ଅନୁରାଧା ବିଶ୍ୱାଳ

ଅନୁରାଧା ବିଶ୍ୱାଳ, ଓଡ଼ିଶାରେ ଜନ୍ମିତ ତଥା ଭାରତକୁ ଆନ୍ତର୍ଜାତୀୟ ସ୍ଥରରେ ପ୍ରତିନିଧିତ୍ୱ କରିଥିବା ଜଣେ ଧାବିକା ।[୨][୩][୪] ସେ ମୁଖ୍ୟତ ୧୦୦ମି. ବାଧାଦୌଡ଼ ଏବଂ ୪ X ୧୦୦ମି. ରିଲେ ଦୌଡରେ ପ୍ରତିଦ୍ୱନ୍ଦିତା କରିଥାନ୍ତି ।[୫]

ଅନୁରାଧା ବିଶ୍ୱାଳ
ଜନ୍ମ (1975-03-28) ୨୮ ମାର୍ଚ୍ଚ ୧୯୭୫ (ବୟସ ୪୯)
ଜାତୀୟତା ଭାରତୀୟ
ଅନ୍ୟ ନାମଅନୁ
ଶିକ୍ଷାସ୍ନାତକୋତ୍ତର
ପ୍ରସିଦ୍ଧିଆନ୍ତର୍ଜାତୀୟ ଧାବିକା
ବୈବାହିକ-ସାଥୀପରମାନନ୍ଦ ରାଉତରାୟ
ସନ୍ତାନଅଂଶିକା
ପିତାମାତା(s)ରବିନ୍ଦ୍ରନାଥ ବିଶ୍ୱାଳ
ନିବେଦିତା ବିଶ୍ୱାଳ
ପୁରସ୍କାରଏକଲବ୍ୟ ପୁରସ୍କାର, ୨୦୦୦[୧]

ଅନୁରାଧା, ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ ତଥା ୨୦୦୦ ମସିହାରେ ଅନୁଷ୍ଠିତ ହୋଇଥିବା ସିଡ଼ନୀ ଅଲିମ୍ପିକରେ ଭାରତକୁ ପ୍ରତିନିଧିତ୍ୱ କରିସାରିଛନ୍ତି ।[୬]୨୦୦୬ ମସିହାରେ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋଠାରେ ଅନୁଷ୍ଠିତ ସାଫ୍ କ୍ରୀଡ଼ାରେ ୪ X ୧୦୦ମି. ରିଲେ ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା, ତାଙ୍କ ଜୀବନରେ ଏକ ଉଲ୍ଲେଖନୀୟ ଘଟଣା । ଏହା ବ୍ୟତୀତ, ସେ ବହୁବାର ଜାତୀୟ ରେକର୍ଡ଼ ପ୍ରତିଷ୍ଠା ବା ତା'ର ସମକକ୍ଷ ହୋଇପାରିଛନ୍ତି । [୭][୮][୯]

୨୦୦୦ ମସିହାର, ଏକଲବ୍ୟ ପୁରସ୍କାର ବିଜୟିନୀ, ଅନୁରାଧା ବର୍ତ୍ତମାନ ନାଲକୋ କମ୍ପାନୀରେ କାର୍ଯ୍ୟରତ । [୧୦]

ସଫଳତା

style="border:1px solid black"
YearCompetitionVenuePositionNotes
Representing  ଭାରତ
2000Asian ChampionshipsJakarta, Indonesia3rd100m hurdles
2006SAF GamesColumbo, Sri Lanka1st100m hurdles

ଅନୁରାଧା ସମୁଦାୟ ୮୦ଟି ସ୍ୱର୍ଣ୍ଣ ୫୦ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ପଦକ ଜିତିଛନ୍ତି

ପୁରସ୍କାର ଓ ପ୍ରଶଂସା

ଅନୁରାଧାଙ୍କୁ ୨୦୧୩ ବର୍ଷର ବିଜୁ ପଟ୍ଟନାୟକ କ୍ରୀଡ଼ାରେ ଜୀବନ ବ୍ୟାପୀ ସାଧନ ପୁରସ୍କାର ମିଳିଥିଲା ୨୯ ଅଗଷ୍ଟ ୨୦୧୪ ଦିନ। ଏହି ପୁରସ୍କାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପ୍ରଦାନ କରିଥିଲେ।ପୁରସ୍କାର ସ୍ୱରୂପ ୩ ଲକ୍ଷ ଟଙ୍କା ମିଳିଥିଲା । ସେହିପରି ସେ ୨୦୦୩ ମସିହାରେ ବିଜୁ ପଟ୍ଟନାୟକ ରାଜ୍ୟର ଶ୍ରେଷ୍ଠ କ୍ରୀଡାବିତ ଭାବେ ୫୦୦୦୦ ଟଙ୍କା ପୁରସ୍କାର ପାଇଥିଲେ।

ବାହ୍ୟ ଆଧାର

ଆଧାର