ସ୍ନେହଲତା ମହାନ୍ତି
ସ୍ନେହଲତା ମହାନ୍ତି, (ଜନ୍ମ: ୨୩ ମାର୍ଚ୍ଚ ୧୯୩୨) କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ ପୁରସ୍କାର' ପ୍ରାପ୍ତ,[୨] ଜଣେ ଓଡ଼ିଆ ଶିଶୁ ସାହିତ୍ୟିକା । ଆକାଶବାଣୀ ଓ ଦୂରଦର୍ଶନର ବହୁ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିଛନ୍ତି ।
ସ୍ନେହଲତା ମହାନ୍ତି | |
---|---|
ଜନ୍ମ | ବାଘସାହି, ଜଗତସିଂହପୁର | ୨୩ ମାର୍ଚ୍ଚ ୧୯୩୨
ଜାତୀୟତା | ଭାରତୀୟ |
ବୃତ୍ତି | ଶିଶୁ ସାହିତ୍ୟିକା |
ବୈବାହିକ-ସାଥୀ | ପୂର୍ଣ୍ଣଚନ୍ଦ୍ର ମହାନ୍ତି |
ପିତାମାତା(s) | ଦିବ୍ୟସିଂହ ମହାନ୍ତି, ଇନ୍ଦ୍ରମଣି ଦେବୀ |
ସମ୍ପର୍କୀୟ | ଆନନ୍ଦ ଚନ୍ଦ୍ର ମହାନ୍ତି(ଶ୍ୱଶୁର) |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ ପୁରସ୍କାର' ୨୦୧୫[୧] |
ବାଲ୍ୟଜୀବନ ଓ ଶିକ୍ଷା
ସ୍ନେହଲତା ମହାନ୍ତି ୧୯୩୨ ମସିହା ମାର୍ଚ୍ଚ ୨୩ ତାରିଖରେ ଜଗତସିଂହପୁର ନିକଟସ୍ଥ ବାଘସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଦିବ୍ୟସିଂହ ମହାନ୍ତି ଓ ମାତାଙ୍କ ନାମ ଇନ୍ଦ୍ରମଣି ଦେବୀ । ପିତା ନୂଆପଡାର ତହସିଲଦାର ଥିବାରୁ, ଘରର ଆର୍ଥିକ ଅବସ୍ଥା ସ୍ୱଛଳ ଥିଲା । ସ୍ନେହଲତାଙ୍କୁ ୮ବର୍ଷ ବସସ ବେଳକୁ ମାତା ଇନ୍ଦ୍ରମଣିଙ୍କର ଦେହାନ୍ତ ଘଟିଥିଲା । ସିପି, ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ, ସ୍ନେହଲତା ନିଜର ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ । ୧୯୪୦ ମସିହାରେ ସେ ତୃତୀୟ ଶ୍ରେଣୀ ପାସ କରିଥିଲେ । ଏହି ପରୀକ୍ଷାରେ ସେ ସମଗ୍ର କଟକ ସର୍କଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୯୪୨ ମସିହାରେ ମାତ୍ର ୧୦ବର୍ଷ ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେତେବେଳକୁ ପିତା ତାଙ୍କର ପାଠପଢାରେ ଡୋରି ବାନ୍ଧିଦେଲେ । ୧୯୫୦ ମସିହା ମାର୍ଚ୍ଚ ୧୧ ଦିନ, ସ୍ନେହଲତାଙ୍କର ବିବାହ ବାଲିକୁଦା ନିବାସୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କର ଜ୍ୟେଷ୍ଟ ପୁତ୍ର ପୂର୍ଣ୍ଣଚନ୍ଦ୍ରଙ୍କ ସହ ସଂଗଠିତ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ପୁଲିସ ଚାକିରି କରୁଥିଲେ ।
ରଚନାବଳୀ
ସ୍ନେହଲତା ମହାନ୍ତି, ମୁଖ୍ୟତଃ ଶିଶୁସାହିତ୍ୟ[୩] ଲେଖୁଥିଲେ ମଧ୍ୟ ବଡ଼଼ମାନଙ୍କ ପାଇଁ ଗଳ୍ପ, କବିତା ଓ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କର ୩୩ଖଣ୍ଡ ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇସାରିଛି ଓ ବହୁ ପୁସ୍ତକ ପ୍ରକାଶନ ଅପେକ୍ଷାରେ ଅଛି । "ମନପବନ" ପତ୍ରିକାରେ ତାଙ୍କର ପ୍ରଥମ ଲେଖା ପ୍ରକାଶ ପାଇଥିଲା ।
- ନ ତିଅଣ ଛ ଭଜା
- ଶିଶୁଗୀତିକା
- ମୁଁ ବୈଜ୍ଞାନିକ ହେବି
- ନୂଆ ଦୁନିଆ
- ସପନ କଥା
- ନିଦଛଡା ଔଷଧ
- ମେଳର ବଳ
- ହସ, ଖୁସି ଓ ମଉଜ
- ବଗ ବଗୁଲୀ
- ଝୁଲୁରେ ହାତୀ ଝୁଲ
- ମନଲାଖି ଗପ ଓ ଗୀତ
- ଝୁମକୁ ଝୁମା
- ହନୁକୁ ପାନେ
- ସବୁଠାରୁ ବଡ଼
- ଅଲିଭା ଦୀପ[୪]
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ' ପୁରସ୍କାର, ୨୦୧୫[୫]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧[୬]
- ପ୍ରଜାତନ୍ତ୍ର ପୁରସ୍କାର - ୧୯୬୧
- ନିଖିଳ ଉତ୍କଳ ପୁଲିସ ସାଂସ୍କୃତିକ ସମ୍ମିଳନୀ ପୁରସ୍କାର - ୧୯୬୨
- ନିଖିଳ ଉତ୍କଳ ଲେଖିକା ସମ୍ମିଳନୀ - ୧୯୬୨
- ଓଡ଼ିଶା ଶିଶୁ ସାହିତ୍ୟ ସମାଜ ପୁରସ୍କାର - ୧୯୬୫
- ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ପୁରସ୍କାର - ୧୯୯୩
- ଆକାଶବାଣୀ ହୀରକ ଜୟନ୍ତୀ ପୁରସ୍କାର - ୨୦୦୮
- ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ, ୨୦୦୭ (ଶିଶୁ ସାହିତ୍ୟ ଲେଖକ ସମ୍ମେଳନ, ଓଡ଼ିଶା ପ୍ରଦତ୍ତ)