ଇନୋଟୁଜୁମାବ ଓଜୋଗାମିସିନ

ଇନୋଟୁଜୁମାବ ଓଜୋଗାମିସିନ (ଇଂରାଜୀ ଭାଷାରେ Inotuzumab ozogamicin), ବେସପୋନସା ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ବି-ସେଲ୍ ପୂର୍ବବର୍ତ୍ତୀ ତୀବ୍ର ଲିମ୍ଫୋବ୍ଲାଷ୍ଟିକ୍ ଲିଉକେମିଆ (ALL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] କର୍କଟ କୋଷଗୁଡ଼ିକ ସିଡି୨୨ ଯୁକ୍ତାତ୍ମକ ( CD22 ପଜିଟିଭ୍) ଥିଲେ ଏବଂ ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୨] [୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]

ଇନୋଟୁଜୁମାବ ଓଜୋଗାମିସିନ
Monoclonal antibody
TypeWhole antibody
SourceHumanized (from mouse)
TargetCD22
Clinical data
Trade namesBesponsa
SynonymsCMC-544
AHFS/Drugs.commonograph
MedlinePlusa617041
data
Pregnancy
category
  • AU: D
  • US: N (Not classified yet)
Routes of
administration
Intravenous
Legal status
Legal status
  • AU: S4 (Prescription only)
  • UK: POM (Prescription only) [୧]
  • US: ℞-only [୨]
  • EU: Rx-only
Pharmacokinetic data
Protein binding97% (cytotoxic agent)
Elimination half-life12.3 days
Chemical and physical data
FormulaC6518H10002N1738O2036S42
Molar mass୧,୪୬,୬୩୪.୩୬ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଟେଲେଟ୍, କମ୍ ଶ୍ୱେତ ରକ୍ତ କଣିକା, ସଂକ୍ରମଣ, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଥକାପଣ, ରକ୍ତସ୍ରାବ, ଜ୍ୱର, ଅଇ, ମୁଣ୍ଡବିନ୍ଧା ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୩] ଯକୃତ ସମସ୍ୟାରେ ହେପାଟିକ ଭେନୋ-ଓକ୍ଲୁସିଭ୍ ରୋଗ ଅନ୍ତର୍ଭୁକ୍ତ ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ଏବଂ ଅନୁର୍ବରତା ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏନ-ଆସେଟିଲ-କାଲିଚିଆମିନ (N-acetyl-cal-γ-calicheamicin) ସହିତ ସଂଯୁକ୍ତ ଏକ ମୋନୋକ୍ଲୋନାଲ ଆଣ୍ଟିବଡି ।[୫] ସସିଡି୨୨କୁ (CD22 ) ପ୍ରକାଶ କରୁଥିବା ଜୀବକୋଷଗୁଡିକ ସହିତ ଆଣ୍ଟିବଡି ସଂଲଗ୍ନ ହେବା ଫଳରେ ସେମାନଙ୍କର ମୃତ୍ୟୁ ହୁଏ । [୪]

୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇନୋଟୁଜୁମାବ ଓଜୋଗାମାଇସିନ୍ ଅନୁମୋଦିତ ହୋଇଥିଲା ।[୫] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ୧ ମିଗ୍ରା ମାତ୍ରା ପିଛା ପ୍ରାୟ ୮୦୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୪,୦୦୦ ଡଲାର ଅଟେ ।[୬]

ଆଧାର