ଟାଫାସିଟାମାବ

ଟାଫାସିଟାମାବ (ଇଂରାଜୀ ଭାଷାରେ Tafasitamab), ମୋଞ୍ଜୁଭିରେ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପୁନରାବର୍ତ୍ତନ କିମ୍ବା ରିଫାକ୍ଟରି ଡିଫ୍ୟୁଜ୍ ବଡ ବି-ସେଲ୍ ଲିମ୍ଫୋମା (DLBCL) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେତେବେଳେ ଅଟୋଲୋଗସ ଷ୍ଟେମ ସେଲ ପ୍ରତିରୋପଣ ଏକ ବିକଳ୍ପ ନୁହେଁ ।[୧] ଏହା ଲେନାଲିଡୋମାଇଡ ସହିତ ଏକତ୍ର ଦିଆଯାଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଧୀରେ ଧୀରେ ଦିଆଯାଏ ।[୨]

ଟାଫାସିଟାମାବ
Monoclonal antibody
TypeWhole antibody
SourceHumanized (from mouse)
TargetCD19
Clinical data
Trade namesMonjuvi, Minjuvi, others
SynonymsTafasitamab-cxix, MOR208, Xmab5574
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC6550H10092N1724O2048S52
Molar mass୧,୪୭,୪୨୫.୯୩ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଥକ୍କା, ତରଳ ଝାଡ଼ା, କାଶ, ଜ୍ୱର, ଅଙ୍ଗ ଫୁଲିଯିବା, ଉପର ଶ୍ୱାସନଳୀ ସଂକ୍ରମଣ ଏବଂ ଖାଦ୍ୟ ରୁଚି କମ ହୋଇଯାଏ ।[୩] [୪] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତର୍ନିଧାନ ବା ଇନଫ୍ୟୁଜନ ସମ୍ବନ୍ଧୀୟ ପ୍ରତିକ୍ରିୟା, ଅସ୍ଥି ମଜ୍ଜା ଦମନ ଏବଂ ସଂକ୍ରମଣ ହୋଇପାରେ [୪] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୪] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଡି୧୯ (CD19) ସହିତ ସଂଲଗ୍ନ ହୁଏ ଏବଂ ଏହା ପ୍ରକାଶ କରୁଥିବା ଜୀବକୋଷକୁ ମାରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ଉତ୍ସାହିତ କରେ ।[୨]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ଟାଫାସିଟାମାବ ଅନୁମୋଦିତ ହୋଇଥିଲା ।[୩] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୭୦ କିଲୋଗ୍ରାମ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଏହାର ଏକ ମାତ୍ରା ବା ଡୋଜ ପିଛା ମୁଲ୍ୟ ପ୍ରାୟ ୬୪୦୦ ଡଲାର ଥିଲା ।[୫] ଏହା ରେକମ୍ବିନାଣ୍ଟ ଡିଏନଏ (DNA) ଟେକ୍ନୋଲୋଜିଦ୍ୱାରା ପ୍ରସ୍ତୁତ ।[୩]

ଆଧାର