ସ୍ୱଳ୍ପ ହୃଦ୍‌ଗତି ହାର

ଏହି ରୋଗର ହୃଦ୍‌ଗତି ଧୀର ହୋଇଯାଏ ।

ବ୍ରାଡିକାର୍ଡ଼ିଆ ବା ସ୍ୱଳ୍ପ ହୃଦ୍‌ଗତି ହାର ([[ଇଂରାଜୀ ଭାଷା]]ରେ Bradycardia) ରୋଗରେ ହୃତ୍‌ପିଣ୍ଡ ଗତି ହାର ଏକ ମିନିଟରେ ୬0ରୁ କମ୍ ଥାଏ । [୧] ଏହାର ଲକ୍ଷଣ ମୃଦୁ ଥିଲେ ଥକ୍କାଣ ଏବଂ ବ୍ୟାୟାମ ସମୟରେ ଛୋଟ ଛୋଟ ଶ୍ୱାସକ୍ରିୟା ହୁଏ । [୬] [୫] ସାଂଘାତିକ ଲକ୍ଷଣ ମଧ୍ୟରେ ଦ୍ୱନ୍ଦ୍ୱ, ଛାତି ଯନ୍ତ୍ରଣା, ସିଙ୍କୋପ୍ ଏବଂ ହୃଦ୍‌ପାତ ହୋଇପାରେ | [୧]

Bradycardia
Bradyarrhythmia, brachycardia
Sinus bradycardia seen in lead II with a heart rate of about 50BPM
ଉଚ୍ଚାରଣ
  • /ˌbrædɪˈkɑːrdiə/
ବିଭାଗCardiology
ଲକ୍ଷଣNone, tiredness, confusion, chest pain, syncope, heart failure[୧][୨]
କାରଣPhysically fit, low oxygen, heart attack, low thyroid, AV block, high blood potassium, toxicity due to beta blockers, calcium channel blockers, or digoxin[୩][୧][୪]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)[୩]
ଚିକିତ୍ସାAtropine, cardiac pacing, infusions of dopamine or epinephrine[୧]
ପୁନଃପୌନିକCommon[୫]

ଶାରୀରିକ ଭାବରେ ଫିଟ୍, ବୟସ୍କ ଲୋକ କିମ୍ବା ଅଟୋନୋମିକ/ ସ୍ୱୟଂଶାସିତ ପ୍ରତିକ୍ରିୟା ସମୟରେ ବ୍ରାଡିକାର୍ଡିଆ ସ୍ୱଭାବିକ ହୋଇପାରେ | [୫] ସ୍ୱଳ୍ପ ଅମ୍ଳଜାନ, ହୃଦ୍‌ଘାତ, କମ୍ ଥାଇରଏଡ୍, ଏଭି ବ୍ଲକ୍, ଉଚ୍ଚ ରକ୍ତ ପୋଟାସିୟମ୍ ଏବଂ ବିଟା ବ୍ଲକର୍, କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର ଏବଂ ଡିଗୋକ୍ସିନ୍ କାରଣରୁ ବିଷାକ୍ତତା ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେତୁ ଏହା ମଧ୍ୟ ହୋଇପାରେ। [୩] [୧] [୪] ଏକ ଇଲେକ୍ଟ୍ରୋକାର୍ଡିଓଗ୍ରାମ (ECG)ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [୩] ହୃଦ୍‌ଗତି ହାର ୬୦ରୁ କମ୍ ଥିଲେ ମଧ୍ୟ ରୋଗର ଅବସ୍ଥା ପାଇଁ ଅତ୍ୟଧିକ ଧୀର ହୋଇଥିଲେ ଆପେକ୍ଷିକ ବ୍ରାଡିକାର୍ଡିଆ ବୋଲି ବିବେଚନା କରାଯାଏ | [୭]

ବ୍ରାଡିକାର୍ଡ଼ିଆ ଲକ୍ଷଣ ଥିଲେ ଆଟ୍ରୋପିନ୍ ବ୍ୟବହାର କରାଯାଇପାରେ | [୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ କାର୍ଡ଼ିଆକ ପେସିଙ୍ଗ୍, ଟ୍ରାନ୍ସକ୍ୟୁଟାନ୍ସ ପେସିଙ୍ଗ କିମ୍ବା ଟ୍ରାନ୍ସଭେନସ୍ ପେସିଙ୍ଗ କରାଯାଏ, କିମ୍ବା ଡୋପାମାଇନ୍ କିମ୍ବା ଏପିନେଫ୍ରାଇନ୍ ଔଷଧର ଇନଫ୍ୟୁଜନ୍ ଦିଆଯାଇପାରେ | [୧] ବ୍ରାଡିକାର୍ଡ଼ିଆ ଏକ ସାଧାରଣ ରୋଗ ଅଟେ | [୬] [୫] ଖ୍ରୀଷ୍ଟପୂର୍ବ 370 ମସିହା ପୂର୍ବରୁ ହିପୋକ୍ରାଟସ୍ ବର୍ଣ୍ଣନା କରିଥିଲେ। [୮]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ