ଉଦିତ ନାରାୟଣ

ପାର୍ଶ୍ୱ ଗାୟକ

ଉଦିତ ନାରାୟଣ ଝା (ଜନ୍ମ ୧ ଡିସେମ୍ବର ୧୯୫୫) ଜଣେ ନେପାଳୀ ଗାୟକ ଅଟନ୍ତି । ବଲିଉଡ ଓ ନେପାଳୀ[୧][୨][୩][୪] ଫିଲ୍ମରେ ସେ ସେ ଖୁବ ଜଣାଶୁଣା । ସେ ନେପାଳୀ,ଭୋଜପୁରୀ,କନ୍ନଡ଼,ମରାଠୀ,ତାମିଲ,ତେଲୁଗୁ,ମାଲୟାଲମ, ଗର୍ହବଳି, ସିନ୍ଧି, ପଞ୍ଜାବୀ, ଓଡ଼ିଆ, ଅସମୀୟା, ମଣିପୁରୀ, ମୈଥିଳୀବଙ୍ଗାଳୀ ପ୍ରଭୃତି ଭାଷାରେ କଣ୍ଠ ଦାନ କରିଛନ୍ତି । ସେ ତିନି ଥର ନ୍ୟାସନାଲ ଫିଲ୍ମ ଆୱାର୍ଡ ଓ ପାଞ୍ଚ ଥର ଫିଲ୍ମ ଫେୟାର ପୁରସ୍କାର ଜିତିଛନ୍ତି । ୨୦୦୧ରେ ଉଦିତ ପ୍ରବଳ ଗୋର୍ଖା ଦକ୍ଷିଣ ବାହୁ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କୁ ଏହି ଉପାଧି ନେପାଳର ଭୂତପୂର୍ବ ରାଜା ବିରେନ୍ଦ୍ର ବୀର ବିକ୍ରମ ସାହା ଦେବ ଦେଇଥିଲେ । ୨୦୦୯ରେ ପଦ୍ମଶ୍ରୀଓ ୨୦୧୬ରେ ପଦ୍ମଭୂଷଣ ସମ୍ମାନରେ ଭାରତ ସରକାର ତାଙ୍କୁ ସମ୍ମାନିତ କରିଥିଲା ।

ଉଦିତ ନାରାୟଣ
Udit at Rampur Ke Lakshman Music Launch
Background information
ମୂଳ ନାମ
उदित नारायण झा
ଜନ୍ମ ସମୟରେ ନାମଉଦିତ ନାରାୟଣ ଝା
ଜନ୍ମSaptari District, Sagarmatha Zone, ନେପାଳ
ଶୈଳୀ
ପେଷାPlayback singer, television personality, actor, producer, dancer,
କାର୍ଯ୍ୟକାଳ1980–present
ଲେବଲYash Raj Films, T-Series, Sony Music, HMV Records, Tips, Saregama, Venus Records & Tapeslove

କ୍ୟାରିୟର

ଉଦିତ ଭାରଦାହ,ନେପାଳଠାରେ ଜନ୍ମ ଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମହରେ କୃଷ୍ଣ ଝା ଓ ମାଙ୍କ ନାମ ଭୁବନେଶ୍ୱରି ଦେବୀ ।[୬] ସେ ପି॰ବି ସ୍କୁଲରୁ ଦଶମ ଶ୍ରେଣୀ ପାସ କରିଥିଲେ । ବଲିଉଡ ଜଗତରେ ଉଦିତଙ୍କ ସ୍ୱର ପ୍ରାୟ ସମସ୍ତ ହିରୋ ଯଥା ଅମିର ଖାନ୍,ସାହାରୁଖ ଖାଁ,ଅକ୍ଷୟ କୁମାର,ହ୍ରିତିକ ରୋଶନ ଓ ଅଜୟ ଦେବଗନମାନଙ୍କ ସ୍ୱର ସହ ଖାପ ଖାଏ । ୧୯୭୦ରେ ସେ ପ୍ରଥମେ ନେପାଳ ରେଡିଓ ପାଇଁ ଗାଈ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୦ରେ ସେ ପ୍ରଥମେ ଉନିସ ବିସ ହିନ୍ଦୀ ଫିଲ୍ମ ପାଇଁ କାନ୍ଥ ଦାନ କରିଥିଲେ । ଏହି ଗୀତା ସେ ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ସହ ଗାଇଥିଲେ । ଏହା ପରେ ସେ ଅନେକ ଫିଲ୍ମରେ ଗୀତ ଗାଇବାର ସୁଯୋଗ ପାଇଥିଲେ । ୧୯୮୩ରେ ବଡେ ଦିଲ ୱାଲା ଫିଲ୍ମରେ ଆର॰ଡ଼ି ବର୍ମନ ରଚିତ ଏକ ଗୀତ ଲତା ମଙ୍ଗେସକରଙ୍କ ସହ ଗାଇବାର ସୁଯୋଗ ପାଇଥିଲେ । ସେହି ବର୍ଷ ସେ କିଶୋର କୁମାରଙ୍କ ସହ ମଧ୍ୟ ଗୀତା ଗାଇଥିଲେ । ୧୯୮୮ରେ ଆନନ୍ଦ-ମିଳିନ୍ଦ ତାଙ୍କୁ କୟାମତ ସେ କୟାମତ ତକ ଫିଲ୍ମର ସମସ୍ତ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଆଲ୍‌କା ୟାଗ୍ନିକ୍‌ଙ୍କ ସହ ଗାଇଥିବା ଏହି ଫିଲ୍ମର ଗୀତା ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା ।[୭]

ବ୍ୟକ୍ତିଗତ ଜୀବନ

ଉଦିତ ନାରାୟଣ ମୁମ୍ବାଇରେ ରହନ୍ତି ।[୮] ସେ ୨ ଥର ବିବାହ କରିଛନ୍ତି । ରଞ୍ଜନା ନାରାୟଣ ଝା ଓ ଦୀପା ଝା । ରଞ୍ଜନାଙ୍କୁ ବିବାହ କଥା ଉଦିତ ପ୍ରଥମେ ମାନି ନଥିଲେ । ପରେ ତାଙ୍କ ପାରିବାରିକ ସମ୍ପର୍କ ଭଲ ନଥିଲା । ଉଦିତଙ୍କୁ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଥିଲା ଓ ତାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ମଧ୍ୟ ଆସିଥିଲା । ମହିଳା କମିଶନର ସାହାଯ୍ୟ ନେଇ ରଞ୍ଜନା ଉଦିତଙ୍କୁ ବିବାହ କରିଥିବା ସମସ୍ତ ତଥ୍ୟ ଦେଇଥିଲେ ।[୯]୧୯୮୫ରେ ସେ ନେପାଳି ଗାୟିକା ଦୀପଙ୍କୁ ଦ୍ୟୁତିୟ ବିବାହ କରିଥିଲେ । ଏହି ଦମ୍ପତି 'ଦିଲ ଦିବାନା ଏକ ହିନ୍ଦୀ ଆଲବମରେ ଗୀତା ଗାଇଥିଲେ । ତାଙ୍କ ପୁଅ ଆଦିତ୍ୟ ନାରାୟଣ ଜଣେ ଶିଶୁ କଳାକାରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଦିତ୍ୟ ମଧ୍ୟ ଜଣେ ବଲିଉଡ ଗାୟକ ଓ ଅଭିନେତା ।

ଅଭିନେତା

ଉଦିତ ଏକ ନେପାଳି ଫିଲ୍ମ କୁସୁମେ ରୁମାଲରେ ଅଭିନୟ କରିଥିଲେ ଓ ଏହାର ସମସ୍ତ ଗୀତ ଗାଇଥିଲେ । ସେହି ଫିଲ୍ମତି ୨୫ ସପ୍ତାହ ପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ରହି ସମସ୍ତ ରେକର୍ଡକୁ ଭଙ୍ଗ କରିଥିଲା ।

ସମ୍ମାନ

  • ରେଡିଓ ମିର୍ଚିରୁ ସ୍ୱତନ୍ତ୍ର ଜୁରୀ ସଲ୍ୟୁଟ ଆୱାର୍ଡ ୨୦୧୬
  • ଭାରତ ସରକାରଙ୍କଠାରୁ ପଦ୍ମଭୂଷଣ ସମ୍ମାନ ୨୦୧୬[୧୦]
  • ସୂର୍ଯାଦତ୍ତ ନ୍ୟାସନାଲ ଆୱାର୍ଡ ତରଫରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ୨୦୧୬http://www.suryadatta.org/suryadatta-national-and-lifetime-achievement-awards.html
  • ଦାଦା ସାହେବ ଫାଲକେ ଆୱାର୍ଡ ୨୦୧୫[୧୧]
  • ଡକ୍ଟର ଆମ୍ବେଦକର ଆୱାର୍ଡ (ମୁମ୍ବାଇ) ୨୦୧୫[୧୨]
  • ଭୋଜପୁରୀ ଫିଲ୍ମରେ ତାଙ୍କର ପ୍ରତିଭା ପାଇଁ ସମ୍ମାନିତ ୨୦୧୫[୧୩]
  • ବିଆଇଏଫଏ ଆୱାର୍ଡ ୨୦୧୫ [୧୪]
  • ପ୍ରଥମ, ଚିତ୍ରଗୁପ୍ତ ସିନେଯାତ୍ରା ପୁରସ୍କାର ୨୦୧୫[୧୫]
  • ଭୋଜପୁରୀ ଆୱାର୍ଡ ୨୦୧୪ [୧୬]
  • ମହାରାଷ୍ଟ୍ର ସରକାରଙ୍କ ତରଫରୁ ମହାରାଷ୍ଟ୍ର ରତ୍ନ ଆୱାର୍ଡ ୨୦୧୧[୧୭]
  • ମାଲେସିଆ ତରଫରୁ ଆନ୍ତର୍ଜାତୀୟ ବ୍ରାଣ୍ଡଲଉରେଟ ଆୱାର୍ଡ [୧୮]
  • ମହମଦ ରଫି ଆୱାର୍ଡ ୨୦୧୦[୧୯]
  • ମେଡସ୍କେପ ଇଣ୍ଡିଆ ନ୍ୟାସନାଲ ଆୱାର୍ଡ[୨୦]
  • ଭୋଜପୁରୀ ଚଳଚ୍ଚିତ୍ର ପାଇଁ ଚିତ୍ରଗୁପ୍ତ ସିନେଯାତ୍ରା ସମ୍ମାନ
  • କଳାଶ୍ରୀ ଆୱାର୍ଡ ତରଫରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ୨୦୧୦http://www.thehindu.com/todays-paper/tp-features/tp-metroplus/laila-o-laila/article512733.ece
  • ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ୨୦୦୯[୨୧]
  • ସହର ଆବଦ୍ଧ ସମ୍ମାନ ୨୦୦୬ [୨୨]
  • ସମ୍ରାଟ ବିକ୍ରମାଦିତ୍ୟ ସଙ୍ଗୀତ ଅଳଙ୍କରଣ ସମ୍ମାନ 2006[୨୩]
  • ନେପାଳର ଭୁତପୂର୍ବ ରାଜା ବିରେନ୍ଦ୍ର ବୀର ବିକ୍ରମ ସାହାଦେବଙ୍କଠାରୁ ପ୍ରବଳ ଗୋର୍ଖା ଦକ୍ଷିଣ ବାହୁ ଉପାଧିରେ ସମ୍ମାନିତ ।

ଆଧାର