ଜୀବନାନନ୍ଦ ପାଣି

ଓଡ଼ିଆ ଗୀତିକାର

ଜୀବନାନନ୍ଦ ପାଣି (୧୩ ମାର୍ଚ୍ଚ ୧୯୩୩ - ୧ ମାର୍ଚ୍ଚ ୧୯୯୮), ଜଣେ ଓଡ଼ିଆ ଗୀତିକବି ତଥା କଥାଚିତ୍ର ଗୀତିକାର ଥିଲେ ।[୧] ଅନୁବାଦ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ଓ ଏଥିପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କରି ଉଦ୍ୟମରେ ବାରିପଦାଠାରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।

ଜୀବନାନନ୍ଦ ପାଣି
ଜନ୍ମ(1933-03-13)୧୩ ମାର୍ଚ୍ଚ ୧୯୩୩
ପ୍ରତାପପୁର, ମୟୂରଭଞ୍ଜ
ମୃତ୍ୟୁ୧ ମାର୍ଚ୍ଚ ୧୯୯୮(1998-03-01) (ବୟସ ୬୪)
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

ଜୀବନୀ

ଜୀବନାନନ୍ଦ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଥିଲେ ବିଜ୍ଞାନର ଛାତ୍ର, କିନ୍ତୁ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ରହିଥିଲା । ସେ କବିତା ଲେଖୁଥିଲେ । ତାଙ୍କ ଗୀତିକବିତା ସଂକଳନର ନାମ ଥିଲା "ସେ ଗାଁଆର କିଆଫୁଲ" । ସ୍ପାନିସ କବି "ଫେଡରିକ ଗ୍ରାସିଆ ଲୋରସା"ଙ୍କ କବିତାକୁ ଅନୁବାଦ କରି, ସେ ୧୯୯୭ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୩] ୧୯୫୪ମସିହାରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୭୦ମସିହାରେ ସେ ଦିଲ୍ଲୀସ୍ଥିତ "ସଙ୍ଗୀତ ନାଟକ ଏକାଡେମୀ"ରେ ନିଯୁକ୍ତି ପାଇଥିଲେ । ୧୮ବର୍ଷ ସେଠାରେ ଚାକିରି କରି ଅବସର ନେଇଥିଲେ । ଦିଲ୍ଲୀ ରହଣି କାଳରେ, ଛଉ ନାଚର ପ୍ରସାର ପାଇଁ ସେ ଉଦ୍ୟମ କରିଥିଲେ ଓ ବାରିପଦାଠାରେ ବିଧିବଦ୍ଧ ଭାବରେ ଏକ ଛଉ ନୃତ୍ୟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଇ ପାରିଥିଲେ ।

୧୯୫୦ ଦଶକ ବେଳକୁ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ ଗୀତିକାର ମର୍ଯ୍ୟଦା ପାଇ ସାରିଥିଲେ । ସେ ଗୀତିକାର ଭାବରେ କାର୍ଯ୍ୟ କରିଥିବା ୧୯୬୭ମସିହାର ଚଳଚ୍ଚିତ୍ର ଅରୁନ୍ଧତୀର ଗୀତ ଗୁଡ଼ିକୁ ଶାନ୍ତନୁ ମହାପାତ୍ର ସୂର ଦେଇଥିଲେ ଓ ଲତା ମଙ୍ଗେସକର, ମହମ୍ମଦ ରଫି ଆଦି କଣ୍ଠଦାନ କରିଥିଲେ ।[୪]

୧୯୯୮ ମସିହା ମାର୍ଚ୍ଚ ୧ତାରିଖରେ, ଜୀବନାନନ୍ଦଙ୍କର ମୃତ୍ୟୁ ଘଟିଥିଲା ।[୫]

ଜୀବନାନନ୍ଦଙ୍କ ରଚିତ କିଛି ଚଳଚ୍ଚିତ୍ର ଗୀତ

ରଚନାବଳୀ

  • ସୂର୍ଯ୍ୟ ମୋର ନୁହେଁ ପ୍ରତିଦ୍ୱନ୍ଦ୍ୱୀ
  • ସେ ଗାଁର କିଆଫୁଲ
  • ରାବଣ ଛାୟା[୯]

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୧୯୯୬ (ସ୍ପାନିସ କବି ଲୋରକାଙ୍କ କବିତାର ଓଡ଼ିଆ ଅନୁବାଦ)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୫-୯୬

ଆଧାର

ବାହାର ଆଧାର