କାର୍ଲ ମାର୍କସ

କାର୍ଲ ହେନେରିକ ମାର୍କସ (୫ ମଇ ୧୮୧୮-୧୪ ମାର୍ଚ ୧୮୮୩) ଜଣେ ଜର୍ମାନୀୟ ଦାର୍ଶନିକ, ଅର୍ଥନୀତିୀ, ସମାଜବାଦୀ, ଐତିହାସିକ ତଥା ସାମ୍ୟବାଦର ପ୍ରଣେତା ଥିଲେ । ଅର୍ଥନୀତିରେ ମାର୍କସଙ୍କ ଗବେଷଣା, ଶ୍ରମିକ ବର୍ଗର ଅର୍ଥନୈତିକ ଅବସ୍ଥା ବୁଝିବା ପାଇଁ ମୂଳଦୁଆ କୁହାଯାଇପାରେ ଏବଂ ଏହା ପରବର୍ତ୍ତୀ ସମୟରେ ଅନେକ ଅର୍ଥନୀତିୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି ।[୪][୫][୬][୭] ସେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ପୁସ୍ତକର ରଚନା କରିଥିଲେ ଯେଉଁଗୁଡ଼ିକ ମଧ୍ୟରୁ ‌‌ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ (୧୮୪୮) ଏବଂ ଦାସ କ୍ୟାପିଟାଲ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ।

କାର୍ଲ ମାର୍କସ
୧୮୭୫ରେ ମାର୍କସ
ଜନ୍ମ(1818-05-05)୫ ମଇ ୧୮୧୮
ତ୍ରିଏର,ପ୍ରୋସିଆ
ଦେହାନ୍ତ୧୪ ମାର୍ଚ୍ଚ ୧୮୮୩(1883-03-14) (ବୟସ ୬୪)
ଲଣ୍ଡନ, ସଂଯୁକ୍ତ ରାଷ୍ଟ୍ରସଂଘ
ଦଶନ୍ଧିଉନବିଂଶ ଶତାବ୍ଦୀ ଦର୍ଶନ
ଅଞ୍ଚଳପାଶ୍ଚାତ୍ୟ ଦର୍ଶନ, ଜର୍ମାନ ଦର୍ଶନ
ବିଦ୍ୟାଳୟମାର୍କସ ବାଦ, ସାମ୍ୟବାଦ, ସମାଜବାଦ, ଭୌତିକବାଦ
ମୂଳ ଲକ୍ଷ‌‌ରାଜନୀତି, ଅର୍ଥଶାସ୍ତ୍ର, ଦର୍ଶନ, ସମାଜବାଦ,ଇତିହାସ ‌‌‌, ବର୍ଗ ସଂଘର୍ଷ
ଜଣାଶୁଣା ଚିନ୍ତାଧାରାମାର୍କ୍ସବାଦର ପ୍ରଣେତା ( ଫ୍ରେଡ଼ରିକ ଏଙ୍ଗେଲ୍ସଙ୍କ ସହିତ), ଅତିରିକ୍ତ ମୂଲ୍ୟ, ଦି କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ, ଦାସ କ୍ୟାପିଟାଲ, ଐତିହାସିକ ଭୌତିକବାଦ
କାହାଦେଇ ପ୍ରଭାବିତ
  • ଜର୍ଜ ଉଇଲହେମ ଫ୍ରେଡ଼ରିକ ଏଙ୍ଗେଲ୍ସ, ଲୁଡ଼ୱିଗ ଫେଉରବାକ, ବାରୁକ ସ୍ପିନୋଜା, ପିଏରେ-ଜୋସେଫ ପ୍ରୌଧୋନ, ମାକ୍ସ ଷ୍ଟିରନର, ଆଡ଼ାମ ସ୍ମିଥ, ଭଲଟାଆର, ଡାଭିଡ ରିକାର୍ଡୋ, ଜିନ-ଜ୍ୟାକସ ରୋସେଉ, ଉଇଲିଅମ୍ମ ଶେକସପିଅର, ଜୋହାନ ଉଲଫଗାଙ୍ଗ ଭନ ଗୋଥେ, କ୍ଲଉଡ଼ ଆଡ଼୍ରିଏନ ହେଲଭେଟିଅସ, ବାରନ ଡି’ହୋଲବାକ,[୧] ଜଷ୍ଟସ ଭନ ଲିଏବିଗ,[୨] ଚାର୍ଲସ ଡାରୱିନ, ଚାର୍ଲସ ଫୋରିଅର, ରବର୍ଟ ଓୱେନ, ମୋସେସ ହେସ,[୩] ଆରିଷ୍ଟୋଟଲ
କାହାକୁ ପ୍ରଭାବିତ କରିଛନ୍ତି
  • ଭ୍ଲାଦିମିର ଲେନିନ, ଜୋସେଫ ଷ୍ଟାଲିନ, ଲିଓନ ଟ୍ରୋଟସ୍କି, ମାଓ ସେତୁଙ୍ଗ, ଜୋସିପ ବ୍ରୋଜ ଟିଟୋ, ଏନଭର ହୋକ୍ସା, ଫିଡ଼େଲ କାଷ୍ଟ୍ରୋ, ଚେ ଗୁଏଭରା, ହୋ ଚି ମିନ, ଜାଁ ପଲ ସତ୍ରେ, ସିମୋନ ଡି ବିଓଭଅର, ‌‌‌‌‌ରୋସା ଲକ୍ସମ୍ବର୍ଗ, ଜ୍ୟୋର୍ଜି ଲୁକାସ, ଆଣ୍ଟୋନିଓ ଗ୍ରାମସ୍କି, କାର୍ଲ କୋରସ୍କ, ଏର୍ଣଷ୍ଟ ବ୍ଲୋକ, ପିଟର କ୍ରୋପୋଟକିନ, ମିଖାଇଲ ବାକୁନିନ, ହର୍ବଟ ମାରକ୍ୟୁସ, ଗାଇଲସ ଡେଲ୍ୟୁଜ, ଗାଏ ଡେବୋର୍ଡ, ଆଣ୍ଟୋନିଓ ନେର୍ଗି, ମାଇକେଲ ତୌସିଗ, ମାନବେନ୍ଦ୍ର ନାଥ ରାୟ, ଏର୍ଣେଷ୍ଟୋ ଲାକଲାଉ, ଜର୍ଜ ହାବାସ, ମାଇକେଲ ଆଲଫାଗ, ହୁଏ ନିଉଟନ ଏବଂ ଆହୁରି ଅନେକ
ସନ୍ତକ

ପ୍ରାରମ୍ଭିକ ଜୀବନ

ବାଲ୍ୟକାଳ ଓ ଶିକ୍ଷା : ୧୮୧୮-୧୮୩୫

ତ୍ରିଏରଠାରେ ମାର୍କସଙ୍କ ଜନ୍ମସ୍ଥାନ । ୧୯୨୮ରେ ଏହାକୁ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଜର୍ମାନୀ କ୍ରୟ କରିଥିଲା ଏବଂ ବର୍ତ୍ତମାନ ଏକ ମ୍ୟୁଜିୟମ ।[୮]

କାର୍ଲ ମାର୍କସ ୫ ମଇ, ୧୮୧୮ରେ ପ୍ରୋସିଆର ତ୍ରିଏରଠାରେ ଏକ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୯] କାର୍ଲଙ୍କର ପିତା ହର୍ସେଲ ମାର୍କସ ଧର୍ମ ନିରପେକ୍ଷ ଶିକ୍ଷା ପାଇଥିଲେ ଏବଂ ଅପେକ୍ଷାକୃତ ବିତ୍ତଶାଳୀ ଥିଲେ, ଏବଂ ଅନେକ ଗୁଡ଼ିଏ ଅଙ୍ଗୁର ବଗିଚାର ଅଧିକାରୀ ଥିଲେ । ଜୀଉମାନଙ୍କ ବିରୁଦ୍ଧରେ ହେଉଥିବା ବିରୋଧାଭାସ ପାଇଁ ସେ ଇହୁଦୀରୁ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି, ହେନେରିକ ଭଳି ଏକ ଜର୍ମାନ ନାମକୁ ଆଦରି ନେଇଥିଲେ ।[୧୦] କାର୍ଲଙ୍କର ବାଲ୍ୟକାଳରେ ଏକ କମ ଜଣାଥିବା ତଥ୍ୟ ହେଉଛି[୧୧], ପିତାମାତାଙ୍କ ୯ଟି ସନ୍ତାନ ମଧ୍ୟରୁ ସେ ତୃତୀୟ ଥିଲେ ମଧ୍ୟ ତାଙ୍କ ବଡ଼ଭାଇ ମୋରିଜଙ୍କ ୧୮୧୯ରେ ମୃତ୍ୟୁ[୧୨] ହେବାପରେ ସେ ପରିବାରର ବଡ଼ ସନ୍ତାନ ହୋଇଥିଲେ; ଏବଂ ଅନ୍ୟ ଭାଇଭଉଣୀ ଯଥା ସୋଫି, ହର୍ମାନ, ହେନେରିଟା, ଲୁଇସ, ଏମିଲି ଓ କାରୋଲିନଙ୍କ ସହ ଅଗଷ୍ଟ ୧୮୨୪ରେ ଖ୍ରୀଷ୍ଟଧର୍ମ ପାଇଁ ଦୀକ୍ଷିତ ହୋଇଥିଲେ ।[୧୩] ୧୮୩୦ ପର୍ଯ୍ୟନ୍ତ ସେ ସେ ଗରୋଇ ଶିକ୍ଷା ଗ୍ରହଣ କଇଥିଲେ, ଏବଂ ସେହି ବର୍ଷ ତ୍ରିଏର ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ ଯାହାର ପ୍ରଧାନଶିକ୍ଷକ ହ୍ୟୁଗୋ ୱେଟେନବାକ ଥିଲେ । ପ୍ରଶାସନକୁ କ୍ରୋଧିତ କରି ୱେଟେନବାକ ଅନେକ ମାନବବାଦୀ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦେଇଥିଲେ, ଯଦ୍ୱାରା ୧୮୩୨ରେ ବିଦ୍ୟାଳୟ ଉପରେ ପୁଲିସ ଚଢ଼ଉ ହୋଇଥିଲା ।[୧୪] ୧୮୩୫ରେ, ୧୭ ବର୍ଷ ବୟସରେ କାର୍ଲ ବୋନ ବିଶ୍ୱବିଦ୍ୟାଳୟକୁ ସାହିତ୍ୟ ଓ ଦର୍ଶନ ପଢ଼ିବାର ଇଚ୍ଛାନେଇ ଯାଇଥିଲେ ମଧ୍ୟ ପିତାଙ୍କ ନିର୍ଦ୍ଦେଶ କ୍ରମେ ଆଇନ ପଢ଼ିଥିଲେ ।[୧୫] ଦୁର୍ବଳ ସ୍ୱାସ୍ଥ୍ୟ[୧୬] ପାଇଁ ୧୮ ବର୍ଷରେ ବାଧ୍ୟତାମୂଳକ ସୈନ୍ୟବାହିନୀରେ ଯୋଗଦେବରୁ ସେ ମୁକ୍ତ ହୋଇଥିଲେ, ଏବଂ ବୋନଠାରେ ପୋଲିସଦ୍ୱାରା ନିୟନ୍ତ୍ରିତ "ପୋଏଟ କ୍ଲବ"ରେ ଯୋଗ ଦେଇଥିଲେ ।[୧୭] ଆହୁରି ମଧ୍ୟ "ତ୍ରିଏର ଟ୍ରାଭର୍ଣ କ୍ଲବ"ରେ ସେ ଯୋଗ ଦେଇ ଉପ-ସଭାପତି ନିର୍ବାଚିତ ହୋଇଥିଲେ ।[୧୮] ଏହାବ୍ୟତୀତ ସେ ଅନ୍ୟ ବହୁ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ; ଯାହା ମଧ୍ୟରୁ ଅଗଷ୍ଟ ୧୮୩୬ରେ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତାଙ୍କ ସହ ଯୁକ୍ତିତର୍କ ଅନ୍ୟତମ ।[୧୯] ଶିକ୍ଷାବର୍ଷର ପ୍ରଥମ ଭାଗରେ ତାଙ୍କର ପ୍ରଦର୍ଶନ ଆଶାଜନକ ଥିଲେ ମଧ୍ୟ, ପରେ ଦ୍ରୁତ ଅବନ୍ନତି ଘଟିବାରୁ ତାଙ୍କ ପିତା ପାଠ୍ୟ ଖସଡ଼ା ଉପରେ ଅଧିକ ଧ୍ୟାନ ଦେଉଥିବା "ବର୍ଲିନ ବିଶ୍ୱବିଦ୍ୟାଳୟ"ରେ ପଢିବାକୁ ପଠେଇ ଦେଇଥିଲେ ।[୨୦]

=== ହେଗେଲଙ୍କ ଚିନ୍ତାଧାରାର ପ୍ରଭାବ : ୧୮୩୬-୧୮୪୩ ===ଏକ


ସାମ୍ୟବାଦ

ପ୍ୟାରିସ : ୧୮୪୩-୧୮୪୫

ବ୍ରସେଲସ : ୧୮୪୫-୧୮୪୭

କଲୋଜିନ : ୧୮୪୮-୧୮୪୯

ଲଣ୍ଡନରେ ବିତାଇଥିବା ସମୟ

ଚିନ୍ତାଧାରା

ଆଧାର

ଅଧିକା ପଢ଼ନ୍ତୁ

ଜୀବନୀ

  • Vincent Barnett. Marx (Routledge, 2009)
  • Isaiah Berlin. Karl Marx: His Life and Environment (Oxford University Press, 1963) ISBN 0-19-520052-7
  • McLellan, David. Karl Marx: his Life and Thought Harper & Row, 1973 ISBN 978-0-06-012829-6
  • Franz Mehring|Mehring, Franz. Karl Marx: The Story of His Life (Routledge, 2003)
  • David McLellan (academic). Marx before Marxism (1980), Macmillan, ISBN 978-0-333-27882-6
  • Maximilien Rubel. Marx Without Myth: A Chronological Study of his Life and Work (Blackwell, 1975) ISBN 0-631-15780-8
  • Sperber, Jonathan. Karl Marx: A Nineteenth-Century Life (W.W. Norton & Company; 2013) 648 pages; by a leading academic scholar
  • Walker, Frank Thomas. 'Karl Marx: a Bibliographic and Political Biography. (bj.publications), 2009.
  • Francis Wheen|Wheen, Francis. Karl Marx: A Life Archived 2013-04-10 at the Wayback Machine., (Fourth Estate, 1999), ISBN 1-85702-637-3

ମାର୍କସଙ୍କ ଉପରେ ବିଭିନ୍ନ ମତ

  • Althusser, Louis. For Marx. London: Verso, 2005.
  • Althusser, Louis and Balibar, Étienne. Reading Capital. London: Verso, 2009.
  • Shlomo Avineri. The Social and Political Thought of Karl Marx (Cambridge University Press, 1968) ISBN 0-521-09619-7
  • Kostas Axelos. Alienation, Praxis, and Techne in the Thought of Karl Marx (translated by Ronald Bruzina, University of Texas Press, 1976).
  • Blackledge, Paul. Reflections on the Marxist Theory of History (Manchester University Press, 2006)
  • Bottomore, Tom, ed. A Dictionary of Marxist Thought. Oxford: Blackwell, 1998.
  • Alex Callinicos. The Revolutionary Ideas of Karl Marx (Bookmarks, 1983)
  • Harry Cleaver. Reading Capital Politically (AK Press, 2000)
  • Gerald Cohen. Karl Marx's Theory of History: A Defence (Princeton University Press, 1978) ISBN 0-691-07068-7
  • Collier, Andrew. Marx (Oneworld, 2004)
  • Hal Draper, Karl Marx's Theory of Revolution (4 volumes) Monthly Review|Monthly Review Press
  • Duncan, Ronald and Colin Wilson. (editors) Marx Refuted, (Bath, UK, 1987) ISBN 0-906798-71-X
  • Eagleton, Terry. Why Marx Was Right (New Haven & London: Yale University Press, 2011).
  • Ben Fine. Marx's Capital. 5th ed. London: Pluto, 2010.
  • John Bellamy Foster. Marx's Ecology: Materialism and Nature. New York: Monthly Review Press, 2000.
  • Stephen Jay Gould. A Darwinian Gentleman at Marx's Funeral – E. Ray Lankester Archived 2013-07-26 at the Wayback Machine., Page 1, Find Articles.com (1999)
  • David Harvey (geographer). A Companion to Marx's Capital. London: Verso, 2010.
  • Harvey, David. The Limits of Capital. London: Verso, 2006.
  • Iggers, Georg G. "Historiography: From Scientific Objectivity to the Postmodern Challenge."(Wesleyan University Press, 1997, 2005)
  • Leszek Kołakowski. Main Currents of Marxism Oxford: Clarendon Press, OUP, 1978
  • Little, Daniel. The Scientific Marx, (University of Minnesota Press, 1986) ISBN 0-8166-1505-5
  • Ernest Mandel. Marxist Economic Theory. New York: Monthly Review Press, 1970.
  • Mandel, Ernest. The Formation of the Economic Thought of Karl Marx. New York: Monthly Review Press, 1977.
  • István Mészáros (professor). Marx's Theory of Alienation (The Merlin Press, 1970)
  • Miller, Richard W. Analyzing Marx: Morality, Power, and History. Princeton, N.J: Princeton University Press, 1984.
  • Postone, Moishe. Time, Labour, and Social Domination: A Reinterpretation of Marx's Critical Theory. Cambridge [England]: Cambridge University Press, 1993.
  • Murray Rothbard. An Austrian Perspective on the History of Economic Thought Volume II: Classical Economics (Edward Elgar Publishing Ltd., 1995) ISBN 0-945466-48-X
  • Alfredo Saad-Filho. The Value of Marx: Political Economy for Contemporary Capitalism. London: Routledge, 2002.
  • Alfred Schmidt (philosopher). The Concept of Nature in Marx. London: NLB, 1971.
  • Seigel, Jerrold. Marx's fate: the shape of a life (Princeton University Press, 1978) ISBN 0-271-00935-7
  • Paul Strathern. "Marx in 90 Minutes", (Ivan R. Dee, 2001)
  • Thomas, Paul. Karl Marx and the Anarchists. London: Routledge & Kegan Paul, 1980.
  • Fernando Vianello, F. [1989], “Effective Demand and the Rate of Profits: Some Thoughts on Marx, Michał Kalecki and Piero Sraffa”, in: Sebastiani, M. (ed.), Kalecki's Relevance Today, London, Macmillan, ISBN 978-0-312-02411-6.
  • Wendling, Amy. Karl Marx on Technology and Alienation (Palgrave Macmillan, 2009)
  • Wheen, Francis. Marx's Das Kapital, (Atlantic Books, 2006) ISBN 1-84354-400-8

ବାହାର ଆଧାର