ବିସର୍ଜନରେ ସେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସୁଭାଶିଷ ଶର୍ମା, ଲରେନ୍ସ, ଅନିକେତ ଆଦି କଳାକାରମାନେ ଅଭିନୟ କରିଥିଲେ ।[୭]

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୭ମିଠା ମିଠାପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮ଅଧା ଲେଖା ଚିଠିମିତାକ୍ଷୁଦ୍ର ଚଳଚ୍ଚିତ୍ର
୨୦୨୧ମୁଖାକ୍ଷୁଦ୍ର ଚଳଚ୍ଚିତ୍ର
୨୦୨୧ବିସର୍ଜନନନ୍ଦିନୀଟିଭି ଚଳଚ୍ଚିତ୍ର (ମଞ୍ଜରୀ ଟିଭି)

ଅଭିନୀତ ଧାରାବାହିକ

ବର୍ଷଧାରାବାହିକଭୂମିକାଚେନାଲ୍
୨୦୧୬ଆମ ଘର ଲକ୍ଷ୍ମୀନନ୍ଦିନୀତରଙ୍ଗ ଟିଭି
୨୦୨୦ମୋ ଦେହେ ବୋଳି ଦେ ତୋ ଦେହ କଳାମଞ୍ଜରୀ ଟିଭି

ଅଭିନୀତ ୱେବ୍-ସିରିଜ୍

ବର୍ଷସିରିଜ୍ଭୂମିକାଚେନାଲ୍
୨୦୧୮ସାହେବ ବିବି ଔର୍ ଶାଲାଶ୍ରଦ୍ଧାୟୁ-ଟ୍ୟୁବ୍
୨୦୨୧ସାହେବ ବିବି ଶାଲା ଆଉ ଶାସୁମାଶ୍ରଦ୍ଧାୟୁ-ଟ୍ୟୁବ୍

ଆଧାର

ଅଧିକ ତଥ୍ୟ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ