ଏଣ୍ଟ୍ରେକ୍ଟିନିବ

ଏଣ୍ଟ୍ରେକ୍ଟିନିବ (ଇଂରାଜୀ ଭାଷାରେ Entrectinib), ରୋଜଲିଟ୍ରେକ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହା ଆରଓଏସ୧ଯୁକ୍ତାତ୍ମକ (ROS1- ପଜିଟିଭ) କିମ୍ବା କଠିନ ଅର୍ବୁଦ ଯାହା ଏନଟିଆରକେ ଗଳନ-ଯୁକ୍ତାତ୍ମକ (NTRK ଫ୍ୟୁଜନ୍ -ପଜିଟିଭ୍) ।[୪] ଏହା ପାଟିରେ ଦିଆଯାଏ ।[୪]

ଏଣ୍ଟ୍ରେକ୍ଟିନିବ
Clinical data
Trade namesRozlytrek
SynonymsRXDX-101, NMS-E628
AHFS/Drugs.commonograph
MedlinePlusa619049
data
Pregnancy
category
  • AU: D [୧]
  • US: N (Not classified yet)
Routes of
administration
By mouth
Legal status
Legal status
  • AU: S4 (Prescription only) [୧]
  • UK: POM (Prescription only) [୩]
  • US: ℞-only [୪]
  • EU: Rx-only [୨]
Identifiers
IUPAC name
  • N-[5-(3,5-Difluorobenzyl)-1H-indazol-3-yl]-4-(4-methyl-1-piperazinyl)-2-(tetrahydro-2H-pyran-4-ylamino)benzamide
Chemical and physical data
FormulaC31H34F2N6O2
Molar mass୫୬୦.୬୫ g·mol−1
3D model (JSmol)
SMILES
  • CN1CCN(CC1)C2=CC(=C(C=C2)C(=O)NC3=NNC4=C3C=C(C=C4)CC5=CC(=CC(=C5)F)F)NC6CCOCC6
InChI
  • InChI=1S/C31H34F2N6O2/c1-38-8-10-39(11-9-38)25-3-4-26(29(19-25)34-24-6-12-41-13-7-24)31(40)35-30-27-17-20(2-5-28(27)36-37-30)14-21-15-22(32)18-23(33)16-21/h2-5,15-19,24,34H,6-14H2,1H3,(H2,35,36,37,40)
  • Key:HAYYBYPASCDWEQ-UHFFFAOYSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାପଣ, କୋଷ୍ଠକାଠିନ୍ୟ, ସ୍ୱାଦର ପରିବର୍ତ୍ତନ, ତରଳ ପଦାର୍ଥ ଜମିବା ହେତୁ ଫୁଲା, ମୁଣ୍ଡ ବୁଲାଇବା, ତରଳ ଝାଡ଼ା, ଅଇ, ନିଦ୍ରାହୀନତା, ଶ୍ୱାସକ୍ରିୟାରେ ଅସୁବିଧା, ଓଜନ ବୃଦ୍ଧି, କାଶ, ଜ୍ୱର, ଚିନ୍ତା ସମସ୍ୟା ଏବଂ ଦୃଷ୍ଟି ଶକ୍ତି ସମସ୍ୟା ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ପାତ, ହାଡ଼ ଭଙ୍ଗା, ଯକୃତ ସମସ୍ୟା, ଉଚ୍ଚ ୟୁରିକ୍ ଏସିଡ୍ ଏବଂ କ୍ୟୁଟି (QT) ବିସ୍ତାର ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଟ୍ରପୋମାୟୋସିନ୍ ରିସେପ୍ଟର କାଇନେଜ କ,ଖ,ଗ (TRK A, B ଏବଂ C), ସି-ରସ ଅଙ୍କୋଜିନ ୧ (C-ros oncogene 1/ ROS1), ଏବଂ ଆନାପ୍ଲାଷ୍ଟିକ୍ ଲିମ୍ଫୋମା କାଇନେଜ (ALK) ମାନଙ୍କର ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର ( TKI) ।[୫]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ଅଷ୍ଟ୍ରେଲିଆ ଏବଂ ୟୁରୋପରେ ଡାକ୍ତରୀ କ୍ଷେତ୍ରରେ ବ୍ୟବହାର ପାଇଁ ଏଣ୍ଟ୍ରେକ୍ଟିନିବ ଅନୁମୋଦିତ ହୋଇଥିଲା ।[୪] [୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସରେ ଏହା ପିଛା ପ୍ରାୟ ୫,୨୦୦ ଖର୍ଚ୍ଚ ହୁଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬,୮୦୦ ଡଲାର ଅଟେ ।[୭]

ଆଧାର