ଡଲାର

ଡଲାର (ଯାହାକି $ ଚିହ୍ନ ପ୍ରଦର୍ଶିତ ହୁଏ) ଯାହାକି ଅନେକ ଗୁଡ଼ିଏ ଭିନ୍ନ ଭିନ୍ନ ଦେଶର ମୁଦ୍ରାର ନାମ । କେବଳ ନାମଟି ସମାନ ହେଲେ ହେଁ ମୁଦ୍ରା ଗୁଡ଼ିକ ଭିନ୍ନ । ଅଷ୍ଟ୍ରେଲିଆ, ବେଲିଜ୍, ବୃନେଇ, କାନଡ଼ା, ହଂକଂ, ଜାମାଇକା, ନାମିବିଆ, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ସୁରିନାମ, ତାଇୱାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ମୁଦ୍ରାର ନାମ ଡଲାର । ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର ନିମ୍ନୋକ୍ତ ଦେଶମାନଙ୍କ ଆଧିକାରିକ ମୁଦ୍ରା : ପୂର୍ବ ତିମୋର, ଇକୁଆଡ଼ର, ଏଲ ସାଲଭାଡ଼ର, ମାଇକ୍ରୋନେସିଆ ସଙ୍ଘୀୟ ରାଜ୍ୟ, ମାର୍ଶାଲ ଦ୍ୱୀପପୁଞ୍ଜ, ପାଲାଉ, କାରିବିଆନ ନେଦରଲ୍ୟାଣ୍ଡ । ସାଧାରଣତଃ ଗୋଟିଏ ଡଲାର ୧୦୦ ସେଣ୍ଟରେ ବିଭକ୍ତ ।

  ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର ବ୍ୟବହାର କରୁଥିବା ଦେଶ
  ଦେଶ, ଯେଉଁଗୁଡିକର ପ୍ରଚଳିତ ମୁଦ୍ରା ଡଲାର
  ଦେଶ, ଯେଉଁଠି ପୂର୍ବେ ଡଲାର ନାମକ ମୁଦ୍ରା ପ୍ରଚଳିତ ଥିଲା
ଫାଇଲ:US bill obverse series 2003 A.jpg
୨ ଡଲାର ମୂଲ୍ୟର ଏକ ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର ନୋଟ

ଇତିହାସ

୧୫ ଜାନୁଆରୀ ୧୫୨୦ରେ ବୋହେମିଆ ରାଜତ୍ୱରେ ଏକ ନୂଆ ପ୍ରକାର ମୁଦ୍ରାର ପ୍ରଚଳନ ହେଲା । ଏଥିଲାଗି ଆବଶ୍ୟକ ରୂପା ଜୋଆଖିମସ୍ଥାଲ ନାମକ ସ୍ଥାନରେ ଥିବା ଖଣିରୁ ମିଳୁଥିଲା । ଏହି ନାମାନୁସାରେ ମୁଦ୍ରାକୁ ସାଧାରଣ ପ୍ରଚଳନରେ ଥାଲର ବା ଟାଲର କୁହାଯାଉଥିଲା । ଚେକ୍ ଭାଷାରୁ ଏହି ଶବ୍ଦ କାଳକ୍ରମେ ଅପଭ୍ରଂଶ ହୋ‍ଇ ଡଚ୍ ଭାଷା ଦେଇ ଇଂରାଜୀରେ ପହଞ୍ଚିବା ବେଳେ ଡଲାରରେ ପରିଣତ ହେଲା । [୧]

ଡଲାର ଚିହ୍ନ

୧୭୭୦ ପାଖାପାଖି କିଛି ବ୍ୟାବସାୟିକ ପତ୍ରାଚାରରେ ସଂକ୍ଷେପଣ ରୂପେ ସ୍ପାନିଶ୍-ଆମେରିକାନ ପେସୋ ଲାଗି "ps" ବ୍ୟବହାର କରାଯାଉଥିଲା ।[୨][୩] ଏହି ପେସୋକୁ ବ୍ରିଟିଶ ଶାସିତ ଉତ୍ତର ଆମେରିକାରେ ସ୍ପେନୀୟ ଡଲାର ମଧ୍ୟ କୁହାଯାଉଥିଲା । ପରବର୍ତ୍ତୀ ସମୟରେ 's' ଟିକୁ 'p' ଉପରେ ଲେଖାଗଲା ଯେଉଁଥିରୁ "$" ଚିହ୍ନର ଉତ୍ପତ୍ତି ହେଲା । [୪][୫][୬][୭][୮]

ଡଲାରକୁ ମୁଦ୍ରା ଭାବେ ବ୍ୟବହାର କରୁଥିବା ଦେଶମାନଙ୍କ ତାଲିକା

ଦେଶମୁଦ୍ରାISO 4217 ସଙ୍କେତପ୍ରଚଳନ ତାରିଖପ୍ରଚଳନ ପୂର୍ବ ମୁଦ୍ରା
 ଆଣ୍ଟିଗୁଆ ଓ ବାର୍ବୁଡାପୂର୍ବ କାରିବୀୟ ଡଲାରXCD
 ଅଷ୍ଟ୍ରେଲିଆ ଓ ଏହାର ଶାସିତ ଅଞ୍ଚଳଅଷ୍ଟ୍ରେଲୀୟ ଡଲାରAUD1966-02-14ଅଷ୍ଟ୍ରେଲୀୟ ପାଉଣ୍ଡ 1910-1966
ପାଉଣ୍ଡ ଷ୍ଟର୍ଲିଙ୍ଗ 1825-1910
 ବାହାମାସବାହାମୀୟ ଡଲାରBSDବାହାମୀୟ ପାଉଣ୍ଡ
 ବାରବାଡୋସବାରବାଡ଼ୀୟ ଡଲାରBBD
 ବେଲିଜବେଲିଜ ଡଲାରBZD1973ବ୍ରିଟିଶ-ହଣ୍ଡୁରାନ୍ ଡଲାର
ଛାଞ୍ଚ:Country data ବର୍ମୁଡ଼ାବର୍ମୁଡ଼ା ଡଲାରBMD
 ବୃନେଇବୃନେଇ ଡଲାର

(ସିଙ୍ଗାପୁର ଡଲାର ମଧ୍ୟ ଆଧିକାରିକ ମୁଦ୍ରା)

BND

(SGD)

 କାନାଡ଼ାକାନାଡ଼ୀୟ ଡଲାରCAD1858କାନାଡ଼ୀୟ ପାଉଣ୍ଡ 1841-1858
ସ୍ପେନୀୟ ଡଲାର 1841 ପୂର୍ବରୁ
ନିଉ ଫାଉଣ୍ଡଲ୍ୟାଣ୍ଡ ଡଲାର, 1949 ପୂର୍ବରୁ ନିଉ ଫାଉଣ୍ଡଲ୍ୟାଣ୍ଡରେ
ଛାଞ୍ଚ:Country data କେମ୍ୟାନ ଦ୍ୱୀପପୁଞ୍ଜକେମ୍ୟାନ ଦ୍ୱୀପପୁଞ୍ଜ ଡଲାରKYD
 ଡୋମିନିକାପୂର୍ବ କାରିବୀୟ ଡଲାରXCD
 ପୂର୍ବ ଟିମୋରଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାରUSD
ଛାଞ୍ଚ:Country data ଇକ୍ୱାଡୋରଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାରUSD2001ଇକୁଆଡ଼ର ସୁକ୍ରେ
 ଏଲ ସାଲଭାଡୋରଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାରUSD2001-01-01ସାଲଭାଡ଼ୋରୀୟ କୋଲୋନ
 ଫିଜିଫିଜୀୟ ଡଲାରFJD
 ଗ୍ରେନାଡ଼ାପୂର୍ବ କାରିବୀୟ ଡଲାରXCD
 ଗାୟାନାଗାୟାନୀୟ ଡଲାରGYD
ଛାଞ୍ଚ:Country data ହଂକଂହଂକଂ ଡଲାରHKD1863ଟଙ୍କା, ରିଏଲ୍
 ଜାମାଇକାଜାମାଇକା ଡଲାରJMD1969ଜାମାଇକା ପାଉଣ୍ଡ
 କିରିବାତିକିରିବାତି ଡଲାର ତା ସହ ଅଷ୍ଟ୍ରେଲୀୟ ଡଲାର ମଧ୍ୟ ଅଧିକୃତ
 ଲାଇବେରିଆଲାଇବେରୀୟ ଡଲାରLRD
 ମାର୍ଶାଲ ଦ୍ୱୀପପୁଞ୍ଜଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାରUSD
 ମାଇକ୍ରୋନେସିଆ କେନ୍ଦ୍ରଶାସିତ ପ୍ରଦେଶଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାରUSD
 ନାମିବିଆନାମିବୀୟ ଡଲାର ତା ସହ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ ମଧ୍ୟ ଅଧିକୃତNAD1993ଦକ୍ଷିଣ ଆଫ୍ରିକୀୟ ରାଣ୍ଡ
 ନାଉରୁଅଷ୍ଟ୍ରେଲୀୟ ଡଲାରAUD
 ନିଉଜିଲ୍ୟାଣ୍ଡ ଓ ଏହାର ଶାସିତ ଅଞ୍ଚଳନିଉଜିଲ୍ୟାଣ୍ଡ ଡଲାରNZD1967ନିଉଜିଲ୍ୟାଣ୍ଡ ପାଉଣ୍ଡ
 ପାଲାଉଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାରUSD
ଛାଞ୍ଚ:Country data ସେଣ୍ଟ କିଟ୍ସ ଓ ନେଭିସପୂର୍ବ କାରିବୀୟ ଡଲାରXCD
 ସେଣ୍ଟ ଲୁସିଆପୂର୍ବ କାରିବୀୟ ଡଲାରXCD
ଛାଞ୍ଚ:Country data ସେଣ୍ଟ ଭିନ୍ସେଣ୍ଟ ଓ ଗ୍ରେନାଡ଼ିନପୂର୍ବ କାରିବୀୟ ଡଲାରXCD
 ସିଙ୍ଗାପୁରସିଙ୍ଗାପୁର ଡଲାରSGD
 ସୋଲୋମନ ଦ୍ୱୀପପୁଞ୍ଜସୋଲୋମନ ଦ୍ୱୀପପୁଞ୍ଜ ଡଲାରSBD
 ସୁରିନାମସୁରିନାମୀୟ ଡଲାରSRD2004ସୁରିନାମୀୟ ଗିଲ୍ଡର
ଛାଞ୍ଚ:Country data ତାଇୱାନନୂତନ ତାଇୱାନ ଡଲାରTWD1949
 ତ୍ରିନିଦାଦ ଓ ଟବାଗୋତ୍ରିନିଦାଦ ଓ ଟବାଗୋ ଡଲାରTTD
 ଟୁଭାଲୋଟୁଭାଲୋ ଡଲାର ତା ସହ ଅଷ୍ଟ୍ରେଲୀୟ ଡଲାର
 ଯୁକ୍ତରାଷ୍ଟ୍ର ଆମେରିକା ଓ ଏହାର ଶାସିତ ଅଞ୍ଚଳଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାରUSD1792ସ୍ପେନୀୟ ଡଲାର
 ଜିମ୍ବାୱେଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାରUSDଜିମ୍ବାୱେ ଡଲାର

ଆଧାର