ବୀଜାଣୁ

ଏହା ଏକ ବିରାଟ ପ୍ରୋକାରିଓଟିକ ଅଣୁଜୀବମାନଙ୍କର ସମଷ୍ଟି ।
ବ୍ୟାକ୍ଟେରିଆ
ଜୀବାଶ୍ମ କାଳ: ଆର୍କୀୟ କିମ୍ବା ପୂର୍ବର – ବର୍ତ୍ତମାନ
Pha.
Proterozoic
Archean
Had'n
Scanning electron micrograph of Escherichia coli rods
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ଜଗତ:ବ୍ଯାକ୍ଟେରୀଆ
Woese, Kandler & Wheelis, 1990[୧]
Phyla
  • Acidobacteria
  • Actinobacteria
  • Aquificae
  • Armatimonadetes
  • Bacteroidetes
  • Caldiserica
  • Chlamydiae
  • Chlorobi
  • Chloroflexi
  • Chrysiogenetes
  • Coprothermobacterota[୨]
  • Cyanobacteria
  • Deferribacteres
  • Deinococcus-Thermus
  • Dictyoglomi
  • Elusimicrobia
  • Fibrobacteres
  • Firmicutes
  • Fusobacteria
  • Gemmatimonadetes
  • Lentisphaerae
  • Nitrospirae
  • Planctomycetes
  • Proteobacteria
  • Spirochaetes
  • Synergistetes
  • Tenericutes
  • Thermodesulfobacteria
  • Thermotogae
  • Verrucomicrobia
Synonyms
Eubacteria Woese & Fox, 1977[୩]

ଜୀବାଣୁ (ଇଂରାଜୀ ଭାଷାରେ Bacteria (/bækˈtɪəriə/ (listen); ବିଶେଷ୍ୟ ବ୍ୟାକ୍ଟେରିଆ, ଏକବଚନ ବ୍ୟାକ୍ଟେରିଅମ)) ଏକ ପ୍ରକାର ଜୀବକୋଷ । ଏହା ଏକ ବିରାଟ ପ୍ରୋକାରିଓଟିକ ଅଣୁଜୀବମାନଙ୍କର ସମଷ୍ଟି । ସ୍ୱଭାବିକ ଭାବରେ ଏମାନଙ୍କର ଦୈର୍ଘ୍ୟ ଅଳ୍ପ କେତେକ ମାଇକ୍ରୋମିଟ ହୋଇଥାଏ ଓ ବାସିଲସ ବା କୋକସ ହେଉ, ସେମାନଙ୍କର ସାଧାରଣ ଜୀବକୋଷର ଆକୃତି ଥାଏ । ପୃଥିବୀ ପୃଷ୍ଠରେ ଜୀବାଣୁ ପ୍ରଥମେ ସୃଷ୍ଟି ହୋଇଥିଲେ ଓ ଏବେ ସୁଦ୍ଧ ପ୍ରତ୍ୟେକ ବାସସ୍ଥାନରେ ଏମାନଙ୍କୁ ଦେଖିବାକୁ ମିଳେ । ଏମାନେ ମାଟିରେ, ଜଳରେ, ଉଷ୍ଣପ୍ରସ୍ରବଣରେ , ତେଜସ୍କ୍ରିୟ-ବର୍ଜ୍ଯବସ୍ତୁରେ ରହନ୍ତି,[୪] ଭୂ-ପୃଷ୍ଠର ଗଭୀର ଜୈବମଣ୍ଡଳରେ ମଧ୍ୟ ରହନ୍ତି । ପ୍ରାଣୀ ଓ ଉଦ୍‌ଭିଦମାନଙ୍କ ସ‌ହିତ ପରଜୀବୀ ସମ୍ପର୍କ ରଖି ମଧ୍ୟ ରହନ୍ତି । ଅଧିକାଂଶ ଜୀବାଣୁଙ୍କର ପରିଚୟ ଅଜ୍ଞାତ ଥିଲେ ମଧ୍ୟ ପ୍ରାୟ ୨୭% ଜୀବାଣୁଙ୍କୁ ପରୀକ୍ଷାଗାରରେ ରଖି ବୃଦ୍ଧି କରାଯାଇ ପାରୁଛି ।[୫] ଜୀବାଣୁମାନଙ୍କ ଅନୁଶୀଳନ କରାଯାଉଥିବା ବିଜ୍ଞାନ‌କୁ ଜୀବାଣୁ ବିଜ୍ଞାନ ଯାହା ଅଣୁଜୀବ ବିଜ୍ଞାନର ଏକ ଶାଖା ।

ସାରା ଜୀବଜଗତ ବଞ୍ଚିବା ନିମନ୍ତେ ଜୀବସାର ଖ୧୨ ବା କୋବାଲାମିନ ଆବଶ୍ୟକ କରେ ଯାହା ପ୍ରସ୍ତୁତ କରିବା ନିମନ୍ତେ ଜୀବାଣୁଙ୍କ ଆବଶ୍ୟକତା ଥାଏ । ଖାଦ୍ୟ-ଶ୍ରୁଙ୍ଖଳ ଯୋଗୁଁ ଏହା ସମ୍ଭବ ହୁଏ । ଏହି ଜୀବସାର ଜଳରେ ଦ୍ରବଣୀୟ ଓ ପ୍ରତ୍ୟେକ ଜୀବକୋଷର ଚୟାପଚୟରେ ଏହା ଆବଶ୍ୟକ ହୁଏ । ଡିଏନଏ ସଂଶ୍ଳେଷଣ, ଫ୍ୟାଟି-ଅମ୍ଳ ଚୟାପଚୟ ତ‌ଥା ଆମିନୋ-ଅମ୍ଳ ଚୟାପଚୟରେ ଏହା ସହକାରକ ଭାବରେ କାମକରେ । ସ୍ନାୟୁର କାର୍ଯ୍ୟ ନିମନ୍ତେ ଏହା ଅତି ଆବଶ୍ୟକ ଯେହେତୁ ଏହା ସ୍ନାୟୁ ମାୟେଲିନ ତିଆରି କରିବାରେ ଭୂମିକା ଥାଏ ।[୬][୭][୮][୯]

ପ୍ରତି ଏକ ଗ୍ରାମ ମାଟିରେ ପ୍ରାୟ ୪୦ ନିୟୁତ ଜୀବାଣୁ ଜୀବକୋଷ ଥାଏ ଓ ଏକ ମି:ଲି: ସଜ ପାଣିରେ ଏକ ନିୟୁତ ଜୀବାଣୁ ଜୀବକୋଷ ଥାଏ । ଭୂମିରେ ପ୍ରାୟ ୫×୧୦୩୦ ଜୀବାଣୁ ଥାଏ,[୧୦] ଓ ଏମାନେ ଏକ ବାୟୋମାସ ସୃଷ୍ଟି କରନ୍ତି ଯାହାଙ୍କର ସଂଖ୍ୟା ସମସ୍ତ ପ୍ରାଣୀ ଓ ଉଦ୍ଭିଦ ସଂଖ୍ୟାଠାରୁ ଅଧିକ ହୁଏ । [୧୧] ପୋଷକ ଚକ୍ର ତିଆରି ସୋପାନରେ ଜୀବାଣୁର ଅନେକ ଭୂମିକା ଥାଏ; ପୃଥିବୀର ବାୟୁମଣ୍ଡଳରେ ଥିବା ଯବକ୍ଷାରଜାନ ବିବନ୍ଧନ ଏହା ଯୋଗୁଁ ସମ୍ଭବ ହୁଏ । ଏହି ପୋଷକ ଚକ୍ରରେ ମୃତ ଶରୀର ସଢ଼ିବା ଓ ପଚିବାରେ ଜୀବାଣୁର ଭୂମିକା ଥାଏ ।[୧୨]

ସର୍ବାଧିକ ଜୀବାଣୁ ଖାଦ୍ୟନଳୀରେ ଥାଏ ଓ ଚର୍ମରେ ମଧ୍ୟ ବ‌ହୁତ ଜୀବାଣୁ ରହନ୍ତି ।[୧୩] ମନୁଷ୍ୟର ସୁରକ୍ଷାଦାୟୀ ଇମ୍ମ୍ୟୁନ ସିସ୍ଟମ ଯୋଗୁ ଜୀବାଣୁ କ୍ଷତି କରିପାରନ୍ତି ନାହିଁ; ଖାଦ୍ୟନଳୀରେ ଅନେକ ଉପକାରୀ ଜୀବାଣୁ ମଧ୍ୟ ରହନ୍ତି । ଅନେକ ପ୍ରଜାତିରେ ଜୀବାଣୁ ସଂକ୍ରାମକ ରୋଗ ସୃଷ୍ଟି କରନ୍ତି ଯେପରିକି କଲେରା, ସିଫିଲିସ୍, ଆନ୍ଥ୍ରାକ୍ସ, କୁଷ୍ଠବୁବୋନିକ୍ ପ୍ଲେଗ୍ ଇତ୍ୟାଦି । ସବୁଠାରୁ ସାଂଘାତିକ ଜୀବାଣୁ ଶ୍ୱାସକ୍ରିୟା ସଂକ୍ରମଣ ହୁଏ ।[୧୪] ସଂକ୍ରମଣ ଚିକିତ୍ସାରେ ଆଣ୍ଟିବାୟୋଟିକ ଦିଆଯାଏ, କୃଷିରେ ମଧ୍ୟ ଦିଆଯାଏ ଓ ଏହା ଫଳରେ ଆଣ୍ଟିବାୟୋଟିକ ପ୍ରତିରୋଧ ସୃଷ୍ଟି ହୁଏ । କାରଖାନାର ଦୂଷିତ ଜଳ ପରିଷ୍କାର କରିବା ନିମନ୍ତେ, ଇଡ଼ିଯାଇଥିବା ତେଲକୁ ନଷ୍ଟ କରିବାକୁ, ଛେନା ଓ ଦ‌ହି ପ୍ରସ୍ତୁତ କରିବାକୁ; ସୁନା, ପାଲିଡିଅମ, ତମ୍ବା ଓ ଅନ୍ୟାନ୍ୟ ଧାତୁ ତିଆରିରେ ଜୀବାଣୁ ଆବଶ୍ୟକ ହୁଏ । [୧୫]

ଆଧାର