ଚିତଉ

ଓଡ଼ିଆ ଖାଦ୍ୟ

ଚିତଉ ଓଡ଼ିଶାରେ ତିଆରି ହେଉଥିବା ଏକ ପ୍ରକାରର ପିଠା । ଏହା ଶ୍ରାବଣ ମାସରେ ପାଳିତ ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ମଧ୍ୟ ଲାଗି ହୋଇଥାଏ ଓ ଏହା ଛପନ ଭୋଗ ମଧ୍ୟରୁ ଅନ୍ୟତମ ।[୧] ଏହା ଗେଣ୍ଡେଇକଟା ଓଷା ନାମରେ ଉତ୍ତର ଓଡ଼ିଶାରେ ପାଳିତ ହୋଇଥାଏ ।ଓଡ଼ିଶାର ଚାଷୀ ଲୋକ ସେହି ଦିନ ଧାନ କିଆରୀରେ ଚିତଉ ପିଠା ପୋତିଥାନ୍ତି କାରଣ ଏହି ଦିନ ଗେଣ୍ଡାମାନଙ୍କୁ ପିଠା ଖାଇବାକୁ ଦେଲେ ସେମାନେ ଘରେ କାହାକୁ କାମୁଡ଼ନ୍ତି ନାହିଁ ବୋଲି ଲୋକବିଶ୍ୱାସ ରହିଛି ।[୨][୩]

ଚିତଉ ପିଠା
ଚିତଉ ପିଠା
ଆରମ୍ଭ
ଅଲଗା ନାଆଁଚିତଉ
ମୂଳ ଜାଗା ଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତିଗରମ, ଥଣ୍ଡା
ମୂଳ ଉପାଦାନଚାଉଳ, ଗୁଡ଼, ଘିଅ


ପ୍ରସ୍ତୁତି

ଏହା ତିଆରି କରିବା ଆଗରୁ ଅଧ କେଜି ବତୁରା ଅରୁଆ ଚାଉଳରେ ଗୋଟେ କୋରା ନଡ଼ିଆ ମିଶାଇ ବାଟି ୨-୩ ଘଣ୍ଟା ରଖିଦିଆଯାଏ । ପରେ ସେଥିରେ ଲୁଣ ମିଶାଇ ପାଣି ଦେଇ ଗୋଳାଇ କଡ଼ାଇରେ ଡଙ୍କିଏ ପିଠଉ ଦେଇ ଢାଙ୍କିଦେଇ ସରା/ଢାଙ୍କୁଣି ଚାରିକଡ଼େ ପାଣିକନା ଦେଇ ଗୁଡ଼ାଇ ଦିଆଯାଏ । ସିଝିଗଲା ପରେ ପିଠା କାଢ଼ି ଆଉଥରେ ସମାନ ପ୍ରଣାଳୀରେ ଆଉ ପିଠାଟିଏ ତିଆରି କରାଯାଏ ।

ଅଧିକ ପଠନ

ଆଧାର