ତୀବ୍ର ନେକ୍ରୋଟାଇଜିଂ ଅଲସରେଟିଭ ଜିଞ୍ଜିଭାଇଟିସ

ଏହା ମାଢ଼ିର ଏକ ପ୍ରକାର ସଂକ୍ରମଣ ।

ତୀବ୍ର ନେକ୍ରୋଟାଇଜିଂ ଅଲସରେଟିଭ ଜିଞ୍ଜିଭାଇଟିସ ( ANUG ), ଯାହାକୁ ଟ୍ରେଞ୍ଚ ପାଟି ଭାବରେ ମଧ୍ୟ କୁହାଯାଏ, ଏହା ମାଢ଼ିର ଏକ ପ୍ରକାର ସଂକ୍ରମଣ । [୧] ଏଥିରେ ଯନ୍ତ୍ରଣା, ରକ୍ତସ୍ରାବ ଏବଂ ଦାନ୍ତ ମଧ୍ୟବର୍ତ୍ତୀ ସ୍ଥାନରେ ଘାଆ ହୋଇଯାଏ । [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଖରାପ ନିଶ୍ୱାସ, ବଡ଼ ଲସିକା ଗ୍ରନ୍ଥି ଏବଂ ଥକାପଣ ଅନ୍ତର୍ଭୁକ୍ତ ହୋଇପାରେ । [୧] ଆରମ୍ଭ ସାଧାରଣତ ହଠାତ୍ ହୋଇଥାଏ ।[୧] ଜଟିଳତା ମଧ୍ୟରେ ନେକ୍ରୋଟାଇଜିଂ ଅଲସରେଟିଭ୍ ପେରିଓଡୋଣ୍ଟାଇଟିସ୍ (NUP) କିମ୍ବା କ୍ୟାନକ୍ରମ୍ ଓରିସ୍ ହୋଇପାରେ । [୧]

Trench mouth
A fairly mild presentation of acute necrotizing ulcerative gingivitis at the typical site on the gums of the anterior mandibular teeth.
ବିଭାଗDentistry
ଲକ୍ଷଣGum pain, bleeding gums, ulceration of the gums between the teeth[୧]
ଆକ୍ରାନ୍ତ ସମୟSudden[୧]
ବିପଦ କାରକSmoking, poor oral hygiene, malnourished, psychological stress, weak immune system[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୧]
ସଠିକ ରୋଗ ନିର୍ଣ୍ଣୟGingivitis, herpetic gingivostomatitis, infectious mononucleosis, multiforme erythema, pemphigus vulgaris[୧]
ଚିକିତ୍ସାRemoval of dead tissue, chlorhexidine mouth rinses, antibiotics[୧]
ପୁନଃପୌନିକRare[୧]

ବିପଦ କାରକଗୁଡିକ ହେଉଛି ଧୂମପାନ, ଅସ୍ୱାସ୍ଥ୍ୟକର ପାଟି, ପୁଷ୍ଟିହୀନତା, ମାନସିକ ଚାପ ଏବଂ ଏଚ୍.ଆଇ.ଭି /ଏଡସ୍ ଭଳି ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ । [୧] ଏହା ଫ୍ୱୁଜିଫର୍ମ ଓ ସ୍ପିରୋଚିଟ୍ ପ୍ରକାରର ଗ୍ରାମ-ନେଗେଟିଭ ବ୍ୟାକ୍ଟେରିଆ କାରଣରୁ ହେବା ଦେଖାଯାଏ । [୧] ଏହା ଛୁଆଁ ରୋଗ ନୁହେଁ। [୧] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ।| [୧] ଏହାକୁ ଏକ ନେକ୍ରୋଟାଇଜିଂ ମାଢ଼ି ରୋଗ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। [୧]

ମୃତ ମାଢ଼ି ତନ୍ତୁ ନିଷ୍କାସନ, କ୍ଲୋରହେକ୍ସିଡାଇନ୍ ଗ୍ଲୁକୋନେଟ ଦେଇ ପାଟି ଧୋଇବା ଏବଂ ଆଣ୍ଟିବାୟୋଟିକ‌ଦ୍ୱାରା ଚିକିତ୍ସା କରାଯାଏ । [୧] ପ୍ରାୟ ପାଟିରେ ମେଟ୍ରୋନିଡାଜୋଲ ବ୍ୟବହୃତ ହୁଏ । [୧] ପୁନରାବୃତ୍ତି ରୋକିବା ପାଇଁ ପାଚନ ସ୍ୱଚ୍ଛତାକୁ ଉନ୍ନତ କରିବା ଗୁରୁତ୍ୱପୂର୍ଣ୍ଣ ହୁଏ । [୧] ଚିକିତ୍ସା ସହିତ ଏହା ସାଧାରଣତଃ କିଛି ଦିନ ପରେ ଏହାର ଉନ୍ନତି ହୁଏ । [୧]

ତୀବ୍ର ନେକ୍ରୋଟାଇଜିଂ ଅଲସରେଟିଭ ଜିଞ୍ଜିଭାଇଟିସ ଏକ ବିରଳ ରୋଗ ଅଟେ । [୧] ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରୁ ଏହି ଅବସ୍ଥା ଜଣାଶୁଣା। [୧] [୨] ଆଧୁନିକ ଚିକିତ୍ସା ବର୍ଣ୍ଣନା ଜନ୍ ହଣ୍ଟରଙ୍କ ଦ୍ୱରା ୧୭୭୮ ମସିହାରୁ ଆରମ୍ଭ ହୋଇଥିଲା । [୨] ଖରାପ ପରିସ୍ଥିତି ଏବଂ ଅତ୍ୟଧିକ ଚାପ ଯୋଗୁଁ ଅନେକ ସୈନିକଙ୍କର ଏହି ରୋଗ ହୋଇଥିଲା ।[୨]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ