ଦଶହରା
ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭଳି ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ "ନବରାତ୍ରି" ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।[୧]
ଦଶହରା | |
---|---|
ଅନ୍ୟ ନାମ | ଦକ୍ଷିଣ ଭାରତରେ ଆୟୁଧ ପୂଜା/ଅସ୍ତ୍ର ପୂଜା ସରସ୍ୱତୀ ପୂଜା ଭାବରେ ମଧ୍ୟ ଜଣା |
ପାଳନକାରୀ | ହିନ୍ଦୁ |
ପର୍ବ ପାଳନ | ହଳଲଙ୍ଗଳ ଲୁହା, କରଣୀ, ଖଣ୍ଡା |
ଆରମ୍ଭ | ଦୁର୍ଗା ପୂଜାର ଦଶମ ଦିନ |
ତାରିଖ | Ashvin Shukla Dashamiଛାଞ୍ଚ:Infobox holiday/wd |
୨୦୨୪ ତାରିଖ | |
ପୁନଃପୌନିକତା | ବାର୍ଷିକ |
ସମ୍ପର୍କିତ | ଦୁର୍ଗା ପୂଜା କିମ୍ବା ନବରାତ୍ରି |
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ