ସିଗେଲୋସିସ

ସିଗେଲୋସିସ (Shigellosis) ଏକ ପ୍ରକାର ତରଳ ଝାଡ଼ା ଯାହା ସିଗେଲା (Shigella) ନାମକ ଏକ ଜୀବାଣୁ ସଂକ୍ରମଣଦ୍ୱାରା (bacterial infection) ହୁଏ । ସଂସ୍ପର୍ଶରେ ଆସିବାର ଦିନେ ଦୁଇ ଦିନ ପରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଏ ଓ ତରଳ ଝାଡ଼ା, ଜ୍ୱର, ପେଟ ଯନ୍ତ୍ରଣା ଓ ଝାଡ଼ା ଯିବା ସମୟରେ ଯନ୍ତ୍ରଣା ହୁଏ । ମଳରେ ରକ୍ତ ପଡ଼ିପାରେ । ପାଞ୍ଚରୁ ୭ଦିନ ପର୍ଯ୍ୟନ୍ତ ଏହି ଲକ୍ଷଣ ରହେ ।କେଶ୍ ଜଟିଳ ହେଲେ ସଂକ୍ରମଣ ପରବର୍ତ୍ତୀ ଗଣ୍ଠିପ୍ରଦାହ (Post infectious arthritis), ସେପ୍ସିସ, ବାତ (seizures), ହେମୋଲାଇଟିକ ୟୁରେମିକ ସିଣ୍ଡ୍ରମ (hemolytic uremic syndrome) ହୋଇପାରେ ।[୧]

ସିଗେଲୋସିସ
ବ୍ୟାସିଲାରି ଡିସେଣ୍ଟେରି/ Bacillary dysentery, ମାର୍ଲୋ ସିଣ୍ଡ୍ରୋମ/ Marlow syndrome
ମଳ ସାମ୍ପଲରେ ସିଗେଲା ଦେଖାଯାଉଛି ।
ବିଭାଗସଂକ୍ରାମକ ରୋଗ (Infectious disease}
ଲକ୍ଷଣତରଳ ଝାଡ଼ା, ଜ୍ୱର, ପେଟ ଯନ୍ତ୍ରଣା [୧]
ଆକ୍ରାନ୍ତ ସମୟସଂସ୍ପର୍ଶର ୧-୨ ଦିନ ପରେ ।[୧]
ଅବଧି୫-୭ ଦିନ[୧]
କାରଣସିଗେଲା (Shigella)[୧]
ରୋଗ ନିର୍ଣ୍ଣୟ ପଦ୍ଧତିମଳ କଲଚର (Stool culture)[୧]
ପ୍ରତିକାରହାତ ଧୁଆ (Handwashing)[୧]
ଔଷଧଆଣ୍ଟିବାୟୋଟିକ (Antibiotics) (ସାଂଘାତିକ କେଶ୍‌ ହୋଇଥିଲେ)[୧]
ଚିକିତ୍ସାବିଶ୍ରାମ ଓ ତରଳ ପଦାର୍ଥ ପାନ କରିବା । [୧]
ପୁନଃପୌନିକ>୮୦ ନିୟୁତ[୨]
ମୃତ୍ୟୁ ସାନ୍ଦ୍ରତା୭୦୦,୦୦୦[୨]

ଚାରି ପ୍ରକାର ନିର୍ଦ୍ଦିଷ୍ଟ ସିଗେଲା ଜୀବାଣୁ ଏହି ରୋଗ କରିପାରନ୍ତି ।[୨] ସଂକ୍ରମିତ ମଳ (feces) ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ । ପ୍ରଦୂଷିତ ଖାଦ୍ୟ, ଜଳ ଓ ହାତ ମାଧ୍ୟମରେ ଏହା ବ୍ୟାପେ ମାଛିଦ୍ୱାରା (flies) ବା ଡାଇପର ବଦଳ ସମୟରେ ମଧ୍ୟ ଏହା ବ୍ୟାପେ । ମଳ କଲଚର (stool culture) କରି ଏହି ରୋଗର ପୁଷ୍ଟି କରାଯାଏ ।[୧]

ଉତ୍ତମରୂପେ ହାତ ଧୋଇଲେ ପ୍ରତିଷେଧ ହୋଇଯାଏ । କୌଣସି ଟିକା (vaccine) ଏହି ରୋଗ ନିମନ୍ତେ ତିଆରି ହୋଇନାହିଁ । କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ସିଗେଲୋସିସ ସ୍ୱତଃ ଭଲ ହୋଇଯାଏ । ଯଥେଷ୍ଟ ତରଳ ପଦାର୍ଥ ପାନ କରିବା ସ‌ହିତ ବିଶ୍ରାମ କରିବାକୁ ସୁପାରସ କରାଯାଏ । ବିସମଥ ସବସାଲିସିଲେଟ (Bismuth subsalicylate) ଦେଲେ ଲକ୍ଷଣ ହୋଇପାରେ; କିନ୍ତୁ ଅନ୍ତନଳୀ ଧୀର କରିବାକୁ ଲୋପେରାମାଇଡ (loperamide) ଦେବାକୁ ସୁପାରିସ କରାଯାଏନାହିଁ । କେଶ୍ ସାଂଘାତିକ ହେଲେ ଆଣ୍ଟିବାୟୋଟିକ (antibiotic) ଦିଆଯାଇପାରେ କିନ୍ତୁ ବ‌ହୁତ ଆଣ୍ଟବାୟୋଟିକ ପ୍ରତିରୋଧ (antibiotic resistancs) ମଧ୍ୟ ଥାଇପାରେ । ସାଧାରଣତଃ ସିପ୍ରୋଫ୍ଲୋକ୍‌ସାସିନ୍ଆଜିଥ୍ରୋମାଇସିନ ଦିଆଯାଏ ।[୧]

ପୃଥିବୀରେ ବାର୍ଷିକ ପ୍ରାୟ ୮୦ ନିୟୁତ ଲୋକଙ୍କୁ ଏହି ରୋଗ ହୁଏ ଓ ୭ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି ।ବିକାଶଶୀଳ (developing world) ଦେଶମାନଙ୍କରେ ଏ ରୋଗ ଅଧିକ ହୁଏ ।[୨] ବଡ଼ ପିଲାଙ୍କୁ ସାଧାରଣତଃ ଅଧିକ ହୁଏ । ସ୍କୁଲ ଓ ଶିଶୁ ରହୁଥିବା ସ୍ଥାନମାନଙ୍କରେ ଏଇ ମହାମାରୀ (Outbreaks) ଅଧିକ ହୁଏ । ପଥିକ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ଏ ରୋଗ ହେବା ଅତି ସାଧାରଣ କଥା । ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ପ୍ରାୟ ଅଧ ନିୟୁତ ଲୋକ ଏ ରୋଗର ଶିକାର ହୁଅନ୍ତି । [୧]

ଆଧାର

ଦେଖନ୍ତୁ ମଧ୍ୟ

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ