ଆଷାଢ଼
ଆଷାଢ଼ା (ପୂର୍ବାଷାଢ଼ା ବା ଉତ୍ତରାଷାଢ଼ା) ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସକୁ ଆଷାଢ଼ ମାସ କୁହାଯାଏ। ଏହା ଓଡ଼ିଆ ହିନ୍ଦୁମାନଙ୍କର ତୃତୀୟ ଚାନ୍ଦ୍ରମାନ ମାସ। ଏହାର ପୂର୍ବବର୍ତ୍ତୀ ମାସ ଜ୍ୟୈଷ୍ଠ ଓ ପରବର୍ତ୍ତୀ ମାସ ଶ୍ରାବଣ ଅଟେ।ଏଇ ମାସର କୃଷ୍ଣପକ୍ଷ ଓ ପୂର୍ବବର୍ତ୍ତୀ ଦୁଇ ମାସରେ ଗ୍ରୀଷ୍ମ ଋତୁ ହୁଏ। ଏଇ ମାସର ଶୁକ୍ଳପକ୍ଷ ଓ ପରବର୍ତ୍ତୀ ମାସରେ ବର୍ଷା ଋତୁ ହୁଏ।
ପର୍ବପର୍ବାଣି
- ଅମାବାସ୍ୟା: ନବଯୌବନ ଦର୍ଶନ ବା ନେତ୍ରୋତ୍ସବ
- ଶୁକ୍ଳ ଦ୍ୱିତୀୟା: ରଥଯାତ୍ରା
- ଶୁକ୍ଳ ଅଷ୍ଟମୀ: ପର୍ଶୁରାମାଷ୍ଟମୀ
- ଶୁକ୍ଳ ଦଶମୀ: ବାହୁଡ଼ା ଯାତ୍ରା
- ଶୁକ୍ଳ ଏକାଦଶୀ: ହରିଶୟନ ଏକାଦଶୀ ଓ ସୁନାବେଶ
- ଶୁକ୍ଳ ଦ୍ୱାଦଶୀ: ଗରୁଡ଼ ଶୟନ ଦ୍ୱାଦଶୀ ଓ ଅଧର ପଣା
- ଶୁକ୍ଳ ତ୍ରୟୋଦଶୀ-ଚତୁର୍ଦ୍ଦଶୀ: ଜୟା ପାର୍ବତୀ ବ୍ରତ, ନୀଳାଦ୍ରୀ ବିଜେ, ଶିବଶୟନ ଚତୁର୍ଦ୍ଦଶୀ
ଏହି ମାସର ଋତୁ
ଲୋକ ଭାବନ୍ତି ଯେ ଆଷାଢ଼ ହେଉଛି ବର୍ଷା ଋତୁର ମାସ। ହେଲେ କିନ୍ତୁ ଏଇଟା ସତ ନୁହେଁ। ଏହି ମାସର କୃଷ୍ଣପକ୍ଷରେ ଗ୍ରୀଷ୍ମ ଋତୁ ହୁଏ ଏବଂ ଶୁକ୍ଳପକ୍ଷରେ ବର୍ଷା ଋତୁ ହୁଏ।
କାରଣ ଜ୍ୟୈଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରା ଦିବ୍ୟ ସ୍ନାନ କରନ୍ତି ଯାହାଦ୍ୱାରା ତାଙ୍କୁ ଜ୍ବର ହେଇଯାଏ। ସେଇଲାଗି ପ୍ରକୃତି ରାଗିଯାଏ ଆଉ ଗ୍ରୀଷ୍ମ ହୁଏ।
ପୁଣି ଯେବେ ସେ ଆଷାଢ଼ ଅମାବାସ୍ୟାରେ ଆଖି ଖୋଲନ୍ତି ତେବେ ପ୍ରକୃତି ପ୍ରସନ୍ନ ହୁଏ ଓ ବର୍ଷା ଋତୁ ପ୍ରାରମ୍ଭ ହୁଏ।
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ