ଡାଇମରକାପ୍ଟୋସକସିନିକ ଏସିଡ

ଡାଇମରକାପ୍ଟୋସକସିନିକ ଏସିଡ (ଇଂରାଜୀ ଭାଷାରେ Dimercaptosuccinic acid ବା DMSA ଅନ୍ୟ ନାମ ସକସିମର/succimer) ଏକ ଔଷଧ ଯାହା ସୀସା, ପାରଦଆର୍ସେନିକ ବିଷକ୍ରିୟା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଏନେକ ନିର୍ଣ୍ଣୟାତ୍ମକ ପରୀକ୍ଷାରେ ଏହା ଟେକନେସିଅମ-୯୯ଏମ (Technetium-99m) ସ‌ହିତ ରେଡିଓଲେବୁଲ କରି ବ୍ୟବ‌ହାର କରାଯାଏ ।[୨] ଏହା ୧୯ ଦିନ ନିମନ୍ତେ ପାଟିରେ ଦିଆଯାଏ । ଆଉ ଥରେ ଦେବାକୁ ଆବଶ୍ୟକ ହେଲେ ଅତି କମ୍‌ରେ ୨ ସପ୍ତାହ ବ୍ୟବଧ୍ୟାନ ଆବଶ୍ୟକ ।[୧]

ଡାଇମରକାପ୍ଟୋସକସିନିକ ଏସିଡ
Clinical data
Pronunciationsuccimer /ˈsʌksɪmər/
Trade namesChemet, others
Synonyms(2R,3S)-2,3-Dimercaptosuccinic acid (no longer recommended)
meso-2,3-Dimercaptosuccinic acid
Succimer
APRD01236
AHFS/Drugs.commonograph
Pregnancy
category
  • US: C (Risk not ruled out)
ATC code
Identifiers
IUPAC name
  • (2R,3S)-2,3-Bis(sulfanyl)butanedioic acid
CAS Number
PubChem CID
ChemSpider
UNII
ChEMBL
ECHA InfoCard100.005.597 Edit this at Wikidata
Chemical and physical data
FormulaC4H6O4S2
Molar mass182.22
3D model (JSmol)
Melting point125 °C (257 °F)
SMILES
  • O=C(O)[C@@H](S)[C@@H](S)C(=O)O
InChI
  • InChI=1S/C4H6O4S2/c5-3(6)1(9)2(10)4(7)8/h1-2,9-10H,(H,5,6)(H,7,8)/t1-,2+
     ☒N
  • Key:ACTRVOBWPAIOHC-XIXRPRMCSA-N

ଏହାର ସାଧାରଣ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ ଓ କମ୍ ନିଉଟ୍ରୋଫିଲ ସ୍ତର (low blood neutrophil levels) ହେବା ଦେଖାଯାଏ । ଯକୃତ ସମସ୍ୟା (Liver problems) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଇପାରେ ।[୧] ଗର୍ଭାବସ୍ଥାରେ ଶିଶୁପ୍ରତି ନିରାପତ୍ତା ପ୍ରସଙ୍ଗ ସ୍ପଷ୍ଟ ହୋଇନାହିଁ । [୩] ଏହା ଚିଲେସନ ଥେରାପି (Chelation therapy) ପରିବାରର ଏହା ସଦସ୍ୟ । ସୀସା ଓ ଅନ୍ୟାନ୍ୟ ଓଜନିଆ ଧାତୁ ସ‌ହିତ ବନ୍ଧନ ସୃଷ୍ଟିକରି ପରିସ୍ରାରେ (urine) ନିଷ୍କାସିତ ହୋଇଯାଏ ।[୧]

ସନ ୧୯୫୦ରୁ ଚିକିତ୍ସା କ୍ଷେତ୍ରରେ ଡାଇମରକାପ୍ଟୋସକସିନିକ ଏସିଡ ବ୍ୟବ‌ହାର ହୋଇଆସୁଛି ।[୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ ନାମରେ (generic medication) ସନ ୨୦୧୫ ସୁଦ୍ଧା ବିକ୍ରୟ ହୋଇନାହିଁ ।[୭] ଗୋଟିଏ କୋର୍ଷ ଚିକିତ୍ସାରେ ପ୍ରାୟ ୨୦୦ ଡଲାର (ଏକ ୧୦୦ମିଗ୍ରା ବଟିକାର ଦାମ୍ ୬.୬୩ ଡଲାର) ଖର୍ଚ୍ଚ ହୁଏ ।[୭][୮] ଭାରତରେ ଏକ ୧୦୦ମିଗ୍ରା ବଟିକାର ମୂଲ୍ୟ ପ୍ରାୟ ୧.୨୪ ଡଲାର । [୯]

ଆଧାର