ଆନ୍ତର୍ଜାତିକ ମହିଳା ଦିବସ

ଆନ୍ତର୍ଜାତିକସ୍ତରରେ ପାଳନ କରାଯାଉଥିବା ଏକ ଦିବସ


ଆନ୍ତର୍ଜାତୀୟ ମହିଳା ଦିବସ ପ୍ରତିବର୍ଷ ୮ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ ।[୧] ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ ରୂପେ ପାଳନ କରାଯାଏ ।

ଆନ୍ତର୍ଜାତୀୟ ମହିଳା ଦିବସ
Poster for Women's Day, March 8, 1914
ପାଳନକାରୀବିଶ୍ୱବ୍ୟାପି ପୁରୁଷ ଓ ମହିଳା
ପ୍ରକାରଆନ୍ତର୍ଜାତୀୟ
ବିଶେଷତାCivil awareness day
Women and girls day
Anti-sexism day
ତାରିଖମାର୍ଚ୍ଚ ୮ (ବାର୍ଷିକ)
ସମ୍ପର୍କିତMother's Day, Universal Children's Day, International Men's Day

ଇତିହାସ

ଆମେରିକାରେ ସୋସିଆଲିଷ୍ଟ ପାର୍ଟୀର ଆହ୍ୱାନରେ, ଏହି ଦିବସ ସର୍ବ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା । ୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନଲ କୋପେନହେଗନ ସମ୍ମିଳନରେ ଏହାକୁ ଅନ୍ତରାଷ୍ଟ୍ରୀୟର ମାନ୍ୟତା ଦିଆଗଲା । ସେହି ସମୟରେ ଏହାର ପ୍ରମୁଖ ଯୋଗ୍ୟ ସମ୍ପୂର୍ଣ୍ଣ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦିଆ ଯିବାରଥିଲା, କାରଣ ସେହି ସମୟରେ ବହୁ ଦେଶମାନଙ୍କରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ନଥିଲା ।

୧୯୧୭ ମସିହାରେ ଋଷର ମହିଳାମାନେ, ମହିଳା ଦିବସରେ ରୁଟି ଏବଂ କପଡ଼ା ପାଇଁ ଆନ୍ଦୋଳନ କରିବାର ଯୋଜନା କରିଥିଲେ । ଏହି ଆନ୍ଦୋଳନ ମଧ୍ୟ ଐତିହାସିକ ଥିଲା । ଅନ୍ତରୀମ ସରକାର ମହିଳା ମାନଙ୍କୁ ଭୋଟ ଦେବାର ଅଧିକାର ଦେଲେ । ସେହି ସମୟରେ ଋଷରେ ଜୁଲିୟନ କ୍ୟାଲେଣ୍ଡର ଚଳୁଥିଲା ଏବଂ ବାକି ଦୁନିଆରେ ଗ୍ରେଗେରିୟାନ କ୍ୟାଲେଣ୍ଡର । ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ଅନ୍ତର ଥିଲା । ଜୁଲିୟନ କ୍ୟାଲେଣ୍ଡର ଅନୁସାରେ ୧୯୧୭ ଫେବୃଆରୀର ଶେଷ ପର୍ଯ୍ୟାୟ ୨୩ ଫେବୃଆରୀରେ ଥିଲା କିନ୍ତୁ ଗ୍ରେଗେରିୟାନ କ୍ୟାଲେଣ୍ଡର ଅନୁସାରେ ସେହିଦିନ ୮ ମାର୍ଚ୍ଚ ଥିଲା । ସେହି ସମୟରେ ସମସ୍ତ ଦୁନିଆରେ, ଏମିତିକିି ଋଷରେ ମଧ୍ୟ ଗ୍ରେଗେରିୟାନ କ୍ୟାଲେଣ୍ଡର ଚଳୁଥିଲା । ଏଥିପାଇଁ ୮ ମାର୍ଚ୍ଚକୁ ମହିଳା ଦିବସ ରୂପେ ପାଳନ କରାଗଲା ।

ଆଧୁନିକ ସଂସ୍କୃତି

  ଅଧିକାରୀକ ଅବକାଶ
  କେବଳ ମହିଳା ମାନଙ୍କ ପାଇଁ ଅବକାଶ
  ଅନାଧିକାରୀକ ଅବକାଶ

ଆଫଗାନିସ୍ତାନ,[୨] ଅଙ୍ଗୋଲା, ଆର୍ମେନିୟା,[୩] ଆଜରବାଇଜାନ,[୪] ବେଳରୁଷ,[୫] ବୁର୍କିନା ଫାସୋ,[୬] କାମ୍ବୋଡିୟା,[୭] ଚୀନ (କେବଳ ମହିଳା ମାନଙ୍କ ପାଇଁ),[୮] କ୍ୟୁବା,[୯] ଜଂର୍ଜିୟା,[୧୦]ଗିନ୍ନୀ -ବିସାଉ ,[୨] ଈରୀଟ୍ରିୟା,[୨] କଜାଖସ୍ତାନ,[୧୧] କିର୍ଗିସ୍ତାନ,[୧୨] ଲାଓସ,[୧୩] ମକଦୁନିୟା (କେବଳ ମହିଳା ମାନଙ୍କ ପାଇଁ), ମଡାଗାସ୍କାର (କେବଳ ମହିଳା ମାନଙ୍କ ପାଇଁ),[୧୪] ମାଲ୍ଡୋବା,[୧୫] ମଙ୍ଗୋଲିୟ,[୧୬] ନେପାଳ (କେବଳ ମହିଳା ମାନଙ୍କ ପାଇଁ),[୨] ଋଷ,[୨] ତାଜିକିସ୍ତାନ,[୨] ତୁର୍କମେନିସ୍ତାନ,[୨] ୟୁଗାଣ୍ଡା,[୨] ୟୁଫ୍ରେନ,[୨] ଉଜବେକିସ୍ତାନ,[୧୭] ବୀୟତନାମ,[୧୮] ଏବଂ ଜାମ୍ବିୟାରେ ଏହି ଦିନ ଏକ ଅଧିକାରୀକ ଅବକାଶ ଅଟେ ।[୧୯]

ଚିତ୍ରଶାଳା


ଆଧାର

ଆହୁରି ପଢ଼ନ୍ତୁ