ଜେବ୍ରା

ଚର୍ମରେ କଳା ଓ ଧଳା ଫିତା ଭଳି ଚିହ୍ନ ଥିବା ପ୍ରାଣୀ ଯିଏ ଘୋଡ଼ା ପରିବାରର ଏକ ସଦସ୍ୟ ।

ଜେବ୍ରା (Zebras (/ˈzbrə/ ZEE-brə, /ˈzɛbrə/ ZEB-rə))[୧] ଏକ ପ୍ରକାର ଆଫ୍ରିକାର ବଣ୍ୟ ଜନ୍ତୁ (African) ଜାତି ଯାହାକୁ ଘୋଡ଼ା ପରିବାରର (equids) ସଦସ୍ୟ ଭାବରେ ଗ୍ରହଣ କରାଯାଇଛି ଓ ସେମାନଙ୍କର ଚର୍ମରେ କଳା ଧଳା ପଟା ପଟା ଦାଗ ଥାଏ । ସେମାନେ ସାମାଜିକ ପ୍ରାଣୀ ଓ ଛୋଟରୁ ବଡ଼ ଦଳରେ ରହନ୍ତି । ଘୋଡ଼ା ବା ଗଧ ଭଳି ଏମାନେ ଗୃହପାଳିତ ହୁଅନ୍ତି ନାହିଁ ।

Zebra
Temporal range: Neogene–present
A herd of plains zebra ("Equus quagga")
A herd of plains zebra (Equus quagga)
Scientific classificationEdit this classification
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ମହାଶ୍ରେଣୀ:ଟେଟ୍ରାପୋଡା
ଗୋଷ୍ଠୀ:ମାମାଲିଆଫୋର୍ମ୍ସ
ଶ୍ରେଣୀ:ମାମାଲିଆ
Order:Perissodactyla
Family:Equidae
Tribe:Equini
Genus:Equus
Groups included
  • Dolichohippus
    • Equus grevyi Grévy's zebra
    • Equus koobiforensis
    • Equus oldowayensis
    • Equus simplicidens
  • Hippotigris
    • Equus quagga Plains zebra
      • Equus quagga boehmi Grant's zebra
      • Equus quagga borensis Maneless zebra
      • Equus quagga burchellii Burchell's zebra
      • Equus quagga chapmani Chapman's zebra
      • Equus quagga crawshayi Crawshay's zebra
      • Equus quagga quagga Quagga
      • Equus quagga selousi Selous' zebra
    • Equus zebra Mountain zebra
      • Equus zebra hartmannae Hartmann's mountain zebra
      • Equus zebra zebra Cape mountain zebra
    • Equus capensis
    • Equus mauritanicus
  • Equus incertae sedis
    • Equus stenonis Stenon zebra
Cladistically included but traditionally excluded taxa
  • Amerhippus
  • Asinus
  • Equus (subgenus)
  • Parastylidequus

All other Equus species

ତିନି ପ୍ରକାର ଜେବ୍ରା ଦେଖାଯାଆନ୍ତି: ସାଧାରଣ ଜେବ୍ରା (plains zebra), ପାର୍ବତୀୟ ଜେବ୍ରା (mountain zebra) ଓ ଗ୍ରେଭିସ ଜେବ୍ରା (Grévy's zebra) । ସାଧାରଣ ଜେବ୍ରା ଓ ପାର୍ବତୀୟ ଜେବ୍ରାଦ୍ୱୟ ହିପ୍ପୋଟାଇଗ୍ରିସ (Hippotigris) ସବଜେନସ ଓ ଗ୍ରେଭିସ ଜେବ୍ରା ଡୋଲିକୋହିପ୍ପସ ସବଜେନସ ଶ୍ରେଣୀର ପ୍ରାଣୀ ଅଟନ୍ତି । ଗ୍ରେଭିସ ଜେବ୍ରାର ଗଧ (ass) ସ‌ହିତ ସାମଞ୍ଜସ୍ୟ ଦେଖାଯାଏ କିନ୍ତୁ ପ୍ରଥମ ଦୁଇ ପ୍ରକାର ଜେବ୍ରାମାନଙ୍କର ଘୋଡ଼ା ସ‌ହିତ ସାମଞ୍ଜସ୍ୟ ଥାଏ । ଏମାନେ ସମସ୍ତେ ଇକୁଇଅସ ଜେନସର ପ୍ରାଣୀ ।

ଅତୁଳନୀୟ ଚର୍ମ ଦାଗ ଯୋଗୁ ଏହି ପ୍ରାଣୀ ଲୋକଙ୍କ ପରିଚିତ ସ‌ହଜରେ ହୁଏ । ଏମାନେ ଘାସ, ପାହାଡ଼, ଉପକୂଳ, ଜଙ୍ଗଲ ଓ କଣ୍ଟା ଇତ୍ୟାଦି ଥିବା ବିଭିନ୍ନ ଭୌଗଳିକ ସ୍ଥାନରେ ବାସ କରନ୍ତି । ବାସସ୍ଥାନ ନଷ୍ଟ ଓ ଚର୍ମ ନିମନ୍ତେ ଶିକାର ହେଉଥିବା ଯୋଗୁ ସେମାନଙ୍କ ସଂଖ୍ୟା କମିଯାଉଛି । ଗ୍ରେଭିସ ଓ ପାର୍ବତୀୟ ଜେବ୍ରା ବିପଦରେ ଲୁପ୍ତପ୍ରାୟ ଅଛନ୍ତି ।


ଆକାର ଓ ଓଜନ

The skull of a Grant's zebra.

ସାଧାରଣ ଜେବ୍ରାର ଉଚ୍ଚତା ପ୍ରାୟ ୧.୨ - ୧.୩ ମିଟର,ଲମ୍ବ ୨ - ୨.୬ମିଟର ଓ ଲାଞ୍ଜ ୦,୫ ମିଟର । ଓଜନ ପ୍ରାୟ ୩୫୦ କେଜି ଓ ମାଈ ଜେବ୍ରା ଓଜନ ସାମାନ୍ୟ କମ । ପାର୍ବତୀଯ ଜେବ୍ରା କମ ଓ ଗ୍ରେଭି ଜେବ୍ରା ସାବୁଠାରୁ ଅଧିକ ଓଜନ ବିଶିଷ୍ଟ ।[୨]

ବର୍ଗୀକରଣ

ଖାଦ୍ୟ

ଜେବ୍ରା ସାଧାରଣତଃ ଘାସ ଖାଆନ୍ତି । ଆବଶ୍ୟକ ହେଲେ ଡାଳ, ପତ୍ର, ଛୋଟ ବୁଦାର ଗାଛ ଖାଆନ୍ତି ।


ଆଧାର