କଦଳୀ

କଦଳୀ ହେଉଛି ଏକ ଲମ୍ବାଳିଆ ଖଦ୍ଯୋପଯୋଗୀ ଫଳ, ଉଦ୍ଭିଦବିଜ୍ଞାନ ଅନୁସାରେ ଏକ କୋଳି ।[୧][୨] ଏଗୁଡିକ ମୁସା ପ୍ରଜାତିର ବଡ଼ବଡ଼ ଗୁଳ୍ମଜାତୀୟ ଉଦ୍ଭିଦମାନଙ୍କର ଫଳ ।[୩] ଫଳଟି ବିଭିନ୍ନ ରଙ୍ଗ ଏବଂ ଆକାରର କିନ୍ତୁ ସାଧାରଣତଃ ଲମ୍ବା, ବଙ୍କା ଏବଂ ଶର୍କରାରେ ପୂର୍ଣ୍ଣ ମାଂସ ଯୁକ୍ତ ହୋଇଥାଏ, ଯାହା ଏକ ସବୁଜ କିମ୍ବା ହଳଦିଆ ଚୋପାଦ୍ୱାରା ଘୋଡାଇ ହୋଇ ରହିଥାଏ । କଦଳୀ, ଗଛର ଉପରପଟୁ ଏକତ୍ର ଫଳିଥାଏ । ବର୍ତ୍ତମାନର ପ୍ରାୟ ସମସ୍ତ ମଞ୍ଜି-ବିହୀନ କଦଳୀ ଦୁଇଟି ବନ୍ଯ ପ୍ରଜାତିଠାରୁ ଆସିଥାଏ - ମୁସା ଆକୁମିନାଟା, ଏବଂ ମୁସା ବାଲ୍ୱିସିଆନା

କଦଳୀ
ଛଡ଼ା ଯାଇଥିବା କଦଳୀ(ବିଭିନ୍ନ ଦିଗରୁ)
ଛଡ଼ା ଯାଇଥିବା କଦଳୀ(ବିଭିନ୍ନ ଦିଗରୁ)
ଜନ୍ମ
ଦକ୍ଷିଣ-ପୂର୍ବ ଏସିଆ, ଦକ୍ଷିଣ ଏସିଆ
କଦଳୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ:ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ:ଟ୍ରାକିଓଫାଇଟା
ଗୋଷ୍ଠୀ:ସ୍ପର୍ମାଟୋଫାଇଟା
ଗୋଷ୍ଠୀ:ଆବୃତବୀଜୀ
ଗୋଷ୍ଠୀ:ଏକବୀଜପତ୍ରୀ
ଗୋଷ୍ଠୀ:କମେଲିନିଡ
ବଂଶ:ମୁସାସି
ପ୍ରଜାତି:ମୁସା(ପ୍ରଜାତି)

ମୁସା ଜାତିଗୁଡ଼ିକ ଇଣ୍ଡୋମଳୟ ଏବଂ ଅଷ୍ଟ୍ରେଲାସିଆରେ ଉତ୍ପନ୍ନ ହୋଇଥିଲେ । ଏଗୁଡ଼ିକ ପ୍ରଥମେ ନ୍ଯୁ ଗ୍ୱିନିରେ ଚାଷ କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ ।[୪][୫]

ଐତିହାସିକ କଦଳୀ ଚାଷ

ପ୍ରାଥମିକ ଚାଷ

କମଳାରେ ମୁସା ବାଲ୍ୱିସିଆନା ଏବଂ ସବୁଜରେ ମୁସା ଆକୁମିନାଟାର ଉତ୍ପତ୍ତି ସ୍ଥଳ

ନ୍ଯୁଗ୍ୱିନିରେ ସର୍ବପ୍ରଥମେ ବଣରେ ମିଳୁଥିବା ମୁସା ଆକୁମିନାଟା ବାଙ୍କସିର ମଞ୍ଜି-ବିହୀନ କେତେକ ଉପଜାତିକୁ ଚାଷ କରାଯାଇଥିବ ବୋଲି କଳ୍ପନା କରାଯାଏ । ପପୁଆଙ୍କଦ୍ୱାରା ଏହା ଚାଷିତ ହେଉଥିଲା ।

ଆଧାର