ଜୀବାଣୁ

ଜୀବବୀଜ୍ଞାନରେ ଜୀବାଣୁ ବା ରୋଗକାରୀ ବା ରୋଗକାରକ ଜୀବ କହିଲେ, ଅନ୍ଯ ଜୀବଶରୀରେ ରୋଗ ସୃଷ୍ଟିକାରୀ କ୍ଷୁଦ୍ର ଅଣୁଜୀବମାନଙ୍କୁ ବୁଝାଏ । ଏକ ଜୀବାଣୁକୁ ସଂକ୍ରମଣକାରୀ ମଧ୍ଯ କୁହାଯାଇପାରେ ।

ଏମ୍ଫ୍ଲୁଏଞ୍ଜା ଭୂତାଣୁଗୁଡ଼ିକ ସାଧାରଣ ଜୀବାଣୁ ।

ଏହାର ଇଂରାଜୀ ପ୍ରତିଶବ୍ଦ ପାଥୋଜେନ (ପାଥୋ - ପୀଡ଼ା, ଜେନ - ଜାୟକ) ୧୮୮୦ ମସିହାରେ ଲୋକ ବ୍ଯବହାରକୁ ଆସିଲା ।[୧][୨]ସାଧାରଣତଃ ଏହି ଶବ୍ଦଟି ସଂକ୍ରାମକ ରୋଗକାରୀ ଅଣୁଜୀବ, ଯଥା - ଭୂତାଣୁ, ବୀଜାଣୁ, କବକ, ପ୍ରାକ୍ଜୀବ ଆଦିଙ୍କ ପାଇଁ ବ୍ଯବହୃତ ହେଉଥିଲା ।[୩][୪][୫] କୃମି, କୀଟ ପରି ଛୋଟ ଜୀବମାନେ ମଧ୍ଯ ରୋଗ କରାଇପାରନ୍ତି କିନ୍ତୁ ଏଗୁଡ଼ିକୁ ଜୀବାଣୁ କୁହାଯାଏ ନାହିଁ । ଏଗୁଡ଼ିକୁ ପରଜୀବୀ କୁହାଯାଏ । କ୍ଷୁଦ୍ର ଆଣବିକ୍ଷଣିକ ଅଣୁଜୀବମାନଙ୍କର ପଠନକୁ ଅଣୁଜୀବବିଜ୍ଞାନ କୁହାଯାଏ ଏବଂ ରୋଗକାରକ ଅଣୁଜୀବ ତଥା ରୋଗକାରକ ପଦାର୍ଥଗୁଡ଼ିକର ପଠନକୁ ପାଥୋଲୋଜି କୁହାଯାଏ । ପରଜୀବୀମାନଙ୍କ ପଠନକୁ ପରଜୀବୀବିଜ୍ଞାନ କୁହାଯାଏ ।

ଆଧାର