କୋଷ

କୋଷ ସମସ୍ତ ଜୀବଶରୀରର ଗାଠନିକ ଓ କାର୍ଯ୍ୟଭିତ୍ତିକ ଏକକ ।[୧] କୋଷ ହିଁ ଜୀବନର କ୍ଷୁଦ୍ରତମ ଏକକ । କୋଷର ପଠନକୁ କୋଷ-ଜୀବବିଜ୍ଞାନ, କୋଷୀୟ ଜୀବବିଜ୍ଞାନ ବା କୋଷଶାସ୍ତ୍ର କୁହାଯାଏ ।

ସୁନ୍ଯଷ୍ଟୀୟକ (ବାମ) ଏବଂ ପ୍ରାକ୍-ନ୍ଯଷ୍ଟୀୟକ (ଡାହାଣ)
ଅନ୍ତର୍ଥେଲୀୟ କୋଷ: ନୀଳିକୃତ ନ୍ଯଷ୍ଟି, ନାଲିକୃତ ମାଇଟୋକଣ୍ଡ୍ରିଆ ଏବଂ ସବୁଜକୃତ ଫ-ଆକ୍ଟିନ, ଏକ ମାଇକ୍ରୋଫିଲାମେଣ୍ଟ ।

କୋଷ, କୋଷଜୀବକ, ଏହାର କୋଷାଙ୍ଗ ଏବଂ ଏହାକୁ ଆବରଣ କରିଥିବା କୋଷଝିଲ୍ଲୀକୁ ନେଇ ଗଠିତ । କୋଷାଙ୍ଗଗୁଡ଼ିକ କୋଷଜୀବକରେ ଭାସମାନ ଅବସ୍ଥାରେ ରହିଥାଏ ।[୨] ଏହାଛଡ଼ା କୋଷଜୀବକରେ ବିଭିନ୍ନ ଜୈବାଣୁ ଓ ଅଜୈବାଣୁଗୁଡ଼ିକ ଥାଆନ୍ତି ଯାହା ମେଟାବୋଲିଜିମରେ ସାହାଯ୍ୟ କରିଥାନ୍ତି ।

ଅଧିକାଂଶ ଜୀବକୋଷର ଆକାର ୧ରୁ ୧୦୦ ମାଇକ୍ରୋମିଟର ମଧ୍ଯରେ ରହୁଥିବାରୁ ସେଗୁଡ଼ିକ କେବଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖି ହୁଅନ୍ତି ।[୩] କୋଷର ସଂଖ୍ଯାନୁୁଯାୟୀ ଜୀବମାନଙ୍କୁ (ଗୋଟିଏ କୋଷ ଥିବା) ଏକକୋଷୀ ଜୀବ ଏବଂ (ଏକାଧିକ କୋଷ ଥିବା) ବହୁକୋଷୀ ଜୀବ ଏହିଭଳି ଦୁଇ ଭାଗରେ ବିଭକ୍ତ କରାଯାଇଛି ।[୪] ସାଧାରଣତଃ ଏକକୋଷୀ ଜୀବମାନଙ୍କୁ ଅଣୁଜୀବ ବୋଲି କୁହାଯାଏ ।

ପ୍ରାଣୀ ଓ ଉଦ୍ଭିଦ ମଧ୍ଯରେ କୋଷ ସଂଖ୍ଯା ଭିନ୍ନ ଭିନ୍ନ ଥାଏ । ଅନୁମାନ କରାଯାଇଛି ଯେ ମନୁଷ୍ଯ ଶରୀରରେ ପାଖାପାଖି ୪୦ ପଦ୍ମ ବା ୪ ସାଗର (୪×୧୦୧୩) ସଂଖ୍ଯକ କୋଷ ରହିଛି ।[୫][୬]

୧୬୬୫ ମସିହାରେ ରବର୍ଟ ହୁକ କୋଷର ଆବିଷ୍କାର କରିଥିଲେ ଏବଂ ଏଗୁଡିକୁ ସେ ସେଲ ବୋଲି ନାମିତ କରିଥିଲେ ।[୭][୮]

ଆଧାର