କବୀର

ସନ୍ଥକବି

ଲେଖା ଚାଲିଛି...

କବୀର
Painting of Kabir and disciple
୧୮୨୫ର ଏକ ଚିତ୍ରରେ ପ୍ରଦର୍ଶିତ କବୀର ଜଣେ ଅନୁଗାମୀଙ୍କ ସହ
ଜନ୍ମ୧୪୪୦
ମୃତ୍ୟୁ୧୫୧୮
ବୃତ୍ତି(ସମୂହ)ବୁଣାକାର (ତନ୍ତୀ), କବି
ପ୍ରସିଦ୍ଧିଭକ୍ତି ଆନ୍ଦୋଳନ

କବୀର (୧୪୪୦–୧୫୧୮)[୧][୨][୩][୪] ଜଣେ ଧାର୍ମିକ କବି ଓ ସନ୍ଥ ଥିଲେ । କବୀରଙ୍କ ରଚନା ଭକ୍ତି ଆନ୍ଦୋଳନକୁ ଗଭୀର ଭାବେ ପ୍ରଭାବିତ କରିଥିଲା । କବୀରଙ୍କ କବିତା ଶିଖ ଧର୍ମ ପୁସ୍ତକ ଗୁରୁ ଗ୍ରନ୍ଥ ସାହିବରେ ଦେଖିବାକୁ ମିଳେ ।[୫][୩][୬] ତାଙ୍କର ଲେଖା ମଧ୍ୟରେ ଦୋହା ଖ୍ୟାତି ଲାଭ କରିଥିଲା ।[୭]

କବୀରଙ୍କ ଜନ୍ମ ରହସ୍ୟ ଓ ଲୋକ‌‌କଥାରେ ପରିପୂର୍ଣ୍ଣ । ତାଙ୍କର ଜନ୍ମ ସମୟ ଓ ପିତାମାତାଙ୍କ ବିଷୟରେ ବିଶାରଦମାନଙ୍କର ମତଭେଦ ରହିଛି । ଲୋକ‌କଥା ଅନୁସାରେ ଜଣେ ବ୍ରାହ୍ମଣ କନ୍ୟା ଏକ ହିନ୍ଦୁ ମନ୍ଦିରକୁ ଯିବା ପରେ ଗର୍ଭବତୀ ହୋଇଥିଲେ କିନ୍ତୁ ସେ ବିବାହିତା ନଥିଲେ । ତେଣୁ ନବଜାତ କବୀରଙ୍କୁ ସେ ପରିତ୍ୟାଗ କଲାପରେ ଏକ ମୁସଲମାନ ତନ୍ତୀ ଦମ୍ପତି ତାଙ୍କୁ ଲାଳନ ପାଳନ କରିଥିଲେ ।[୮] ସେ ବ୍ରାହ୍ମଣ ହୋଇଥିବା ବିଷୟ ସନ୍ଦେହାତ୍ମକ ଥିଲେ ମଧ୍ୟ ହିନ୍ଦୁ ସାଧୁ ରାମାନନ୍ଦ ସେହି ସମ୍ବନ୍ଧରେ ପ୍ରଭାବ ପକେଇଥିଲେ । [୯]

ଆଧାର

ବାହାର ଆଧାର