ସୁବୋଧ ପଟ୍ଟନାୟକ (୧୯୪୭ ଜନ୍ମ)

ନାଟ୍ୟକାର, ସଂଳାପ ଲେଖକ, ଗାଳ୍ପିକ ଓ ଗୀତିକାର

ସୁବୋଧ ପଟ୍ଟନାୟକ (୧୯୪୭ – ୨୦୧୭) ଜଣେ ଓଡ଼ିଆ ନାଟ୍ୟକାର, ସଂଳାପ ଲେଖକ, ଗାଳ୍ପିକ ଓ ଗୀତିକାର ଥିଲେ । ସେ ତାଙ୍କ ରଚିତ ପୁସ୍ତକ ହୋ ଭଗତେ ପାଇଁ ୧୯୯୦ ମସିହାରେ ଏକକ-ନାଟକ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]

ସୁବୋଧ ପଟ୍ଟନାୟକ
ଜନ୍ମ୧୯୪୭
ମୃତ୍ୟୁ୧୭ ସେପ୍ଟେମ୍ବର ୨୦୧୭(2017-09-17) (ବୟସ ୭୦)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ନାଟ୍ୟକାର
ସଂଳାପ ଲେଖକ
ଗାଳ୍ପିକ
ଗୀତିକାର
ସକ୍ରିୟ ବର୍ଷ୧୯୮୪ – ୨୦୧୭

ପେଷା

୧୯୮୪ ମସିହାରେ, ବ୍ରଜରାଜ ମୁଭିଜ‌ଦ୍ୱାରା ନିର୍ମିତ କଥାଚିତ୍ର ଦଣ୍ଡା ବାଳୁଙ୍ଗାରେ ସେ ପ୍ରଥମ କରି ଚିତ୍ରନାଟ୍ୟ ଲେଖିଥିଲେ ।[୨] ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ସେ କିଏ କାହାର ଓ ବାଜେ ବଇଁଶୀ ନାଚେ ଘୁଙ୍ଗୁର ଭଳି କଥାଚିତ୍ରରେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୩] ସେ ମମତା ମାଗେ ମୁଲ, ଚକାଭଉଁରି, ଜାଇଫୁଲ, ପୁଅ ମୋର କଳାଠାକୁର, ଜଗା ହାତରେ ପଘା ଭଳି ଜଣାଶୁଣା କଥାଚିତ୍ରର ଚିତ୍ରନାଟ୍ୟ ରଚନା କରିଥିଲେ ।[୪] ସେ ୬୦ରୁ ଅଧିକ ଓଡ଼ିଆ କଥାଚିତ୍ର ଓ ୫୦ରୁ ଅଧିକ ନାଟକ ପାଇଁ କାହାଣୀ ଲେଖିଥିଲେ ।[୫] ତାଙ୍କ ରଚିତ ଏକ ନାଟକ 'ମହାଯାତ୍ରା' ୨୦୧୦ ମସିହାରେ ପରାଦୀପଠାରେ ଅନୁଷ୍ଠିତ ଜାତୀୟ ଥିଏଟର ମେଳାରେ ପ୍ରଦର୍ଶିତ ହୋଇଥିଲା ।[୬]

କଥାଚିତ୍ର

ବର୍ଷକଥାଚିତ୍ରକାମମନ୍ତବ୍ୟ
୧୯୬୮କିଏ କାହାରସଂଳାପ
୧୯୮୨ବାଜେ ବଇଁଶୀ ନାଚେ ଘୁଙ୍ଗୁରଚିତ୍ରନାଟ୍ୟ
୧୯୮୪ଦଣ୍ଡା ବାଳୁଙ୍ଗାସଂଳାପ
୧୯୮୪ଜାଇଫୁଲ
ଜନନୀଚିତ୍ରନାଟ୍ୟ
୧୯୮୫ଜଗା ହାତରେ ପଘାସଂଳାପ
ସହରୀ ବାଘ
ମମତା ମାଗେ ମୂଲ
ଶଙ୍ଖା ସିନ୍ଦୂରଚିତ୍ରନାଟ୍ୟ
୧୯୮୬ଚକାଭଉଁରିସଂଳାପ
୧୯୮୭ଚକା ଆଖି ସବୁ ଦେଖୁଛିସଂଳାପ
ଏଇ ତ ଦୁନିଆଁ
ତୁଣ୍ଡ ବାଇଦ
ସବୁ ମାୟାରେ ବାୟା
୧୯୮୮ପୁଅ ମୋର କଳା ଠାକୁର
ଥିଲି ଝିଅ ହେଲି ବୋହୂ
୧୯୮୯ମମତାର ଡୋରି
ବିଧିର ବିଧାନ
୧୯୯୧ତୋ ବିନୁ ଅନ୍ୟ ଗତି ନାହିଁ
କପାଳ ଲିଖନ
୧୯୯୨ମୁକ୍ତି ତୀର୍ଥ
ଘର ମୋର ସ୍ୱର୍ଗ
୧୯୯୩ଭାଗ୍ୟ ହାତେ ଡୋରି
୧୯୯୪ମହୁଆ
୧୯୯୫ମଣି ନାଗେଶ୍ୱରୀ
୧୯୯୬ପୁଅ ମୋର ଭୋଳାଶଙ୍କରସଂଳାପ ଓ ଚିତ୍ରନାଟ୍ୟ
ସୁହାଗ ସିନ୍ଦୂରସଂଳାପ
୧୯୯୭ସୁନା ସଂସାର
ଗଙ୍ଗା ଯମୁନା
୧୯୯୮ସୁନା ପାଲିଙ୍କି
୧୯୯୯କଳ୍କୀ ଅବତାର
ସୁନା ହରିଣୀସଂଳାପ ଓ ଚିତ୍ରନାଟ୍ୟ
ପରଦେଶୀ ବାବୁସଂଳାପ
କାଳଚକ୍ର
ମା ପରି କିଏ ହେବ
ଶାଶୁ ହାତକଡ଼ି ଭାଉଜ ବେଡ଼ି
୨୦୦୧ଧର୍ମ ଦେବତା
୨୦୦୨ସିନ୍ଦୂର ନୁହେଁ ଖେଳଘର
ପୁଅ ମୋର ଜଗତ ଜିତା
୨୦୦୩ଏ ଯୁଗର କୃଷ୍ଣ ସୁଦାମା
ସାବତ ମାଆ
ସୁନା ସଙ୍ଖାଳୀ
୨୦୦୪ଆଇ ଲଭ୍ ୟୁ
ସାଥୀରେ
ରଖିବ ଯଦି ସେ ମାରିବ କିଏସଂଳାପ ଓ ଚିତ୍ରନାଟ୍ୟ
୨୦୦୫ଅର୍ଜୁନ
ଅଗ୍ନି ପରୀକ୍ଷାସଂଳାପ
ଜୟ ଶ୍ରୀରାମ
ଧର୍ମର ହେବ ଜୟ
୨୦୦୬ତୁ ଏକା ଆମ ସାହା ଭରସା
୨୦୦୭ପାଗଳ ପ୍ରେମୀ
ମହାନାୟକସଂଳାପ ଓ ଚିତ୍ରନାଟ୍ୟ
୨୦୦୯ଧୀରେ ଧୀରେ ପ୍ରେମ ହେଲାସଂଳାପ
ସାତସୁରେ ବନ୍ଧା ଏ ଜୀବନସଂଳାପ ଓ ଚିତ୍ରନାଟ୍ୟ
୨୦୧୦ତୋର ମୋର ଯୋଡ଼ି ସୁନ୍ଦର
୨୦୧୨ଓମ୍ ସାଇ ରାମ୍ସଂଳାପ

ମୃତ୍ୟୁ

୨୦୧୭ ମସିହାର ସେପ୍ଟେମ୍ବର ୧୬ ତାରିଖରେ କଟକଠାରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।[୭][୮] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ଆଧାର

ବାହାର ଲିଙ୍କ୍

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ