କଣନ‌ଖା

ଆଙ୍ଗୁଠି ଚାରିପାଖର ଚର୍ମର ପ୍ରଦାହକୁ କଣନଖା କୁହାଯାଏ ।

କଣନ‌ଖା ବା ପାରୋନିକିଆ ରୋଗରେ ନ‌ଖ ଚାରିପାଖରେ ଥିବା ଚମର ପ୍ରଦାହ ହୁଏ । [୫] [୬] ଏହା ହଠାତ୍ ଯନ୍ତ୍ରଣା, ଲାଲିମା, ଫୁଲା ଏବଂ ପୁଜ ସହିତ ଉପସ୍ଥାପିତ ହୋଇପାରେ, କିମ୍ବା ଧୀରେ ଧୀରେ ସାମାନ୍ୟ ଦରଜ, ଲାଲିମା, ଏବଂ ନଖ ପରିବର୍ତ୍ତନ ସହିତ ଆରମ୍ଭ ହୋଇପାରେ ।[୨] [୩] ବିଶି ଓ ମଝି ଆଙ୍ଗୁଠି ସାଧାରଣତଃ ଅଧିକ ପ୍ରଭାବିତ ହୋଇଥାଏ, ଯଦିଓ ହାତ ଓ ପାଦର ଅନ୍ୟାନ୍ୟ ଆଙ୍ଗୁଠି ମଧ୍ୟ ଜଡିତ ହୋଇପାରେ ।[୨] [୭] ଏହା ଜଟିଳ ହେଲେ ଆବସେସ୍ ହୋଇପାରେ । [୩]

Paronychia
Perionychia[୧]
Acute paronychia of the middle finger
ବିଭାଗDermatology, emergency medicine
ଲକ୍ଷଣAcute: Pain, redness, swelling, pus[୨][୩]
Chronic Mild tenderness, redness, nail changes[୨][୩]
କାରଣInfectious (bacterial, viral, fungal), frequent hand washing, nail biting, certain medications[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on examination[୩]
ସଠିକ ରୋଗ ନିର୍ଣ୍ଣୟCellulitis, felon, herpetic whitlow, onychomycosis, nail psoriasis[୩]
ଚିକିତ୍ସାAcute: Warm compresses, antibiotics, incision and drainage[୨][୧]
Chronic: Avoiding the underlying cause, antifungal and corticosteroid cream[୨][୧]
ପୁନଃପୌନିକCommon[୪]

ଏହା ଜୀବାଣୁ, ଭୂତାଣୁ ବା କବକ ସଂକ୍ରମଣ ହେତୁ ହୋଇପାରେ; ବାରମ୍ବାର ହାତ ଧୋଇଲେ କିମ୍ବା ନଖ କାମୁଡ଼ିଲେ କିମ୍ବା କିଛି ଔଷଧର ପ୍ରତିକ୍ରିୟା ଯୋଗୁ ହୋଇପାରେ ।[୫] ସ୍ଟଫିଲୋକୋକସ ଅରିଅସ ଜୀବାଣୁ ଯୋଗୁ ହେଲେ ସାଧାରଣତଃ ହଠାତ୍ ଆରମ୍ଭ ହୋଇଥାଏ ଓ କାଣ୍ଡିଡା ଆଲବିକାନ୍ଶ କାରଣରୁ ହେଲେ ଧୀରେ ଧୀରେ ଆରମ୍ଭ ହୋଇଥାଏ । [୬] ସାମାନ୍ୟ ଆଘାତରେ ମଧ୍ୟ ଏହି ସଂକ୍ରମଣର ଆଶଙ୍କା ରହିଥାଏ ।[୨] ସାଧାରଣ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଇପାରେ ।[୩]

ତୀବ୍ର କଣନଖା ସାଧାରଣତଃ ଉଷୁମ ସେକ, ଆଣ୍ଡିବାୟୋଟିକ କିମ୍ବା ଚିରିବା ପରେ ପୂଜ ନିଷ୍କାସନଦ୍ୱାରା ଚିକିତ୍ସା କରାଯାଏ । [୬] [୭] କ୍ରନିକ କଣନଖାରେ କ୍ଲୋଟ୍ରାଇମାଜୋଲ ଓ ବିଟାମେଥସସୋନ ଭଳି ଆଣ୍ଟଫଙ୍ଗାଲ ଓ କର୍ଟିକୋଷ୍ଟିରଏଡ ଦେଇ ଚିକିତ୍ସା କରିବା ସଙ୍ଗେ ସଙ୍ଗେ ମୂଳ କାରଣକୁ ଏଡାଇବାକୁ ଉପଦେଶ ଦିଆଯାଏ । [୨] ଏହା ହାତର ଏକ ସାଧାରଣ ସଂକ୍ରମଣ। [୮] ମହିଳାମାନେ ପୁରୁଷଙ୍କ ତୁଳନାରେ ତିନି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। [୫]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ