ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ

ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ (ଆଇଏମ) (ଇଂରାଜୀ ଭାଷାରେ Infectious mononucleosis (IM), ବା ମୋନୋ/ mono, ବା glandular fever) ରୋଗ ଏପସ୍ଟେନ ବାର ଭୁତାଣୁ (ଇବିଏଫ) (Epstein–Barr virus) ଯୋଗୁ ସୃଷ୍ଟି ହୁଏ ।[୧] ଅଧିକାଂଶ ଲୋକ ପିଲାଦିନେ ଏହି ଭୂତାଣୁଦ୍ୱାରା ଆକ୍ରାନ୍ତ ହେଲେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ତରୁଣ ବୟସରେ ଆକ୍ରାନ୍ତ ହେଲେ ଜ୍ୱର, ଗଳା ପ୍ରଦାହ, ବେକରେ ଲସିକା ଗ୍ରନ୍ଥି ବିକୃତି, ଥକ୍କାଣ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଦୁଇରୁ ଚାରି ସପ୍ତାହ ମଧ୍ୟରେ ଅଧିକାଂଶ ଲୋକର ରୋଗରେ ଉନ୍ନତି ହୁଏ କିନ୍ତୁ ଥକ୍କାଣ ୪ ମାସ ପର୍ଯ୍ୟନ୍ତ ରହିପାରେ । ଯକୃତ ବା ପ୍ଲୀହା ଫୁଲିଯାଇପାରେ ।[୨] ୧%ରୁ କମ୍ କେଶ୍‌ରେ ପ୍ଲୀହା ଛିଦ୍ର (splenic rupture) ଦେଖାଯାଏ ।[୩]

ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ
ଇଂରାଜୀ ପ୍ରତିଶବ୍ଦ - glandular fever, Pfeiffer's disease, Filatov's disease, kissing disease
ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ ରୋଗଗ୍ରସ୍ତ ଲୋକର ବେକରେ ଲସିକା ଗ୍ରନ୍ଥି ବିକୃତି (Swollen lymph nodes) ଦେଖାଯାଉଛି
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ
ଆଇସିଡ଼ି-୧୦B27.{{{3}}}
ଆଇସିଡ଼ି-୯-ସିଏମ୍075
ରୋଗ ଡାଟାବେସ4387
ମେଡ଼ିସିନ-ପ୍ଲସ000591
ଇ-ମେଡ଼ିସିନemerg/319 med/1499 ped/705
Patient UKଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ
MeSHD007244

ଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ ରୋଗ ଏପସ୍ଟେନ ବାର ଭୂତାଣୁ (ଇବିଏଫ), ଅନ୍ୟ ନାମ ହ୍ୟୁମ୍ୟାନ ହର୍ପିସଭୂତାଣୁ ୪, ଯୋଗୁ ସୃଷ୍ଟି ହୁଏ ଓ ଏହି ଭୂତାଣୁ ଏକ ବୃହତ୍ ହର୍ପିସଭିରିଡି (ଏପସ୍ଟେନ ବାର ଭୁତାଣୁ ବା ଇବିଏଫ) ପରିବାରର (herpes virus family) ଏକ ସଦସ୍ୟ । ଅନ୍ୟ କେତେକ ଭୁତାଣୁ ମଧ୍ୟ ଏହି ରୋଗ କରିପାରନ୍ତି । [୨] ଲାଳ (saliva) ସାହାଯ୍ୟରେ ଏହା ମୁଖ୍ୟତଃ ବ୍ୟାପିଲେ ମଧ୍ୟ ବୀର୍ଯ୍ୟ (semen) ବା ରକ୍ତ ମାଧ୍ୟମରେ ମଧ୍ୟ ବ୍ୟାପିଯାଏ । ପିଇବା ଗିଲାସ ଓ ଦାନ୍ତଘସା ବ୍ରସ୍‌ଦ୍ୱାରା ମଧ୍ୟ ବ୍ୟାପିଯାଏ । ରୋଗ ଲକ୍ଷଣ ବାହାରିବାର କିଛି ସପ୍ତାହ ପୂର୍ବରୁ ଏହି ଭୂତାଣୁ ବ୍ୟାପିପାରେ ।[୧] ଲକ୍ଷଣ ଉପରେ ପର୍ଯ୍ୟବସିତ କରି ଏହି ମୋନୋ ରୋଗ ନିର୍ଣ୍ଣୟ କଲାପରେ ନିର୍ଦ୍ଦିଷ୍ଟ ଆଣ୍ଟିବଡି (antibodies) ନିମନ୍ତେ ରକ୍ତ ପରୀକ୍ଷା କରି ରୋଗ ନିଧାର୍ଯ୍ୟ କରାଯାଏ ।[୨] ରକ୍ତରେ ଅଧିକ ସଂଖ୍ୟକ ଲିମ୍ଫୋସାଇଟ ଥାଏ ଓ ତନ୍ମଧ୍ୟରୁ ୧୦% ଅସ୍ୱାଭାବିକ ଥାଏ । [୪][୨] ମୋନୋସ୍ପଟ (monospot) ପରୀକ୍ଷା ଏତେ ଉପକାରୀ ନୁହେଁ । [୫]

ଏହି ରୋଗ ପାଇଁ କୌଣସି ଟିକା (vaccine) ନାହିଁଁ । ବ୍ୟକ୍ତିଗତ ଜିନିଷ ବାଣ୍ଟିବା ଓ ଚୁମା ଦେବାରୁ ବିରତ ହେଲେ ରୋଗ ପ୍ରତିଷେଧ ହୁଏ । ମୋନୋ ସାଧାରଣତଃ ନିଜେ ନିଜେ ଉପଶମ ହୁଏ ।[୧] ଅଧିକ ତରଳ ପଦାର୍ଥ ପାନ କରିବାକୁ, ଯଥେଷ୍ଟ ବିଶ୍ରାମ ନେବାକୁ ଓ ପାରାସେଟାମୋଲ (paracetamol) ବା ଆଇବୁପ୍ରୋଫେନ (ibuprofen) ଭଳି ଯନ୍ତ୍ରଣା ନିବାରକ ଔଷଧ ଦେବାକୁ ସୁପାରିସ କରାଯାଏ । [୧][୬]

ବିକଶିତ ଦେଶମାନଙ୍କରେ (developed world) ୧୫ରୁ ୨୪ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆକ୍ରମଣ କରେ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଅଳ୍ପ ବୟସର ପିଲାଙ୍କୁ ଏ ରୋଗ ଆକ୍ରମଣ କରେ ଓ ସେତେବେଳେ ଲକ୍ଷଣ ବ‌ହୁତ କମ୍ ଦେଖାଯାଏ ।[୭] ୧୬ରୁ ୨୦ ବର୍ଷ ବୟସ ଭିତରେ ୮% ତଣ୍ଟି ରୋଗର କାରଣ ଭାବରେ ଏହି ରୋଗର ଭୂମିକା ଥାଏ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଏକ ଲକ୍ଷ ଲୋକରେ ୪୫ଜଣ ପ୍ରତି ବର୍ଷ ଏହି ରୋଗ ଭୋଗନ୍ତି ।[୮] ଯୁବକ ସମୟ ଆସିବା ବେଳକୁ ପ୍ରାୟ ୯୫% ଲୋକ ଏଥିରେ ସଂକ୍ରମିତ ହୋଇସାରିଥାଆନ୍ତି । [୮] ବର୍ଷର ପ୍ରତ୍ୟେକ ସମୟରେ ଏହି ରୋଗ ହୁଏ । [୪] ସନ ୧୯୨୦ରେ ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ଓ କଥିତ ଭାଷାରେ ଏହାକୁ ଚୁମ୍ବନ ରୋଗ କୁହାଯାଇଥିଲା ।[୯]

ଆଧାର