ସାବ୍ରି ବ୍ରଦର୍ସ

ସାବ୍ରି ବ୍ରଦର୍ସ ପାକିସ୍ଥାନ ଦେଶର ଏକ ସଙ୍ଗୀତ ଦଳ ଯିଏ ସୁଫି କବାଲି ଗୀତ ପରିବେଷଣ କରୁଥିଲେ ।

ସାବ୍ରି ବ୍ରଦର୍ସ (ପଞ୍ଜାବୀ ଭାଷାରେ, ଉର୍ଦ୍ଦୁ: صابری برادران) ପାକିସ୍ଥାନ ଦେଶର ଏକ ସଙ୍ଗୀତ ଦଳ ଯିଏ କ୍ରିଷ୍ଟି ଅର୍ଡ଼ର (Chishti Order) ସ‌ହିତ ନିକଟ ସମ୍ପର୍କ ରଖିଥିଲେ ଓ ସୁଫି କବାଲି ଗୀତ ପରିବେଷଣ କରୁଥିଲେ । ସେମାନଙ୍କୁ ଏକ ସର୍ବକାଳୀନ ଶ୍ରେଷ୍ଠ କବାଲି ଦଳର ମାନ୍ୟତା ଦିଆଯାଇଛି । ଗୁଲାମ ଫରିଦ ସାବ୍ରି ଓ ତାଙ୍କ ଭାଇ ମକବୁଲ ଅହମଦ ସାବ୍ରି ଏହି ଦଳର ନେତ୍ରୁତ୍ୱ ନେଉଥିଲେ । ସେମାନଙ୍କୁ ଅନେକ ସମୟରେ କବାଲିର ଶାହ-ଏନ-ଶାହ (କବାଲି ଦଳର ରାଜାଙ୍କର ରାଜା) ଓ ପାକିସ୍ଥାନର ଭ୍ରାମ୍ୟମାଣ ରାଷ୍ଟ୍ରଦୂତ କୁହାଯାଉଥିଲା । ମକବୁଲ ଅହମଦ ସାବ୍ରି ମାତ୍ର ୧୧ ବର୍ଷ ବୟସରେ ଏହି ଦଳ ଗଠନ କରିଥିଲେ ଯାହାକୁ ବଚ୍ଚା କବାଲି ପାର୍ଟି କୁହାଯାଉଥିଲା । ନିଜ ପିତାଙ୍କ ପ୍ରରୋଚନାରେ ତାଙ୍କ ବଡ଼ ଭାଇ ଗୁଲାମ ଫରିଦ ସାବ୍ରି ଅଳ୍ପ କାଳ ମଧ୍ୟରେ ସେହି ଦଳ ସ‌ହିତ ଯୋଗଦାନ କରି ସେହି ଦଳର ନେତା ହେଲେ ଓ ଦଳର ନାମ ସାବ୍ରି ବ୍ରଦର୍ସ ରଖାଗଲା ।[୧] ଆମେରିକା ଓ ପଶ୍ଚିମ ଦେଶମାନଙ୍କରେ କବାଲି ପରିବେଷଣ କରିବାରେ ସେହି ଦଳ ପ୍ରଥମ ଥିଲେ; ୧୯୭୫ ମସିହାରେ ନିୟୁ ୟୋର୍କରେ କାର୍ଞ୍ଜି ହଲରେ ସେମାନେ ପ୍ରଥମ ଏସିଆ କଳାକାର ଭାବରେ ପରିବେଷଣ କରିଥିଲେ ।[୨] ସାରା ପୃଥିବୀରେ ସାବ୍ରି ବ୍ରଦର୍ସ ଅନେକ ଭାବପୂର୍ଣ୍ଣ କବଳି ପରିବେଷଣ କରିଥିଲେ ଓ ତାଙ୍କର ବିରାଟ ମହତ୍ୱ ଥିଲା ।

"Shahenshah-e-Qawwali"

The Sabri Brothers

Pride of Performance
The Sabri Brothers & Ensemble
Background information
ଜନ୍ମସ୍ଥାନKalyana, East Punjab, India
ଶୈଳୀQawwali
କାର୍ଯ୍ୟକାଳ1956 – 2021
ଲେବଲ
  • EMI Pakistan
  • Arion
  • Auvidis
  • UNESCO
  • Real World
  • Piranha
  • Oriental Star Agencies
  • Xenophile
  • Sirocco
  • Nonesuch
ପୁରୁଣା ସଭ୍ୟGhulam Farid Sabri (1956–94)
Kamal Ahmed Khan Sabri (1956–2001)
Maqbool Ahmed Sabri (1956–2011)
Amjad Fareed Sabri (1982–1996)
Mehmood Ghaznavi Sabri
(1974 – 21 June 2021)

ପ୍ରାକ୍ ଜୀବନ

Ghulam Farid Sabri

ସାବ୍ରି ଭାଇମାନେ ତାଙ୍କ ପିତା ଇନାୟତ ହୁସେନ ସାବ୍ରିଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ପିତା ତାଙ୍କ ପୁତ୍ରମାନଙ୍କୁ କବାଲି ଓ ଭାରତୀୟ କ୍ଲାସିକାଲ ସଙ୍ଗୀତ ପ୍ରଶିକ୍ଷଣ ଦେଇଥିଲେ । ଗୁଲାମ ଫରିଦ ସାବ୍ରି, କମଲ ଅହମଦ ସାବ୍ରି ଓ ମକବୁଲ ଅହମଦ ସାବ୍ରି ଇତ୍ୟାଦି ଭାଇମାନେ ଉସ୍ତାଦ ଫତେଃଦିନ ଖାନ, ଉସ୍ତାଦ ରମଜାନ ଖାନ ଓ ଉସ୍ତାଦ ଲତାଫତ ହୁସେନଙ୍କଠାରୁ ଅଧିକ ସଙ୍ଗୀତ ଜ୍ଞାନ ଆହରଣ କରିଥିଲେ । ହଜରତ ହାଇରାତ ଅଲି ଶାହ ୱାର୍ସିଙ୍କଠାରୁ ସେମାନେ କବିତା ଲେଖିବା ଜ୍ଞାନ ପାଇଥିଲେ ।

ପରିବେଷଣ

୨୦ ଜୁନ ୧୯୭୬ ମସିହାରେ ସାବ୍ରି ବ୍ରଦର୍ସ ରୟଲ ଆଲବର୍ଟ ହଲରେ ଅନଷ୍ଠିତ ୱର୍ଲଡ ଅଫ ଇସଲାମ ଫେଷ୍ଟିଭାଲରେ ପରିବେଷଣ କରିଥିଲେ ।[୩] ଏପ୍ରିଲ ୧୯୭୮ରେ ସାବ୍ରି ବ୍ରଦର୍ସ ନିୟୁ ୟୋର୍କ ପରିଭ୍ରମଣ କରୁଥିବା ବେଳେ 'କବାଲି' ଆଲବନ ରେକର୍ଡ଼ କରେଇଥିଲେ । ନିୟୁ ୟୋର୍କ ଟାଇମସ ଏହାକୁ ଅରାଲ ଇକ୍ୱିଭାଲେଣ୍ଟ ଅଫ ଡାନ୍ସିଙ୍ଗ ଡର୍ଭିସେସ (the aural equivalent of dancing dervishes) ଓ ଅନୁଭର ସଙ୍ଗୀତ ନାମ ଦେଇଥିଲେ ।[୪]

ଭାରତ ପରିଭ୍ରମଣ ସମୟରେ ୧୯୭୭ରେ ବଲିଉଡର ନାମୀ କଳାକାରମାନେ ତାଙ୍କର କନସର୍ଟରେ ଯୋଗଦାନ କରିଥିଲେ । ସେହି ସମୟରେ ସେମାନେ 'ଅଫତାବ ଏ ରିସାଲତ ମଦିନେ ମେଇ ହାଏ' ରେକର୍ଡ଼ କରିଥିଲେ ଯାହା ୧୯୭୯ରେ ବଲିଉଡର ସୁଲତାନ ଏ ହିନ୍ଦ ଖ୍ୱାଜା ଗରିବ ନ‌ୱାଜ ଚଳଚ୍ଚିତ୍ରରେ ପରିବେଷଣ କରାଯାଇଥିଲା । ଅଫତାବ ଏ ରିସାଲତଙ୍କର ସଙ୍ଗୀତ ଭିଡିଓ ଏକ ବ୍ଲକ ବୁଷ୍ଟର ହୋଇଥିଲା । [୫]

ବିଶାଳ ବିବାଦ

ଅନେକ ଲୋକ ମନେକରନ୍ତି ନୁସରତ ଫତେ ଅଲି ଖାନ ଅପେକ୍ଷା ସାବ୍ରି ବ୍ରଦର୍ସଙ୍କର ବାଦ୍ୟ ଯନ୍ତ୍ର ଅଧକ ସାହସପୁର୍ଣ୍ଣ ଥିଲା ।[୬] ଅଜିଜ ଖାନ ଆଲ୍ଲାଙ୍କ ସମୀପରେ ଥିବା ଭଳି ଉପସ୍ଥାପନ କରୁଥିଲେ ଓ ୩୦୦୦ରୁ ଅଧିକ ଦୋହା କ‌ହିଥିଲେ । ମହିଳା ସୌନ୍ଦର୍ଯ୍ୟର ସୃଷ୍ଟିକୁ ନୁସରତ ଅତି ସୁନ୍ଦର ଓ ପୁର୍ଣ୍ଣତା ଭାବରେ ଉପସ୍ଥାପନ କରୁଥିଲେ ।

ପରମ୍ପରା ପ୍ରାପ୍ତ

  • ଅଲ-ମସଜିଦ ଆନ-ନବ‌ୱି (Al-Masjid an-Nabawi) ପାଖରେ ଥିବା ମଦିନା ଶରିଫରେ ପ୍ରଦର୍ଶନର ଗୌରବ ପ୍ରାପ୍ତ ହୋଇଥିଲେ ।
  • ସେମାନେ ପାର୍ଶୀ ଭାଷାରେ ଉତ୍ତମରୂପେ ଗାଉଥିଲେ ଓ ଅମିର ଖୁସ୍ରୁଙ୍କର କବିତାକୁ ସଙ୍ଗୀତମୟ କରି ତୋଳୁଥିଲେ ।[୭]
  • ପ୍ରସିଦ୍ଧ ସୁଫି ସଙ୍ଗୀତଜ୍ଞ ଅବିଦା ପରବୀନ ସାବ୍ରି ବ୍ରଦର୍ସଙ୍କର ଶିଷ୍ୟା ଥିଲେ । ଗୋଟିଏ ଇଣ୍ଟରଭିୟୁରେ ଅବିଦା ପ୍ରକାଶ କରିଥିଲେ ଯେ ସେ ମନ କୁନ୍ତୋ ମଉଲା ଗୀତଟି ସାବ୍ରି ବ୍ରଦର୍ସଙ୍କଠାରୁ ଶିକ୍ଷା କରିଥିଲେ ଓ ପ୍ରେରଣ ପାଇଥିଲେ ।[୮]
  • ୨୦୦୬ ମସିହାର ଅମାତୁଲ୍ଲା ଆର୍ମସ୍ଟ୍ରଙ୍ଗ ଗୋଟିଏ ବ‌ହି ଲେଖିଥିଲେ ଯାହାର ନାମ ଥିଲା ଦି ଲ୍ୟାପ ଅଫ ଲଭ -ଜର୍ଣ୍ଣି ଉଇଥ ସାବ୍ରି ବ୍ରଦର୍ସ ଯେଉଁଥିରେ ଭାରତ ଓ ପାକିସ୍ଥାନର ସୁଫି ଫକିର ଓ ସେମାନଙ୍କର ମଜାର ରୁପରେ ଗବେଷଣା କଥା ଲେଖାଯାଇଥିଲା ଓ ପାକିସ୍ଥାନର ଜନପ୍ରିୟ ସୁଫି ଗାୟକ ସାବ୍ରି ବ୍ରଦର୍ସଙ୍କର କବାଲି କଳା ବିଷୟ ଚର୍ଚ୍ଚ କରାଯାଇଥିଲା ।[୯]
  • କରାଚିର ଲିଆକତାବାଦଠାରେ ସୁଡ଼ଙ୍ଗକୁ 'ଗୁଲାମ ଫରିଦ ସାବ୍ରି' ନାମକରଣ କରାଯାଇଥିଲା ।[୧୦]
  • ସର୍ବକାଳୀନ ହିଟ ତାଜଦାର-ଇ-ହରମ ପ୍ରଦର୍ଶନ କରିବା ଯୋଗୁ ପାକିସ୍ଥାନର କୋକ ସ୍ଟୁଡିଓ ଅତିଫ ଅସଲାମ ଓ ସାବ୍ରି ବ୍ରଦର୍ସଙ୍କୁ ବିଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।[୧୧]
  • ଅଦନାନ ସମି ଗାଇଥିବା ଗୋଟିଏ ଗୀତ 'ଭର ଦୋ ଝୋଲି ୟା ମୁହମ୍ମଦ' କିଛି ପରିବର୍ତ୍ତନ ସ‌ହିତ ଭାରତୀୟ ଚଳଚ୍ଚିତ୍ର ବଜରଙ୍ଗୀ ଭାଇଜାନ ଚଳଚ୍ଚିତ୍ରରେ ସ୍ଥାନ ପାଇଥିଲା ।
  • ୨୦୨୧ ମସିହାର ମଇ ୪ ତାରିଖ ଦିନ ଗୁଲାମ ଫରିଦ ସାବ୍ରି, ମକବୁଲ ଅହମଦ ସାବ୍ରି ଓ ଅମଜାଦ ଫରିଦ ସାବ୍ରିଙ୍କ ନାମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । [୧୨]

ପୁରସ୍କାର ଓ ସମ୍ମାନ

  • ପାକିସ୍ଥାନର ପ୍ରେସିଡେଣ୍ଟ ୧୯୭୮ ମସିହାର ସାବ୍ରି ବ୍ରଦର୍ସ ଦଳକୁ ପ୍ରାଇଡ ଅଫ ପରଫର୍ମାନ୍ସ ପୁରସ୍କାର ଦେଇଥିଲେ ।[୧୩]
  • ଆମେରିକାର ଫେଡେରାଲ ସରକାର ଗୁଲାର ଫରି ସାବ୍ରି ଓ ମକବୁଲ ଅହମଦ ସାବ୍ରିଙ୍କୁ ୧୯୮୧ ମସିହାରେ ସ୍ପିରିଟ ଅଫ ଡେଟ୍ରଏଟ ପୁରସ୍କାର ଦେଇଥିଲେ । [୧୩]
  • ଭାରତର ରାଗ ରଙ୍ଗ ସୋସାଇଟି ୧୯୮୦ ମସିହାରେ ଗୁଲାମ ଫରିଦ ସାବ୍ରି ଓ ମକବୁଲ ଅହମଦ ସାବ୍ରିଙ୍କୁ 'ଖୁସରୋ ରଙ୍ଗ' ସମ୍ମାନରେ ସମ୍ମାନିତ କରିଥିଲେ ।
  • ସ୍ରାଇନ ଅଫ 'ନିଜାମୁଦ୍ଦିନ ଆଉଲିୟା'ଙ୍କଦ୍ୱାରା ଗୁଲାମ ଫରିଦ ସାବ୍ରି ଓ ମକବୁଲ ଅହମଦ ସାବ୍ରିଙ୍କୁ 'ବୁଲବୁଲ ଏ ପାକ ଓ ହିନ୍ଦ' ସମ୍ମାନରେ ସମ୍ମାନିତ କରାଯାଇଥିଲା ।[୧୩]

ଆଧାର