ଜଗନ୍ନାଥ ବିଶ୍ୱବିଦ୍ୟାଳୟ


ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ବଙ୍ଗଳାଦେଶର ରାଜଧାନୀ ଢାକାର ସଦରଘାଟଠାରେ ଅବସ୍ଥିତ ।[୨] ୧୮୫୮ମସିହାରୁ ଏକ ବିଦ୍ୟାଳୟରୁ ଆରମ୍ଭ ହୋଇ, ୨୦୦୫ମସିହାରେ ଏହା ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା । ବଙ୍ଗଳାଦେଶର ୟୁନିଭରସିଟି ଗ୍ରାଣ୍ଟ କମିସନ ସହିତ ଏହି ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ । ମିଜାନୁର ରହମାନ ବର୍ତ୍ତମାନ କୁଳପତି ଭାବରେ କାର୍ଯ୍ୟରତ ।[୩] ଏଯାବତ କାର୍ଯ୍ୟ କରିଥିବା ସମସ୍ତ କୁଳପତି ମୁସଲମାନ ଅଟନ୍ତି । ୩୩ଟି ବିଭାଗରେ ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରାଯାଏ ।[୪]

ଜଗନ୍ନାଥ ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ଶିକ୍ଷା ଇମାନ ଶୃଙ୍ଖଳା"
ସ୍ଥାପିତ୨୦୦୫
ପ୍ରକାରସାର୍ବଜନୀନ
କୁଳାଧିପତିଅବଦୁଲ ହମିଦ
କୁଳପତିମିଜାନୁର ରହମାନ[୧]
ଅବସ୍ଥାନଢାକା, ବଙ୍ଗଳାଦେଶ
ପରିସରସଦରଘାଟ
ଅନୁବନ୍ଧନୟୁଜିସି, ବଙ୍ଗଳାଦେଶ
ୱେବସାଇଟjnu.ac.bd/

ଇତିହାସ

୧୮୫୮ ମସିହାରେ ପ୍ରଭାତୀଚରଣ ରୟ, ଅନନ୍ତବଂଧୁ ମଲ୍ଲିକ ଓ ବ୍ରଜସୁନ୍ଦର କଇତ୍ରଙ୍କ ପ୍ରଚେଷ୍ଟାରେ "ଢାକା ବ୍ରାହ୍ମ ସ୍କୁଲ" ପ୍ରତିଷ୍ଠିତ ହୋଇଥିଲା । ମାଣିକଗଂଜର ଜମିଦାର କିଶୋରୀଲାଲ ଚୌଧୁରୀ ୧୮୭୨ରେ ଅଧିଗ୍ରହଣ କରି, ଏହାର ନାମ ପରିବର୍ତ୍ତନ କରି "ଜଗନ୍ନାଥ ସ୍କୁଲ" ରଖିଥିଲେ । ପରେ ଏହା ଇଣ୍ଟରମିଡିଏଟ ଓ ଡିଗ୍ରୀ କଲେଜର ପରିଣତ ହୋଇଥିଲା । ୧୯୨୧ ମସିହାରେ ଢାକା ବିଶ୍ୱବିଦ୍ୟାଳୟ ଖୋଲିବାରୁ, ଏହି କଲେଜରୁ ଡିଗ୍ରୀ ପାଠ୍ୟକ୍ରମ ଉଠି ଯାଇଥିଲା ଓ ଏହାର ନାମ ପରିବର୍ତ୍ତିତ ହୋଇ ହୋଇଥିଲା "ଜଗନ୍ନାଥ ଇଣ୍ଟରମିଡ଼ିଏଟ‌ କଲେଜ" । ୧୯୪୯ ମସିହାରେ ଏହା ପୁଣି ଡିଗ୍ରୀ କଲେଜର ମର୍ଯ୍ୟଦା ପାଇଥିଲା । ୧୯୬୮ମସିହାରେ ସରକାର ଏହି କଲେଜକୁ ହାତକୁ ନେଇଥିଲେ । ୧୯୮୨ରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଗଲା । ୨୦୦୫ ମସିହାରେ ବାଂଲାଦେଶ ଜାତୀୟ ସଂସଦରେ ୨୦୦୫ରେ "ଜଗନ୍ନାଥ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫" ବଳରେ ଏହା ଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତିତ ହୋଇଥିଲା ।[୫] କୁଳପତି ଭାବରେ କାର୍ଯ୍ୟ କରିଥିବା ବ୍ୟକ୍ତିମାନେ :

  • ଶିରଜୁଲ ଇସଲାମ ଖାନ(୨୦/୧୦/୨୦୦୫-୨୦୦୮)
  • ଅବୁ ହୁସେନ ସିଦ୍ଦିକ(୨୦୦୮-୨୦୦୯)
  • ମିସବା ଉଦ୍ଦିନ ଅହମଦ(୨୦୦୯-୨୦୧୩)
  • ମିଜାନୁର ରହମାନ(୨୦୧୩ରୁ କାର୍ଯରତ)

ଆଧାର