କଣ୍ଟି କପାଳୀ

କଣ୍ଟିକପାଳୀ ବା Caesalpinia digyna (ଇଂରାଜୀରେ Teri Pods )କୃଷ୍ଣଚୂଡ଼ା (Caesalpinia) ବର୍ଗର ଏକ ଲତା ଜାତୀୟ ଉଦ୍ଭିଦ। ଏହି ଲତାର ସର୍ବାଙ୍ଗ କଣ୍ଟାରେ ପୂର୍ଣ୍ଣ ଥାଏ। ପତ୍ରଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ବି ଆକାରରେ ଟିକେ ବଡ଼ ହୋଇଥାଏ। ଫୁଲ ଗୁଡ଼ିକ ଆଁଶୁଆଁଶୁଆ, ଛୋଟ ଛୋଟ ଓ ଗୋଲ ଗୋଲ ହୋଇଥାଏ। ଫଳ ଗୁଡ଼ିକ ଜୟନ୍ତୀ ଫଳ ପ୍ରାୟ ଚେପଟା ଛୁଇଁ ପରି ହୋଇଥାଏ।

Caesalpinia digyna
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ବିଭାଗ:Magnoliophyta
ବର୍ଗ:Magnoliopsida
ଗଣ:Fabales
କୁଳ:Fabaceae
ଉପକୁଳ:Caesalpinioideae
ଗୋଷ୍ଠୀ:Caesalpinieae
ପ୍ରଜାତି:Caesalpinia
ଜାତି:C. digyna
ବାଇନୋମିଆଲ ନାମ
Caesalpinia digyna
Rottler

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷାନାମ
ଓଡ଼ିଆକଣ୍ଟି, କଣ୍ଟିକପାଳୀ
ସଂସ୍କୃତକାକଦାନୀ, କଣ୍ଟକିତ୍ୱକ, ହିଂସା, କାଳା,ଉଦାକିର୍ଯ୍ୟକ
ହିନ୍ଦୀହନ୍ସ हिन्स, ପୁଟି କରଞ୍ଜ
ତେଲୁଗୁଦୀପିଆ
ବଙ୍ଗଳାକଲେକତୁ

ଶାସ୍ତ୍ରୋକ୍ତ ଗୁଣ

ଅତିକଟୁ, ତିକ୍ତ ରସ, ଉଷ୍ଣବୀର୍ଯ୍ୟ, ରକ୍ତ ଶୋଧକ, ମୂତ୍ର ଶୋଧକ

ବ୍ୟବହାର

ରୋଗୀର ବଳ, ବୟସ ଅନୁସାରେ ଏହାର ପ୍ରୟୋଗ କରା ଯାଇଥାଏ। ମୁଖ୍ୟତଃ ଏହାର ସର୍ବାଙ୍ଗ(ବିଶେଷକରି ପତ୍ର ଓ ମୂଳ)କୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ। କଣ୍ଡୁ, ଦଦ୍ରୁ, ବିବର୍ଚ୍ଚିକା, ବ୍ରଣ, ଶୋଥ, କୁଷ୍ଠ, ବାତରକ୍ତ, ଜ୍ୱର, ବିଷଦୋଷ, କଟୀବାତ, ସନ୍ଧିବାତ, ଗଣ୍ଠିବାତ, ଶୂଳବାୟୁ ଓ ରକ୍ତ ବିକାର ଆଦିରେ ଏହାର ପ୍ରୟୋଗ ହୋଇଥାଏ। ପୁରୁଣା ଜ୍ୱର ପାଇଁ ଏହାକୁ ମହୁ ସହିତ ପ୍ରୟୋଗ କରାଯାଇଥାଏ। ବିଭିନ୍ନ ପ୍ରକାରର କ୍ଷତରେ ସୋରିଷ ତେଲ ସହିତ, ବିଷ ନାଶ କରିବାପାଇଁ ଗଇଶ ପତ୍ର ସହିତ, କାଛୁ, କୁଣ୍ଡିଆ ଆଦିରେ ହଳଦୀ ସହିତ, ଶୋଥ ଆଦିରେ ଶ୍ୱେତ ପୁରୁଣୀ ସହିତ, କର୍ଣ୍ଣ ରୋଗରେ ରାଶି ତେଲ ସହିତ ଏହା ବ୍ୟବହାର କରାଯାଏ।

ଆଧାର

ବାହାର ଆଧାର

ଆହୁରି ଦେଖନ୍ତୁ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ