ସାମୁଏଲ ସାହୁ

ଓଡ଼ିଆ କଥାଚିତ୍ର ଓ ରଙ୍ଗମଞ୍ଚ ଅଭିନେତା

ସାମୁଏଲ ସାହୁ (୨୨ ମାର୍ଚ୍ଚ ୧୯୧୮- ୨୦୦୦)(ବାବି ଭାବେ ଅଧିକ ଜଣାଶୁଣା)[୧] ଜଣେ ଓଡ଼ିଆ କଥାଚିତ୍ର ଓ ନାଟକ ଅଭିନେତା ଏବଂ ନିର୍ଦ୍ଦେଶକ ।

ସାମୁଏଲ ସାହୁ (ବାବି)
ଜନ୍ମ(1918-03-22)୨୨ ମାର୍ଚ୍ଚ ୧୯୧୮
କଟକ
ମୃତ୍ୟୁ୧୯ ନଭେମ୍ବର ୨୦୦୦(2000-11-19) (ବୟସ ୮୨)
ଶିକ୍ଷାନୁଷ୍ଠାନମିଶନ ସ୍କୁଲ, କଟକ
ସକ୍ରିୟ ବର୍ଷ୧୯୫୦-୧୯୮୫
ପ୍ରସିଦ୍ଧିଅଭିନେତା
ବୈବାହିକ-ସାଥୀଉମାରାଣୀ
ସମ୍ପର୍କୀୟମିନିକା ସାହୁ(ମାଉସୀ), ଡାନିଏଲ(ଭାଇ), ସୁକେଶୀ(ଭଉଣୀ)
ପୁରସ୍କାରଜୟଦେବ ପୁରସ୍କାର
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

ବାଲ୍ୟଜୀବନ ଓ ଶିକ୍ଷା

୨୨ ମାର୍ଚ୍ଚ ୧୯୧୮ରେ ବାବି ଏକ ରକ୍ଷଣଶୀଳ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୨]ପିଲାଟିଦିନରୁ ତାଙ୍କ ପିତାମାତାଙ୍କର ମୃତ୍ୟୁ ଘଟିବାରୁ ସେ ତାଙ୍କ ମାଉସୀ ମିନିକା ସାହୁଙ୍କଦ୍ୱାରା ପରିପାଳିତ ହୋଇଥିଲେ । ମିଶନ ସ୍କୁଲରେ ପଢୁଥିବା ସମୟରେ ସେ 'ମାଙ୍କଡ଼' ନାମକ ନାଟକରେ, ମାଙ୍କଡ଼ ଭୂମିକାରେ ଅଭିନୟ କରିଥିଲେ । ଏହିଠାରୁ ହିଁ ତାଙ୍କ ଅଭିନୟ ଜୀବନର ଆରମ୍ଭ ହୋଇଥିଲା । ମିଶନ ସ୍କୁଲରୁ ମାଟ୍ରିକ ପାସ କଲାପରେ, ସେ ଓଡ଼ିଶା ଇଞ୍ଜିନିୟରିଂ ସ୍କୁଲରୁ ଡିପ୍ଲୋମା ହାସଲ କରିଥିଲେ ।

କର୍ମଜୀବନ

ଇଞ୍ଜିନିୟରିଂ ଡିପ୍ଲୋମା ପାଠ ସମାପ୍ତ କରିସାରି ସାମୁଏଲ ବିହାରର ଚକ୍ରଧରପୁରଠାରେ ଇଞ୍ଜିନିୟର ଚାକରି ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ, ସେ ଚାକିରି ଛାଡ଼ି, ନିଜ ଜନ୍ମମାଟି ଓଡ଼ିଶାକୁ ଫେରିଆସିଥିଲେ । ଓଡ଼ିଶାରେ ସେ ବିଭିନ୍ନ ନାଟ୍ୟସଂସ୍ଥା ସହିତ ଜଡ଼ିତ ହୋଇ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୪୦ ମସିହାରେ କାଳୀଚରଣ ପଟ୍ଟନାୟକ ଓଡ଼ିଶା ଥିଏଟର୍ସ ନାମରେ ଏକ ନାଟ୍ୟସଂସ୍ଥା ଆରମ୍ଭ କରିଥିଲେ ଓ ସାମୁଏଲ ଏହି ସଂସ୍ଥାରେ ଯୋଗଦେଇ ବହୁ ନାଟକରେ ଅଭିନୟ କରିଥିଲେ । ୧୯୪୫ ମସିହାରେ ସାମୁଏଲ ବାବୁ 'ଅନ୍ନପୂର୍ଣ୍ଣା ବି'ରେ ଯୋଗଦେଇଥିଲେ ଓ ପ୍ରାୟ ତିନି ଦଶନ୍ଧି ଧରି ଏହି ନାଟ୍ୟସଂସ୍ଥା ସହ ଜଡ଼ିତ ରହିଥିଲେ । ସେ ନିଜ ନାଟ୍ୟଜୀବନରେ ପ୍ରାୟ ୧୫୦ରୁ ଅଧିକ ନାଟକରେ ଅଭିନୟ ଓ ପ୍ରାୟ ୨୦୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ।

୧୯୪୯ ମସିହାରେ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ସେ ପ୍ରାୟ ୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୩]

ଅଭିନୀତ କଥାଚିତ୍ର

ପୁରସ୍କାର ଓ ସମ୍ମାନ

ଆଧାର

ଅଧିକ ତଥ୍ୟ