ଶ୍ରୀ ଶ୍ରୀନିବାସ ପେରୁମଳ ମନ୍ଦିର

ଶ୍ରୀ ଶ୍ରୀନିବାସ ପେରୁମଳ ମନ୍ଦିର ସିଙ୍ଗାପୁର ମହାନଗରର ଏକ ସର୍ବପୁରାତନ ମନ୍ଦିର । ଏକା ସେଠାରେ ଥିବା ସେରଙ୍ଗୁନ ରୋଡ ଅଞ୍ଚଳରେ "ଲିଟିଲ ଇଣ୍ଡିଆ " ନାମକ ଏକ ସ୍ଥାନରେ ଅବସ୍ଥିତ । ସେଠାରେ ସୁଉଛ ଗୋପୁରମ ବା ସ୍ତମ୍ଭରେ ଭଗବାନ ବିଷ୍ଣୁଙ୍କ ବିଭିନ୍ନ ଅବତାରର କ୍ଷୋଦିତ ଚିତ୍ର ସବୁ ରହିଛି ।[୧] ମନ୍ଦିରଟି 1855 ମସିହାରେ ପ୍ରଥମେ ନିର୍ମିତ ହେଇଥିଲା ।ପ୍ରଥମ ମନ୍ଦିରଟି ସିଙ୍ଗାପୁରଠାରେ ରହୁଥିବା ଅରୁଣାଚଳ ପିଲାଇ, ଶ୍ରୀନବସ ପିଲାଇ ଇତ୍ୟାଦି କେତେକ ଭାରତୀୟ ବ୍ୟବସାୟୀ ଯାହାଙ୍କ ବ୍ରିଟିଶମାନଙ୍କ ଇସ୍ଟ ଇଣ୍ଡିଆ କମ୍ପାନୀ ସହ ଉତ୍ତମ ସମ୍ପର୍କ ଥିଲା , ସେମାନଙ୍କ ଉଦ୍ୟମରେ ନିର୍ମିତ ହେଇଥିଲା । [୨]

Sri Srinivasa Perumal Temple
The gopuram of Sri Srinivasa Perumal Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନLittle India
CountrySingapore
Architecture
TypeDravidian architecture
P. Govindasamy Pillai
Website
SriSrinivasaPerumalTemple

ମନ୍ଦିରର ପୁନର୍ନିର୍ମାଣ

ତେବେ ସେଠାରେ 20 ମିଟର ଉତ୍ଚ ସ୍ତମ୍ଭ 1966 ମସିହାରେ 300,000 ସିଙ୍ଗାପୁର ପାଉଣ୍ଡ  ଅର୍ଥ ବ୍ୟୟରେ ନିର୍ମିତ ହେଇଥିଲା । ମନ୍ଦିରର ପାଞ୍ଚ-ସ୍ତରୀୟ ସ୍ଥାମା ବା ଗୋପୁରମକୁ ସିଙ୍ଗାପୁରକୁ ଯାଇ ସ୍ଥାୟୀ ଭାବରେ ବସବାସ କରିଥିବା ସଫଳ ବ୍ୟବସାୟୀ ଗୋବିନ୍ଦସ୍ୱାମୀ ପିଲାଇ[୩] ଦାନ କରିଥିଲେ । ସେ ଜଣେ ମହତ ଓ ପରୋପକାରୀ ବ୍ୟକ୍ତି ଭାବରେ ସେଠାରେ ପ୍ରସିଦ୍ଧ ଓ ତାଙ୍କର ବଂଶଧରମାନେ ମଧ୍ୟ ସେହି ପରମ୍ପରାକୁ ଅକ୍ଷୁର୍ଣ ରଖିଛନ୍ତି । 

ଚତୁପାର୍ଶ୍ୱ ସାଜସଜ୍ଜା

ପେରୁମଳ ମନ୍ଦିରର ଚତୁପାର୍ଶ୍ୱ ଏକଦା ପୁଷ୍କରିଣୀ ଓ ଉଦ୍ୟାନ ଥିଲା । ମନ୍ଦିର ଭିତରକୁ ସେଠାରୁ ଏକ ଝରଣା ବହିଯଉଥିଲା । ଭକ୍ତମାନେ ସେଠାରେ ଉପାସନା ଆଗରୁ ପରିଷ୍କାର ହଉଥିଲେ ।ମନ୍ଦିର ଅଗଣାରେ ଏକ କୂପ ଥିଲା ଯଉଠାରେ ଝରଣାର ଜଳ ପଡୁଥିଲା । ସେଠାରେ ତୁଳାଷୀ ବୃକ୍ଷ ସବୁ ମଧ୍ୟ ରହିଛି । 

ନିର୍ମାଣ ଶୈଳୀ

ପୁନର ଉନ୍ନତିକାରଣ ହେଇଥିବା ମନ୍ଦିରଟି ଦକ୍ଷିଣ ଭାରତୀୟ ସ୍ଥାପତ୍ୟ କଳା ହିସାବରେ ନିର୍ମିତ । ସେଠାରେ ଦକ୍ଷିଣ ଭାରତର ମନ୍ଦିର ମନକୁ ଥିବା ବିଭିନ୍ନ ଦେବା ଦେବୀଙ୍କ ପ୍ରତିକୃତି ପରି ସେଠାରେ ମଧ୍ୟ ମନ୍ଦିର ସାମ୍ନା ପାଟରେ ବିହୀନନା ଦେବା ଦେବୀ ମୂର୍ତି ରହିଛି । ମନ୍ଦିର ଭିତରେ ପେରୁମଳ ବା ଭଗବାନ ବିଷ୍ଣୁଙ୍କ ପ୍ରତିକୃତି ସହିତ ତାଙ୍କ ପତ୍ନୀ ଲକ୍ଷ୍ମୀ ଓ ଅଣ୍ଡଳ , ଗରୁଡଙ୍କ ମଧ୍ୟ ପ୍ରତିକୃତି ରହିଛି । ଏଠାରେ ଭଗବାନ ତାଙ୍କର ନୀଳ ବର୍ଣ ରୂପ ଧାରଣ କରିଥାନ୍ତି । ମନ୍ଦିର ଛାତ ଉପରେ ମଧ୍ୟ ସୌର ମଣ୍ଡଳର ନବଗ୍ରହ  ଙ୍କ ବୃତ୍ତକାର  ଚିତ୍ର ଶୋଭାପାଇଥାଏ । 

ବାର୍ଷିକ ପର୍ବ ପର୍ବାଣି

ଏହି ମନ୍ଦିରରେ "ଥାଇପୁସମ " ପର୍ବ ବହୁ ଆଡମ୍ବରରେ ପାଳନ କରାଯାଇ ବହୁ ଭକ୍ତଙ୍କ ସମାଗମ ହେଇଥାଏ । ଏଠାରୁ ଭକ୍ତମାନେ ନୃତ୍ୟ[୪] କରିସାରି ତାଙ୍କ ରୋଡରେ ଥିବା ଅନନ୍ୟତମ ମନ୍ଦିର ଚେତ୍ତିଆର ମନ୍ଦିରକୁ ଯାଇଥାନ୍ତି । 

1978 ମସିହାରେ ଏହି ମନ୍ଦିରକୁ ସିଙ୍ଗାପୁରର ଜାତୀୟ ଏଈତିହ ଭାବରେ ଘୋଷଣା କରାଯାଇଛି ।[୫] 

ଗ୍ୟାଲେରି


ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ