ପ୍ରାକ୍-ନ୍ଯଷ୍ଟୀୟକ

ପ୍ରାକ୍-ନ୍ଯଷ୍ଟୀୟକ ବା ପ୍ରାକ୍-ନ୍ଯଷ୍ଟୀୟ ଜୀବ, ନ୍ୟଷ୍ଟିଝିଲ୍ଲୀ ନଥିବା କୋଷୀୟ ଜୀବମାନଙ୍କୁ କୁହାଯାଏ।[୧] ଏଡ୍ୱାର୍ଡ୍ ଚାଟୋନ୍-ଙ୍କଦ୍ୱାରା ବର୍ଣ୍ଣିତ ଦୁଇ ସାମ୍ରାଜ୍ଯ ପ୍ରଣାଳୀ ଅନୁସାରେ ପ୍ରାକ୍-ନ୍ଯଷ୍ଟୀୟକମାନେ ପ୍ରୋକାରିଓଟା ସାମ୍ରାଜ୍ୟ ଅନ୍ତର୍ଭୁକ୍ତ।[୨][୩] କିନ୍ତୁ ତ୍ରିଜଗତ ତନ୍ତ୍ରରେ, ଆଣବିକ ବିଶ୍ଳେଷଣ ଆଧାରରେ, ପ୍ରାକ୍-ନ୍ଯଷ୍ଟୀୟକମାନଙ୍କୁ ଦୁଇ ଭାଗ, (ବ୍ଯାକ୍ଟେରୀଆ ଓ ଆର୍କିଆ) କରିଦିଆଯାଇଛି।[୪]ନ୍ଯଷ୍ଟି ଥିବା ଜୀବମାନଙ୍କୁ ସୁନ୍ଯଷ୍ଟୀୟକରେ ରଖାଯାଇଛି।[୫] ଜୀବନର ଉତ୍ପତ୍ତିର ଗବେଷଣା ଅନୁସାରେ ପ୍ରାକ୍-ନ୍ଯଷ୍ଟୀୟକମାନେ ସୁନ୍ଯଷ୍ଟୀୟକମାନଙ୍କଠାରୁ ପ୍ରାଚୀନ।

ଏକ ସାଧାରଣ ପ୍ରାକ୍-ନ୍ଯଷ୍ଟୀୟ କୋଷର ଚିତ୍ର

ଆଧାର