ଗଙ୍ଗାଧର ରଥ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗଙ୍ଗାଧର ରଥ (୧୯୨୨-୨୦୦୮), ଓଡ଼ିଶାର ଜଣେ ପ୍ରାକ୍ତନ ଆଡ଼ଭୋକେଟ ଜେନେରାଲ ।[୨] ସେ ନିଜେ ଜଣେ ସାହିତ୍ୟିକ ଥିଲେ ଓ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ସାହିତ୍ୟ ଭାରତୀ ସମ୍ମାନ ପୁରସ୍କାରର ପ୍ରତିଷ୍ଠା କରିଥିଲେ ।

ଗଙ୍ଗାଧର ରଥ
ଜନ୍ମ୧୯୨୨
ଜଗତସିଂହପୁର
ମୃତ୍ୟୁ୧୫ ମାର୍ଚ୍ଚ ୨୦୦୮
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ(ଆଇନ)[୧]
ବୈବାହିକ-ସାଥୀନିରୁପମା ରଥ
ସନ୍ତାନଜୟନ୍ତ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୧

ଜୀବନୀ

ଗଙ୍ଗାଧର ୧୯୨୨ ମସିହାରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ବାଗଲପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩] କଲେଜ ଜୀବନରୁ ସେ ଛାତ୍ର ରାଜନୀତି ସହିତ ଜଡ଼ିତ ଥିଲେ ।[୪] ସାମ୍ବାଦିକତାରୁ ସେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ସେ ଆଇନ ବ୍ୟବସାୟଙ୍କୁ ନିଜର ପେସା ଭାବରେ ଆବୋରୀ ଥିଲେ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ । ୧୯୫୯ମସିହାରେ ସେ ଷ୍ଟାଣ୍ଡିଙ୍ଗ କାଉନସିଲ[୫] ଓ ୧୯୬୩ମସିହାରେ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଥିଲେ । ୧୯୭୨ରୁ ୧୯୭୯ ଏବଂ ୧୯୮୨ରୁ ୧୯୯୦, ଦୁଇ ପର୍ଯ୍ୟାୟରେ ସେ ଓଡ଼ିଶାର ଆଡ଼ଭୋକେଟ ଜେନରାଲ ଭାବରେ କାର୍ଯ୍ୟ କରିଥିଲେ । ସେ ଅଳକା ମହାବିଦ୍ୟାଳୟ ଓ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ । ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ୧୯୯୫ ମସିହାରୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଉଛି । ସମାଜସେବୀ ଓ ଡାକ୍ତର ନିରୁପମା ରଥ ତାଙ୍କର ପତ୍ନୀ ଥିଲେ । ବିବାହ ପୂର୍ବରୁ ସେ ନିରୁପମା ମହାନ୍ତି ଭାବରେ ପରିଚିତ ଥିଲେ ।[୬] ଜୟନ୍ତ ରଥ ତାଙ୍କର ଜ୍ୟେଷ୍ଠ ପୁତ୍ର ।[୭] ୨୦୦୮ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମୟରେ ଗଙ୍ଗାଧର ରଥଙ୍କର ପରଲୋକ ଘଟିଥିଲା ।[୮][୯]

ରଚନାବଳୀ

  • ରସ-ପିୟୁଷ - ୧୯୭୦
  • ଜନନାୟକ ଜବାହରଲାଲ - ୧୯୮୮
  • British Raj In India - ୨୦୧୦
  • ଆମେରିକା ଯାତ୍ରୀ (ଅନୁବାଦ)
  • ସୋଭିଏତ୍ ସମାଜ - ୧୯୫୦
  • ଭୁଲି ନାହିଁ - ୧୯୯୪ (ଅଳକା ପ୍ରକାଶନ)[୧୦]

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୧ (ଜନନାୟକ ଜବାହରଲାଲ ପୁସ୍ତକ ପାଇଁ)[୧୧]

ଆଧାର