ଡିଡାନୋସିନ

ଡିଡାନୋସିନ (ଇଂରାଜୀ ଭାଷାରେ Didanosine/ ddI ), ଭିଡେକ୍ସ ଏକ ବିକ୍ରୟ ନାମ, ହେଉଛି ଏଚ୍.ଆଇ.ଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏହାକୁ ଅନ୍ୟ ଏଚ.ଆଇ.ଭି ଔଷଧ ସହିତ ଦିଆଯାଏ। ।[୨] ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ ।[୩] ଏହା ପାଟିରେ ଦିଆଯାଏ ।[୨]

ଡିଡାନୋସିନ
Clinical data
Pronunciationdye dan' oh seen[୧]
Trade namesVidex
Synonyms2′,3′-dideoxyinosine
AHFS/Drugs.commonograph
MedlinePlusa691006
Pregnancy
category
  • AU: B2
Routes of
administration
By mouth
Legal status
Legal status
  • UK: POM (Prescription only)
  • US: ℞-only
Pharmacokinetic data
Bioavailability30 to 54%
Protein bindingLess than 5%
Elimination half-life1.5 hours
ExcretionKidney
Identifiers
IUPAC name
  • 9-((2R,5S)-5-(hydroxymethyl)tetrahydrofuran-2-yl)-3H-purin-6(9H)-one
ECHA InfoCard100.129.182 Edit this at Wikidata
Chemical and physical data
FormulaC10H12N4O3
Molar mass୨୩୬.୨୩ g·mol−1
3D model (JSmol)
SMILES
  • O=C3/N=C\Nc1c3ncn1[C@@H]2O[C@@H](CC2)CO
InChI
  • InChI=1S/C10H12N4O3/c15-3-6-1-2-7(17-6)14-5-13-8-9(14)11-4-12-10(8)16/h4-7,15H,1-3H2,(H,11,12,16)/t6-,7+/m0/s1 checkY
  • Key:BXZVVICBKDXVGW-NKWVEPMBSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେରିଫେରାଲ୍ ନ୍ୟୁରୋପାଥି, ଅଇ, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ଯକୃତ ସମସ୍ୟା, ଲାକ୍ଟିକ୍ ଏସିଡୋସିସ୍ ଏବଂ ଅପ୍ଟିକ୍ ନ୍ୟୁରାଇଟିସ୍ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସାଧାରଣତଃ ଏହା ଅପେକ୍ଷା ଅନ୍ୟ ଔଷଧକୁ ଅଧିକ ପସନ୍ଦ କରାଯାଏ ।[୩] ଏହା ଏକ ନ୍ୟୁକ୍ଲିଓସାଇଡ ରିଭର୍ସ-ଟ୍ରାନ୍ସକ୍ରିପଟେଜ ଇନହିବିଟର (NRTI) ।[୨]

ଡିଡାନୋସିନ ପ୍ରଥମେ ୧୯୭୫ ମସିହାରେ ବର୍ଣ୍ଣନା କରାଯାଇଥିଲା ଏବଂ ୧୯୯୧ରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୪୦୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ପ୍ରାୟ ୨୭୦ ଡଲାର୍ ଥିଲା ।[୫] ପୂର୍ବରୁ ସାଧାରଣ ଭାବରେ ବ୍ୟବହୃତ ହେଉଥିବାବେଳେ, ଏହା ଅପେକ୍ଷା ଭଲ ସହନଶୀଳ ଔଷଧ ମିଳିବା ହେତୁ ଏହା କ୍ୱଚିତ୍ ବ୍ୟବହୃତ ହେଉଛି ।[୬]

ଆଧାର