ଡେସିକେଟେଡ ଥାଇରଏଡ ଏକ୍ସଟ୍ରାକ୍ଟ

ଥାଇରଏଡ ଗ୍ରନ୍ଥିକୁ ଶୁଖେଇ ଗୁଣ୍ଡ କରାଯାଇଥିବା ଔଷଧ ।

ଡେସିକେଟେଡ ଥାଇରଏଡ ଏକ୍ସଟ୍ରାକ୍ଟ, ଅନ୍ୟ ନାମ ଥାଇରଏଡ୍ ଏକ୍ସଟ୍ରାକ୍ଟ, କୁହାଯାଏ ଯେତେବେଳେ ଥାଇରଏଡ୍ ଗ୍ରନ୍ଥିକୁ ଶୁଖାଯିବା ପରେ ପାଉଡର କରି ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଇଥାଏ ।[୧] ଏହା ହାଇପୋଥାଇରଏଡିଜିମ୍ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଲିଭୋଥାଇରକ୍ସିନ ଅପେକ୍ଷା ଏହା କମ୍ ପସନ୍ଦ କରାଯାଏ । [୨] ଏହା ପାଟିରେ ଦିଆଯାଏ । [୨] ସର୍ବାଧିକ ପ୍ରଭାବ ଘଟିବାକୁ ୩ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ।[୨]

Desiccated thyroid extract
Combination of
ThyroxineThyroid hormone
TriiodothyronineThyroid hormone
Clinical data
Trade namesArmour Thyroid, NP Thyroid, Nature-Throid
SynonymsNatural thyroid, natural thyroid hormones, pork thyroid, thyroid USP, thyroid BP
AHFS/Drugs.commonograph
data
Routes of
administration
By mouth
Legal status
Legal status
  • US: ℞-only

ଅତ୍ୟଧିକ ମାତ୍ରା ବ୍ୟବ‌ହାର କଲେ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । [୧] ଏଥିରେ ଓଜନ ହ୍ରାସ, ଜ୍ୱର, ମୁଣ୍ଡବିନ୍ଧା, ଚିନ୍ତା, ଶୋଇବାରେ ଅସୁବିଧା, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ହୃଦ୍‌ପାତ ହୋଇପାରେ । [୨] ଆଲର୍ଜି ପ୍ରତିକ୍ରିୟା ମଧ୍ୟ ହୋଇପାରେ । [୨] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ କରାଇବା ସମୟରେ ଏହାର ବ୍ୟବହାର ସାଧାରଣତଃ ନିରାପଦ ଅଟେ । [୩] ଉପଯୁକ୍ତ ମାତ୍ରା ସ୍ଥିର କରିବାକୁ ନିୟମିତ ରକ୍ତ ପରୀକ୍ଷା ନିମନ୍ତେ ପରାମର୍ଶ ଦିଆଯାଏ ।[୨] ଥାଇରଏଡ ଏକ୍ସଟ୍ରାକ୍ଟରେ ଥାଇରକ୍ସିନ (T4) ଏବଂ ଟ୍ରାଇଆୟୋଡୋ ଥାଇରୋନିନର (T3)ର ମିଶ୍ରଣ ଥାଏ ।[୨]

୧୮୦୦ ଶତାବ୍ଦୀର ଶେଷ ଆଡ଼କୁ ଡେସିକେଟେଡ୍ ଥାଇରଏଡ୍ ବ୍ୟବ‌ହାର ଆରମ୍ଭ ହୋଇଛି । [୪] ଏହା ସାଧାରଣତ ଘୁଷୁରି, ମେଣ୍ଢା କିମ୍ବା ଗାଈରୁ ତିଆରି ହୋଇଥାଏ । [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୧] ଯୁକ୍ତରାଷ୍ଟ୍ରରେ ଏକ ମାସର ଔଷଧ ପାଇଁ ହୋଲସେଲ ମୂଲ୍ୟ ପ୍ରାୟ ୧୫.୩୦ ଆମେରିକୀୟ ଡଲାର ଅଟେ । [୬] ୨୦୧୭ରେ ଯୁକ୍ତରାଷ୍ଟ୍ରରେ ଏହା ୧୩୦ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ପାଞ୍ଚ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୭] [୮] ୧୯୬୦ ଦଶକରୁ ଏହାର ବ୍ୟବହାର ହ୍ରାସ ପାଇଛି ।[୯]

ଆଧାର