ଛାଇ ପରି ରହିଥିବି

ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର

ଛାଇ ପରି ରହିଥିବି ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଲ ।[୨] ଜ୍ଞାନରଞ୍ଜନ ପ୍ରଧାନ ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିବା ବେଳେ ଜାନ‌କୀ ପରିଜା ଏବଂ ସୂର୍ଯ୍ୟ ନାରାୟଣ ବେହେରା ସ‌ହ ପ୍ରଯୋଜନା କରିଥିଲେ ।[୩] ମାନସ ପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରନା କରିବା ସ‌ହ ସମ୍ପାଦନ କରିଥିଲେ ।[୨]

ଛାଇ ପରି ରହିଥିବି
ନିର୍ଦ୍ଦେଶକପ୍ରଶାନ୍ତ ପାଲ୍
ପ୍ରଯୋଜକପ୍ରଶାନ୍ତ ପାଲ, ବିକାଶ ନାୟକ
ସଂଳାପପ୍ରଶାନ୍ତ ପାଲ୍
ଚିତ୍ରନାଟ୍ୟମାନସ ପାତ୍ର
କାହାଣୀରଣଜିତ ପଟ୍ଟନାୟକ[୧]
କଳାକାରରୂପେଶ, ରୋଜାଲିନ, ସତ୍ୟ, ଲିପିକା, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଜ୍ଞାନରଞ୍ଜନ, ରବି ମିଶ୍ର, ନୀଲୁ
ସଙ୍ଗୀତପି. କୁମାର
ସମ୍ପାଦକମାନସ ପାତ୍ର
ଦେଶ ଭାରତ
ଭାଷାଓଡ଼ିଆ

ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର । ସାସମଲ ମାସନ ଏବଂ ପଞ୍ଚାନନ ନାୟକ ଗୀତଗୁଡ଼ିକର ରଚନା କରିଥିବା ବେଳେ କୁମାର ସାନୁ, କୁମାର ବାପି, ମାଧବ ଏବଂ ସଞ୍ଜୁ ପ୍ରମୁଖ କଣ୍ଠାଦାନ କରିଥିଲେ ।[୩] ପୁନର୍ଜନ୍ମ ଉପରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି ।[୪]

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିତିଲେ ରୂପେଶ, ରୋଜାଲିନ୍, ସତ୍ୟ ଏବଂ ଲିପିକା । ଏହି ସବୁ କଳାକାରମାନେ ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୩][୪] ମୀନକେତନ, ଅଶ୍ରୁମୋଚନ ମହାନ୍ତି, ଜ୍ଞାନରଞ୍ଜନ, ରବି ମିଶ୍ର, ନୀଲୁ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]

ଅଭିନୟ

କାହାଣୀ

ପ୍ରେମ କରୁଥିବା ଦୁଇ ନାୟକ ନାୟିକାଙ୍କୁ ଘରୁ ସ୍ୱୀକୃତି ନ ମିଳିବା ଫଳରେ ସେମାନେ ଘରୁ ପଳାଇଯାଇନ୍ତି । ଏହାପରେ ସେଠାରେ ନାୟକ-ନାୟିକାଙ୍କର ଏକ ଦୁର୍ଘଟଣା ଘଟେ ଯେଉଁଥିରେ ନାୟକ(ରୂପେଶ)ଙ୍କର ଦେହାନ୍ତ ହୋଇଯାଏ । ଏହାପରେ ତାଙ୍କର ପୁନର୍ଜନ୍ମରେ ଉଭୟଙ୍କର ମିଳନ ବିଷୟକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ରଟି ।[୬]

ଗୀତ ଏବଂ ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପି. କୁମାର ।[୭] ଗୀତଗୁଡ଼ିକର ରଚନା କରିଥିଲେ ସାସମଲ ମାସନ ଏବଂ ପଞ୍ଚାନନ ନାୟକ ।[୪] ଏହି ଚଳଚ୍ଚିତ୍ରରେ ଉଦିତ ନାରାୟଣ, କୁମାର ସାନୁ, ମହମଦ ଅଜିଜ୍, କୁମାର ବାପି, ମାଧବ ଏବଂ ସଞ୍ଜୁ ପ୍ରମୁଖ କଣ୍ଠାଦାନ କରିଥିଲେ ।[୩][୨]

୧୭ ଫେବୃଆରୀ ୨୦୧୭ରେ ହୋଟେଲ ଏକ୍ସ‌ଲେନ୍ସ‌ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୮]

ଗୀତ

କ୍ରମଗୀତକବିଗାୟକସମୟ
1."ଛାଇ ପରି ରହିଥିବି"ପି. କୁମାରକୁମାର ସାନୁ[୬], ଶୈଳବାଳା ଦାସ୦୪:୩୭
2."ତୁ ପକ୍ଷୀଟେ ହେଲେ"ମାନସକୁମାର ବାପି୦୪:୦୯
3."ଚାଲି ତୋ ହଂସିନୀ"ସୂର୍ଯ୍ୟ ନାରାୟଣକୁମାର ବାପି୦୪:୨୦
4."ଚୋରି ଚୋରି"  ୦୪:୩୧
5."ଏତେ ପାଖାପାଖି"ମାନସ ୦୪:୧୭

ଆଧାର