ଜୟଦେବ ଉନାଡକଟ

ଭାରତୀୟ କ୍ରିକେଟ ଖେଳାଳି

ଜୟଦେବ ଦୀପକଭାଇ ଉନାଡକଟ [୧] (ଜନ୍ମ 18 ଅକ୍ଟୋବର , 1991 , ଗୁଜରାଟର ଫୋର ବନ୍ଦର ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ IPLରେ କଲିକତା ଦଳ ତରଫରୁ ଖେଳନ୍ତି । ସେ ଭାରତୀୟଜାତୀୟ ଦଳ ଓ ଭାରତୀୟ 19 ବର୍ଷରୁ ତଳ ଜାତୀୟ ଦଳର ମଧ୍ୟ ପ୍ରତିନିଧିତ୍ୱକରିଛନ୍ତି । [୨]

ବ୍ୟକ୍ତିଗତ ତଥ୍ୟ
ନାମJaydev Dipakbhai Unadkat
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରLeft arm fast-medium
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
Only Test (cap 267)16 December 2010 v South Africa
ପ୍ରଥମ ଦିନିକିଆ (cap 197)24 July 2013 v Zimbabwe
ଶେଷ ଦିନିକିଆ21 November 2013 v West Indies
ଘରୋଇ ଦଳ ତଥ୍ୟ
YearsTeam
2010–presentSaurashtra
2010–2012Kolkata Knight Riders
2013Royal Challengers Bangalore
2014–2015Delhi Daredevils
2016-presentKolkata Knight Riders
Career statistics
ପ୍ରତିଯୋଗିତା TestODIFCLA
ମ୍ୟାଚ ସଂଖ୍ୟା 173749
ମୋଟ ରନ 230566
ବ୍ୟାଟିଂ ହାର 2.0011.296.60
ଶତକ/ଅର୍ଦ୍ଧଶତକ 0/0–/–0/00/0
ସର୍ବାଧିକ ରନ 1*31*15
ବଲ ସଂଖ୍ୟା 1563126,9372,584
ଉଇକେଟ 0810771
ବୋଲିଂ ହାର 26.1232.2330.07
ଇନିଙ୍ଗସରେ ୫ଟି ଉଇକେଟ 051
ମ୍ୟାଚରେ ୧୦ଟି ଉଇକେଟ n/a1n/a
ସବୁଠୁ ଭଲ ବୋଲିଂ 4/417/415/55
କ୍ୟାଚ/ଷ୍ଟମ୍ପିଙ୍ଗ 0/–0/–10/–12/–
Source: ESPNcricinfo, 2 May 2014

ପ୍ରାରମ୍ଭିକ ଜୀବନୀ 

ଜୟଦେବଙ୍କ ଜନ୍ମ 18 ଅକ୍ଟୋବର , 1991 , ଗୁଜରାଟର ପୋରବନ୍ଦରଠାରେ ହୋଇଥିଲା । ସେ ସେଠାରେ ତାଙ୍କର  2009 ମସିହାରେ ସ୍କୁଲ ଶିକ୍ଷା  ପ୍ରାପ୍ତ କରିଥିଲେ ।[୩]


ଖେଳ ଜୀବନୀ 

 ରଣଜୀ ଟ୍ରଫିରେ ଉନ୍ନତ ଖେଳ ପ୍ରଦର୍ଶନ ପରେ ସେ IPLରେ ରାଜସ୍ଥାନ ରୟାଲ ଦଳ ବିରୂଢରେ ଖେଳି ଖୁବ ଆକର୍ଷକ ବୋଲିଂ କରିଥିଲେ । ସେ ତାଙ୍କର ପ୍ରଥମ ମେଚରେ 3 ୱିକେଟ ନେଇ କଲିକତା ଦଳର ବୋଲିଂ କୋଚ ୱାସିମ ଅକ୍ଜ୍ରାମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସେ ଭାରତୀୟ ଜାତୀୟ ଦଳ ପାଇଁ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବିରୁଦ୍ଧରେ ମେଚ ଖେଳି ଥିଲେ । ସେ ଜଣେ  ଦ୍ରୁତ ବୋଲର ହେବା ସହ ଜଣେ ଉତ୍କୃଷ୍ଟ ଫିଲଡର ଭାବରେ ଜଣା ଶୁଣା । 

ଜୟଦେବ 2010 ମସିହା ଡିସେମ୍ବର 16 ତାରିଖରେ ଦକ୍ଷିଣ ଆଫ୍ରିକା ସହ ତାଙ୍କର ପ୍ରଥମ ଟେଷ୍ଟ ଖେଳିବାର ସୁଯୋଗପାଇଥିଲେ। ଆହତ ଜାହିର ଖାନଙ୍କ ସ୍ଥାନରେ ଖେଳି କିନ୍ତୁ ସେ କୌଣସି ୱିକେଟ ପାଇବାରେ ସଫଳ ହେଇ ନଥିଲେ । ତାହା ପରେ ସେ ଘରେଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନରେ ବିଫଳ ହେଇଥିଲେ । 

ପରେ ସେ କଲିକତା ଦଳ ଛାଡି IPL ପାଇଁ ବାଙ୍ଗାଲୋର ଦଳରେ 525,000 ଡଲାରରେ ଚୁକ୍ତିବଦ୍ଧ ହେଇ ସର୍ବମୂଲ୍ୟବାନ ଖେଳାଳି ଭାବରେ [୪]>ଯୋଗାଦେଇ ପୁଣି ଉତ୍ତମ ପ୍ରଦର୍ଶନକୁ ପ୍ରତ୍ୟାବର୍ତନ କଲେ । ଦିଲ୍ଲୀ ବିରୁଦ୍ଧ ମେଚରେ ସେ 25 ରନ ଦେଇ 5 ୱିକେଟ ନେଇ man of the match[୫] ପୁରସ୍କାର  ମଧ୍ୟ ହାସଲ କରିଥିଲେ । 


2004 ମସିହାରେ ସେ ଦିଲ୍ଲୀ ଦଳ ପାଇ ଆଇପିଏଲ ଖେଳିଥିଲେ ଓ ଭଲ ପ୍ରଦର୍ଶନ ଜରିଆରେ ଭାରତୀୟ ଜାତୀୟ ଦଳାକୁ ପୁନରପ୍ରବେଶ କରିଥିଲେ । ତେବେ ତାଙ୍କର ଅନ୍ତର୍ଜାତିକ ପ୍ରଦର୍ଶନ ପୁଣି ନୈରାଶ୍ୟଜନକ ରହିଥିଲା । 2016 ଆଇପିଏଲ ପାଇଁ ସେ ପୁଣି କଲିକତା ଦଳ ପାଇଁ ଖେଳିଥିଲେ । ସେ ଟଙ୍କଟ T20 ଅନ୍ତର୍ଜାତିକ ମେଚ 2016ରେ ଜିମ୍ବାବ୍ୱେ ବିରୁଦ୍ଧରେ ଖେଳିଥିଲେ । 

ଆଢହର ସମୂହ 

ବାହାର ଲିଙ୍କ