ସରଳା ଠକରାଲ

ଭାରତୀୟ ଚିତ୍ରକର

ସରଲା ଠକ୍କ୍ରାଲ୍ (୧୯୧୪-୧୫ ମାର୍ଚ ୨୦୦୮ ) ପ୍ରଥମ ମହିଳା ବିମାନ ଚାଲିକା । [୧][୨][୩] ୧୯୧୪ ମସିହାରେ ଜନ୍ମଗ୍ରହଣ କରିଥିବା ସରଳା ୧୯୩୬ ମସିହାରେ ୨୧ ବର୍ଷ ବୟସରେ ବିମାନ ଚାଳନା ପାଇଁ ଲାଇସେନ୍ସ ହାସଲ କରିଥିଲେ । ସେତେବେଳକୁ ତାଙ୍କର ଗୋଟିଏ ୪ ବର୍ଷର ଝିଅ ମଧ୍ୟ ଥିଲା । ସେ ପ୍ରଥମେ ଏକ ଗିପସୀ ମଥ ସୋଲୋ ବିମାନ ଚଳେଇ ୧୦୦୦ ଘଣ୍ଟା ବିମାନ ଚାଳନାର ଅନୁଭବ ହାସଲ କଲାପରେ "ଏ" ଗ୍ରେଡ ଲାଇସେନ୍ସ ପାଇଥିଲେ ଓ ସେ ପ୍ରଥମ ଭାରତୀୟ ମହିଳା ଭାବରେ ଏହା ହାସଲ କରିଥିଲେ । ତାଙ୍କ ସ୍ୱାମୀ ପି .ଡି . ଶର୍ମାଙ୍କ ପରିବାର ଜଣେ ବିମାନ ଚାଳକଙ୍କ ପରିବାର ଥିଲା । ପରିବାରରେ ୯ ଜଣ ସଦସ୍ୟ ପାଇଲଟ ଥିଲେ । ନିଜେ ଶର୍ମା ଭାରତର ପ୍ରଥମ ଏୟାର ମେଲ ପାଇଲଟ ଥିଲେ । ସେ କରାଚି ଓ ଲାହୋର ମଧ୍ୟରେ ଏୟାରମେଲ ଚାଳନା କରୁଥିଲେ । [୪][୫]

Sarla Thakral
Sarla Thakral
ଜନ୍ମ1914
New Delhi, India
ମୃତ୍ୟୁ୧୫ ମାର୍ଚ୍ଚ ୨୦୦୮(୨୦୦୮-୦୩-୧୫)
ବୈବାହିକ-ସାଥୀ(s)P. D. Sharma , R.P Thakral

୧୯୩୯ ମସିହାରେ ବିମାନ ଦୁର୍ଘଟଣାରେ କାପ୍ଟେନ ଶର୍ମାଙ୍କ ଦୁଖଦାୟକ ମୃତ୍ୟୁ ଘଟିବା ପରେ ସାରଳା ନିଜର ଓ ନିଜ ଝିଅର ଭରଣ ପୋଷଣ ପାଇଁ ବାଣିଜ୍ୟିକ ବିମାନ ଚାଳନା ପାଇଁ ଆବେଦନ କରିଥିଲେ । ତେବେ ସେହି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ତାଙ୍କୁ ଅନୁମତି ମିଳିପାରି ନଥିଲା । ସେ ବାଧ୍ୟ ହେଇ ମାୟୋ ଆର୍ଟ ସ୍କୁଲରେ ଲଲିତା କଳା ଶିକ୍ଷା ଲାଭ  କରିଥିଲେ । 

ସେ ଆର୍ଯ୍ୟ ସମାଜର ଜଣେ ଭକ୍ତ ଥିଲେ ଓ ବେଦ [୬]ର ସାରକୁ ଜୀବନର ଆଧାର କରିଥିଲେ । ଏହି ସମୟରେ ଭାରତ ସ୍ୱାଧୀନ ହେଇ ବିଭାଜନ ମଧ୍ୟ ହେଲା ଓ ସେ ନିଜର ଦୁଇ ଝିଅଙ୍କୁ ନେଇ ଦିଲ୍ଲୀରେ ଆସି ରହିଲେ । ସେଠାରେ ସେ ୧୯୪୮ ମସିହାରେ ଆର . ପି . ଠକ୍କ୍ରାଳଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଜଣେ  ସଫଳ ବ୍ୟବସାୟୀ ମଧ୍ୟ ହେଇ ପାରିଥିଲେ ଓ ତାଙ୍କର ଆର୍ଟ ଶିକ୍ଷାର ଉପଯୋଗ କରି ବସ୍ତ୍ର ତଥା ଅଳଙ୍କାର[୭]ର ଡିଜାଇନର ଭାବରେ ମଧ୍ୟ କୃତି ହାସଲ କରିଥିଲେ । ୨୦୦୮ ମସିହାରେ ତାଙ୍କର ପରଲୋକ ଘଟିଥିଲା ।[୮] 

ଆଧାର 

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ