କୃଷ୍ଣଚୂଡ଼ା

କୃଷ୍ଣଚୂଡ଼ା ଫାବାସି(! ବଂଶ ଓ ସେଫାଲୋପେନାସି ଉପ‌ବଂଶ (ର ଏକ ପୁଷ୍ପଜାତୀୟ ଗଛ । ଏହାର ପ‌ତ୍ର ଫର୍ଣ୍ଣ ପରି ମେଲିଥାଏ ଓ ଏହାର ଫୁଲ ଉଜ୍ଜଳ ରଙ୍ଗବିଶିଷ୍ଟ ହୋଇଥାଏ । ଏହା ଅନେକ କ୍ରାନ୍ତୀୟ ଅଞ୍ଚଳରେ ଏକ ଶୋଭାକାରୀ ଉଦ୍ଭିଦ ଭାବେ ବିବେଚିତ ହୋଇଥାଏ । ଏହାର ଇଂରାଜୀ ନାମ ରୟାଲ ପୋିନିସିଆନା (Royal Poinciana) । ଏହାର ହିନ୍ଦୀ/ଉର୍ଦ୍ଦୁ ନାମ ଗୁଲମୋହର (ଗୁଲର ଅର୍ଥ ଫୁଲ ଓ ମୋହରର ଅର୍ଥ ଚିହ୍ନ ବା ସନ୍ତକ) । ଓଡ଼ିଆ ଓ ବଙ୍ଗଳାରେ ଏହାକୁ କୃଷ୍ଣଚୂଡ଼ା (କୃଷ୍ଣଙ୍କ ଚୂଡ଼ାରେ ଶୋଭାପାଉଥିବା ଫୁଲ) ବୋଲି କୁହାଯାଇଥାଏ ।ଭିଏତନାମୀ ଭାଷାରେ ଏହାକୁ Phượng vĩ(ଫିନିକ୍ସର ଲାଞ୍ଜ)କୁହାଯାଇଥାଏ ।[୧]

କୃଷ୍ଣଚୂଡ଼ା
ଫ୍ଲୋରିଡ଼ା କିଜରେ ପୂର୍ଣ୍ଣପ୍ରକ୍ଷ୍ଫୁଟିତ ଗଛ ସମୂହ
Conservation status

Vulnerable  (IUCN 2.3)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Rosids
ଗଣ:Fabales
କୁଳ:Fabaceae
ଉପକୁଳ:Caesalpinioideae
ପ୍ରଜାତି:Delonix
ଜାତି:D. regia
ବାଇନୋମିଆଲ ନାମ
Delonix regia
(Boj. ex Hook.) Raf.

ଆଧାର