Jump to content
ଉଇକିପିଡ଼ିଆ‌ରୁ

ଗୋବିନ୍ଦ ବିଦ୍ୟାଧର(ଖ୍ରୀ:୧୫୩୩-ଖ୍ରୀ:୧୫୪୯)ମଧ୍ୟ ଯୁଗୀୟ ଓଡ଼ିଶା ଇତିହାସର ଗଙ୍ଗବଂଶୀୟ ରାଜା ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ ଜଣେ ମନ୍ତ୍ରୀ ଓ ବାରବାଟୀ ଦୁର୍ଗର ପ୍ରଧାନ ସେନାପତି ଥିଲେ। ମାଦଳା ପାଞ୍ଜିରେ ବର୍ଣିତ ତଥ୍ୟ ଅନୁଯାୟୀ, ସେ ଓଡ଼ିଶା ଇତିହାସରେ ଏକ ନୂତନ ଭୋଇ ରାଜବଂଶର ପ୍ରତିଷ୍ଠା କରିଥିଲେ । କିନ୍ତୁ ନିଜର କେତେକ ଦୁର୍ଗୁଣ ଯଥା ଅତ୍ୟନ୍ତ ଉଚ୍ଚାଭିଳାଷୀ ମନୋଭାବ ଯୋଗୁଁ ଓଡ଼ିଶା ଇତିହାସରେ ସେ ଜଣେ ସ୍ୱାର୍ଥାନ୍ଧ, କ୍ଷମତାଲିପ୍‌ସୁ, କୁଚକ୍ରୀ ଓ ହୀନମନା ଖଳ ଶାସକ ରୂପେ ଚିତ୍ରିତ ହୋଇଛନ୍ତି । ସିଂହାସନ ଆରୋହଣର ଲାଳସା ତାଙ୍କର ଏତେ ପ୍ରବଳ ଥିଲା ଯେ ସେ ବିଶ୍ୱସଘାତକ ଓ ଚକ୍ରାନ୍ତ କରିବାକୁ ପଛଘୁଞ୍ଚା ଦେଇନଥିଲେ । ପ୍ରତାପରୁଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ନାବାଳକ ପୁତ୍ରଦ୍ୱୟ କାଳୁଆଦେବକଖାରୁଦେବଙ୍କୁ ଅତି ଅମାନୁଷିକ ଭାବେ ହତ୍ୟାକରି ୧୫୩୩-୩୪ ଖ୍ରୀଷ୍ଟାବ୍ଦରେ ରାଜ୍ୟର ପ୍ରକୃତ କ୍ଷମତା ହସ୍ତଗତ କଲେ ଓ ଖୋର୍ଦ୍ଧାରେ ଭୋଇବଂଶ ସ୍ଥାପନ କଲେ ।[୧] ସେ ନିଜର ଦକ୍ଷତା ବଳରେ ଓଡ଼ିଶାର ଶାସନଭାର ଗ୍ରହଣ କରି ନିଜକୁ ସୁବର୍ଣ୍ଣ କେଶରୀ ରୂପେ ପରିଚିତ କରାଇଥିଲେ ।

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ