ସୁରେନ୍ଦ୍ର ମହାନ୍ତି

ଓଡ଼ିଆ ଲେଖକ ଓ ରାଜନେତା

ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨[୧] - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତାକଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ସୁରେନ୍ଦ୍ର ମହାନ୍ତି
ରାଜ୍ୟ ସଭା ସଭ୍ୟ
କାର୍ଯ୍ୟକାଳ
୩ ଅପ୍ରେଲ ୧୯୭୮ – ୨ ଅପ୍ରେଲ ୧୯୮୪
ପଞ୍ଚମ ଲୋକ ସଭା ସଭ୍ୟ
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀସୁରେନ୍ଦ୍ରନାଥ ଦ୍ୱିବେଦୀ
ପର ଅଧିକାରୀବିଜୁ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ଦ୍ୱିତୀୟ ଲୋକ ସଭା ସଭ୍ୟ
କାର୍ଯ୍ୟକାଳ
୧୯୫୭ – ୧୯୬୨
ପର ଅଧିକାରୀବୈଷ୍ଣବ ଚରଣ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ରାଜ୍ୟ ସଭା ସଭ୍ୟ
କାର୍ଯ୍ୟକାଳ
୩ ଅପ୍ରେଲ ୧୯୫୨ – ୨୩ ମାର୍ଚ୍ଚ ୧୯୫୭
ବ୍ୟକ୍ତିଗତ ସବିଶେଷ
ଜନ୍ମ
ସୁରେନ୍ଦ୍ର ମହାନ୍ତି

(1922-05-21)୨୧ ମଇ ୧୯୨୨
ପୁରୁଷୋତ୍ତମପୁର, କଟକ ଜିଲ୍ଲା
ମୃତ୍ୟୁ୨୧ ଡିସେମ୍ବର ୧୯୯୦(1990-12-21) (ବୟସ ୬୯)
ରାଜନୀତିକ ଦଳପ୍ରଜା ସୋସାଲିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ, କଂଗ୍ରେସ
ଜୀବନ ସାଥୀରେଣୁକା ମହାନ୍ତି
ଶିକ୍ଷାନୁଷ୍ଠାନସାଲେପୁର ହାଇସ୍କୁଲ
ପୁରସ୍କାରପଦ୍ମଶ୍ରୀ, ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ୱେବସାଇଟOfficial Website

୧୯୯୦ ଡିସେମ୍ବର ୨୧ରେ ୬୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ସଂକ୍ଷିପ୍ତ ଜୀବନୀ ଓ ଶିକ୍ଷା

ସୁରେନ୍ଦ୍ର ମହାନ୍ତି ୧୯୨୨ ମଇ ୨୧ରେ କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମନେଇଥିଲେ । ସେ ସାଲେପୁର ହାଇସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଲାଭକରିଥିଲେ ।

ବୃତ୍ତିଗତ ଜୀବନ

ସାହିତ୍ୟ ରଚନା

ଏକାଦଶ ଶ୍ରେଣୀରେ ପାଠ ପଢ଼ିଲା ବେଳେ ସେ ପ୍ରଥମ ଗପ "ବନ୍ଦୀ" ରଚନା କରିଥିଲେ ଓ ତାହା ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା । ତାଙ୍କର ଦ୍ୱିତୀୟ ଗପ "ମଣିଷ ଓ ଅର୍ଥନୀତି" ସଚ୍ଚିଦାନନ୍ଦ ରାଉତରାୟ ସମ୍ପାଦିତ ଆରତୀ ପତ୍ରିକାରେ ପ୍ରକାଶ ପାଇଥିଲା ।

ସାମ୍ବାଦିକତା

କାଳୀଚରଣ ପଟ୍ଟନାୟକଙ୍କ ଅତିବଡ଼ୀ ଜଗନ୍ନାଥ ଦାସ ନାଟକ ଦେଖି ସେ ଏକ ସମାଲୋଚନାମୂଳକ କେ.ଏନ୍. ଆଚାରୀଙ୍କଦ୍ୱାରା ସମ୍ପାଦିତ ନିୟୁ ଓଡ଼ିଶା ସମ୍ବାଦପତ୍ରକୁ ଏକ ପ୍ରବନ୍ଧ ପଠାଇଥିଲେ । ଏହି ଲେଖାଟି ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଓ ସୁରେନ୍ଦ୍ରଙ୍କ ସାମ୍ବାଦିକ ଜୀବନ ଏହିଠାରୁ ଆରମ୍ଭ ହୋଇଥିଲା । ନିୟୁ ଓଡ଼ିଶାର ପ୍ରୁଫ ରିଡ଼ର ଭାବରେ ସେ ସାମ୍ବାଦିକ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଭିନ୍ନ ପତ୍ରିକାର ସମ୍ପାଦନା କରିଥିଲେ ।

ରାଜନୀତି

ସେ ପ୍ରଜା ସୋସିଆଲିଷ୍ଟ ପାର୍ଟିରେ ଯୋଗଦେଇଥିଲେ । ଗଣତନ୍ତ୍ର ପରିଷଦ ସହ ଯୋଡ଼ିହୋଇ ସେ ୧୯୫୧ ମସିହାରେ ତାହାର ସଂଗଠନ ସମ୍ପାଦକ ଓ ଦଳ ପ୍ରକାଶିତ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦକ ଥିଲେ । ୧୯୫୨ ଅପ୍ରେଲ ୩ ତାରିଖରେ ସେହି ଦଳରୁ ରାଜ୍ୟ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ୧୯୫୭ ମାର୍ଚ୍ଚ ୨୩ ଯାଏ କାର୍ଯ୍ୟ କରିଥିଲେ ।[୨] ପରେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୫୭ ମସିହାରେ ନିର୍ବାଚିତ ହୋଇ ଦ୍ୱିତୀୟ ଲୋକ ସଭାରେ ୧୯୬୨ ଯାଏ ସାଂସଦ ଥିଲେ । ପରେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୧ ମସିହାରେ ନିର୍ବାଚିତ ହୋଇ ପଞ୍ଚମ ଲୋକ ସଭାର ସଦସ୍ୟ ଭାବେ ରାଜନୈତିକ ଜୀବନ ଆରମ୍ଭ କର ୧୯୭୭ ମସିହା ଯାଏ ସାଂସଦ ଥିଲେ ।

ରଚନାବଳୀ

ଉପନ୍ୟାସ

  • କଲେଜବୟ (୧୯୪୭)
  • ବଧୂ ଓ ପ୍ରିୟା (୧୯୪୮)
  • ସହସ୍ରଶଯ୍ୟାର ନାୟିକା (୧୯୫୨)
  • ଅନ୍ଧଦିଗନ୍ତ (୧୯୬୪)
  • ନୀଳଶୈଳ (୧୯୬୮)
  • ଶତାବ୍ଦୀର ସୂର୍ଯ୍ୟ (୧୯୬୮)
  • ହଂସଗୀତି (୧୯୭୭)
  • କୁଳବୃଦ୍ଧ (୧୯୭୮)
  • ନୀଳାଦ୍ରି ବିଜୟ (୧୯୮୦)
  • ଅଚଳାୟତାନ (୧୯୮୧)
  • କାଳାନ୍ତର (୧୯୮୨)
  • ନେତି ନେତି (୧୯୮୨)
  • କୃଷ୍ଣାବେଣୀରେ ସନ୍ଧ୍ୟା (୧୯୮୫)
  • ଆଜୀବକର ଅଟ୍ଟହାସ (୧୯୮୭)
  • ଫଟାମାଟି (୧୯୮୮)

ଗଳ୍ପ ସଂକଳନ

  • କୃଷ୍ଣଚୂଡ଼ା
  • ମହାନଗରୀର ରାତ୍ରି
  • ରୁଟି ଓ ଚନ୍ଦ୍ର
  • ସବୁଜପତ୍ର ଓ ଧୂସର ଗୋଲାପ
  • କବି ଓ ନର୍ତ୍ତକୀ
  • ମରାଳର ମୃତ୍ୟୁ
  • ଶେଷ କବିତା
  • ମହା ନିର୍ବାଣ
  • ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ
  • ରାଜଧାନୀ ଓ ଅନ୍ୟାନ୍ୟ ଗଳ୍ପ

ସମାଲୋଚନା

  • ଓଡ଼ିଆ ସାହିତ୍ୟର ଆଦିପର୍ବ
  • ଓଡ଼ିଆ ସାହିତ୍ୟର ମଧ୍ୟପର୍ବ
  • ଓଡ଼ିଆ ସାହିତ୍ୟର କ୍ରମବିକାଶ
  • ଫକୀରମୋହନ
  • ଫକୀରମୋହନ ସମୀକ୍ଷା
  • ଉତ୍କଳ ଯୁଗେ ଯୁଗେ
  • ଦୀନକୃଷ୍ଣ ଦାସ
  • ମଧୁସୂଦନ ଦାସ
  • ଲର୍ଡ ଜଗନ୍ନାଥ
  • ସାହିତ୍ୟ ଓ ସମାଜ
  • ସୁରେନ୍ଦ୍ର ବିଚିତ୍ରା

ଆତ୍ମଚରିତ

  • ପଥ ଓ ପୃଥିବୀ (ସୁରେନ୍ଦ୍ରଙ୍କ ଭାଷାରେ "ସାହିତ୍ୟ ଓ ରାଜନୀତି" ତାଙ୍କ ପୃଥିବୀ ଏବଂ "ସାମ୍ବାଦିକତା" ତାଙ୍କ ପଥ)

ସମ୍ପାଦନା

ସମ୍ମାନ ଓ ପୁରସ୍କାର

ଆଧାର

ଅଧିକ ତଥ୍ୟ