ୱାରଫାରିନ

ୱାରଫାରିନ (ଇଂରାଜୀ ଭାଷାରେ Warfarin, ବିକ୍ରୟ ନାମ କୁମାଡିନ) ଏକ ଔଷଧ ଯାହା ଏକ ରକ୍ତ ଜମାଟ ବିରୋଧୀ (anticoagulant ବା blood thinner) ।[୩] ରକ୍ତ ଜମାଟ (blood clots) ବାନ୍ଧୁଥିବା ରୋଗମାନଙ୍କରେ ଏହା ବ୍ୟବ‌ହାର କରାଯାଏ ଯେପରିକି ଡିପ ଭେନ ଥ୍ରୋମ୍ବୋସିସ (deep vein thrombosis), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ଆଟ୍ରିଆଲ ଫିବ୍ରିଲେସନ (atrial fibrillation), ଭାଲଭୁଲାର ହାର୍ଟ ଡିଜିଜ (valvular heart disease) ବା ଆର୍ଟିଫିସିଆଲ ହାର୍ଟ ଭଲ୍ଭ (artificial heart valves) ରୋଗମାନଙ୍କରେ ସମ୍ଭାବିତ ସ୍ଟ୍ରୋକ୍ର (stroke) ପ୍ରତିଷେଧ ନିମନ୍ତେ ଦିଆଯାଏ ।[୩] ଅସାଧାରଣ ଭାବରେ ଏସଟି-ସେଗମେଣ୍ଟ ଏଲିଭେସନ ମାୟୋକାର୍ଡ଼ିଆଲ ଇନଫାରକ୍‌ସନ (ST-segment elevation myocardial infarction ବା STEMI) ଓ ଅର୍ଥୋପେଡିକ ଅପରେଶନରେ (orthopedic surgery) ବ୍ୟବ‌ହାର କରାଯାଏ ।[୩] ଏହି ଔଷଧ ପାଟିରେ ଦେଲେ ମଧ୍ୟ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein|) ଆକାରରେ ଦିଆଯାଇପାରେ ।[୩]

ୱାରଫାରିନ
Clinical data
Pronunciation/ˈwɔːrfəˌrɪn/ WORF-ə-rin
Trade namesCoumadin, others
AHFS/Drugs.commonograph
MedlinePlusa682277
data
Pregnancy
category
  • AU: D
  • US: X (Contraindicated)
Routes of
administration
By mouth or intravenous
ATC code
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
Pharmacokinetic data
Bioavailability79-100% (by mouth)[୨]
Protein binding99%[୧]
MetabolismLiver: CYP2C9, 2C19, 2C8, 2C18, 1A2 and 3A4[୧]
Elimination half-life20-60 hours (mean: 40 hours)[୧]
ExcretionKidney (92%)[୧]
Identifiers
IUPAC name
  • (RS)-4-Hydroxy-3-(3-oxo-1-phenylbutyl)- 2H-chromen-2-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.001.253 Edit this at Wikidata
Chemical and physical data
FormulaC19H16O4
Molar mass308.33 g/mol
3D model (JSmol)
SMILES
  • CC(=O)CC(C\1=C(/O)c2ccccc2OC/1=O)c3ccccc3
InChI
  • InChI=1S/C19H16O4/c1-12(20)11-15(13-7-3-2-4-8-13)17-18(21)14-9-5-6-10-16(14)23-19(17)22/h2-10,15,21H,11H2,1H3 checkY
  • Key:PJVWKTKQMONHTI-UHFFFAOYSA-N checkY
 ☒NcheckY (what is this?)  (verify)

ଏଥିରେ ସାଧାରଣତଃ ରକ୍ତସ୍ରାବ bleeding ହୁଏ । କେତେକ କ୍ଷେତ୍ରରେ ତନ୍ତୁ କ୍ଷୟ (tissue damage) ଓ ପର୍‌ପ୍ଲ ଟୋଜ ସିଣ୍ଡ୍ରୋମ (purple toes syndrome) ହୋଇପାରେ । ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ । ୱାରଫାରିନ ପାଉଥିବା ରୋଗୀର ପ୍ରୋଥ୍ରୋମ୍ବିନ ଟାଇମ (prothrombin time ବା INR) ପ୍ରତ୍ୟେକ ୧ରୁ ୪ ସପ୍ତାହରେ ପରୀକ୍ଷା କରିବା ଆବଶ୍ୟକ ।[୩] ୱାରଫାରିନ ସ‌ହିତ କେତେକ ଖାଦ୍ୟ (dietary factors) ଓ ଔଷଧ ପ୍ରତିକ୍ରିୟା କରି ତାହାର ପ୍ରଭାବକୁ କମ୍ ବା ବେଶୀ କରନ୍ତି । [୩][୪] ଫାଇଟୋନାଡିଅନ (phytonadione ବା vitamin K1), ଫ୍ରେସ ଫ୍ରୋଜନ ପ୍ଲାଜ୍ମା (fresh frozen plasma) ବା ପ୍ରୋଥ୍ରୋମ୍ବିନ କମ୍ପ୍ଲେକ୍ସ କନସେଣ୍ଟ୍ରେଟ ଆଦି ଔଷଧମାନଙ୍କଦ୍ୱାରା ଏହାର ପ୍ରଭାବକୁ ବିପରୀତମୁଖି କରିହୁଏ ।[୪]

ରକ୍ତ ଜମାଟ କରିବା କାର୍ଯ୍ୟବିଧିକୁ ୱାରଫାରିନ କମେଇଦିଏ ଓ ଏହା ଏକ ଏଞ୍ଜାଇମ (enzyme) ଭିଟାମିନ କେ ଇପୋକ୍ସାଇଡ ରିଡକ୍ଟେଜକୁ (vitamin K epoxide reductase) ଅବରୋଧ କରିବାଦ୍ୱାରା ରକ୍ତ ଜମାଟ (blood clotting) କମେଇଦିଏ କାରଣ ଏହା ଭିଟାମିନ କେକୁ ରିଆକ୍ଟିଭେଟ କରେ । [୪] ଭିଟାମିନ କେ ବିନା ଅନ୍ୟାନ୍ୟ ଫ୍ୟାକ୍ଟର ଯେପରିକି ୨, ୭, ୯ ଓ ୧୦ ଫ୍ୟାକ୍ଟରମାନଙ୍କର ଯଥେଷ୍ଟ ଜମାଟ କରିବା ଶକ୍ତି ନଥାଏ ।[୪] ଆଣ୍ଟିକ୍ଲଟିଙ୍ଗ ପ୍ରୋଟିନ ସି (protein C) ଓ ପ୍ରୋଟିନ ଏସ (protein S) ମଧ୍ୟ ଅଳ୍ପ ମାତ୍ରାରେ ଅବରୋଧ ହୋଇଯାଏ ।[୪] ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ କିଛି ଦିନ ଲାଗିପାରେ ଓ ୫ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହେ । [୫][୩]

ସନ ୧୯୪୮ରେ ୱାରଫାରିନ ପ୍ରଥମେ ବ୍ୟବସାୟୀକ ଭିତ୍ତିରେ ମୂଷାମାରୀ (rat poison) ଭାବରେ ବ୍ୟବ‌ହାର କରାଗଲା ।[୬] ସନ ୧୯୫୪ରେ ଚିକିତ୍ସା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବ‌ହାର କରାଗଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଚିକିତ୍ସା ଖର୍ଚ୍ଚ ୧.୧୨ରୁ ୭.୨୦ ଆମେରିକୀୟ ଡଲାର ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୨୫ ଡଲାରରୁ କମ୍ ।[୧୦]

ଆଧାର