ଲଙ୍ଗଳ
ଲଙ୍ଗଳ (ସଂସ୍କୃତ: ଲାଙ୍ଗଳ) ହଳ କରିବା ବା ଭୂମି ଚଷିବା ପାଇଁ ବ୍ୟବହୃତ ଏକ ଲୌହମୁଖ ଯନ୍ତ୍ର । ଏହା ଖ୍ରୀ.ପୂ. ୫୫୦୦ରେ ମେସୋପଟାମିଆରେ ଉଦ୍ଭାବନ ହୋଇଥିଲା।[୧] ମଣିଷର ସ୍ଥାୟୀ ସଭ୍ୟତା ପାଇଁ ଲଙ୍ଗଳର ଭୂମିକା ଅତି ଗୁରୁତ୍ୱପୂର୍ଣ ସାବ୍ୟସ୍ତ ହୋଇଥିଲା, କାରଣ ସ୍ଥାୟୀ ଭାବରେ ବସବାସ କରିବା ପାଇଁ ପ୍ରଥମ ଆବଶ୍ୟକତା ଥିଲା କୃଷି। କୃଷି ପାଇଁ ଲଙ୍ଗଳର ଆବଶ୍ୟକତାକୁ ତ ଏଡ଼ାଇ ଦିଆ ଯାଇ ନପାରେ। ଜମିକୁ ଭଲ ଭାବରେ କର୍ଷଣ କଲେ ହିଁ ତାହା ଅଙ୍କୁରୋଦ୍ଗମ ପାଇଁ ସୁଗମ ହୋଇଥାଏ।ସେବେକାର ଲଙ୍ଗଳ ଓ ଏବେର ଲଙ୍ଗଳ ମଧ୍ୟରେ ଆକାଶ ପାତାଳର ପାର୍ଥକ୍ୟ ଅନୁମାନ କରାଯାଇପାରେ । ପ୍ରାଥମିକ ସମୟର ଲଙ୍ଗଳ ମୁଖ୍ୟତଃ ପଶୁମାନଙ୍କଦ୍ୱାରା ପରିଚାଳିତ ହେଉଥିବା ସ୍ଥଳେ ଏବେ ଏହା ଯନ୍ତ୍ରଦ୍ୱାରା ଚାଳିତ ହେଉଅଛି ।
ଗଠନ
ଏହି ଚାଷଯନ୍ତ୍ରଟି ତିନି ଅଂଶରେ ବିଭକ୍ତ
ଯଥା:
- ଲଙ୍ଗଳ = ଦୁଇ ଅଙ୍ଗଯୁକ୍ତ କାଷ୍ଠ
- ଈଷ = ଲାଙ୍ଗଳଦଣ୍ଡ
- ଜୁଆଳି, ବା ଯୁଗ ଏ ସମସ୍ତଙ୍କୁ ଏକତ୍ରରେ 'ହଳ' ବା ଲଙ୍ଗଳ ସଜ ବୋଲାଯାଏ ପ୍ରଥମୋକ୍ତ ଲଙ୍ଗଳ ମଧ୍ୟ ଦୁଇ ଭାଗରେ ବିଭକ୍ତ :
- (କ) ବକ୍ରମୁଖାକୃତି ଉପର ଖଣ୍ଡି କଣ୍ଟି
- (ଖ) ତଳଖଣ୍ଡ ମୁଣ୍ଡା; ଏହି ମୁଣ୍ଡାରେ ଲଙ୍ଗଳଲୁହା ପଶେ ଲୋକେ ଏହି ସମସ୍ତ ଅଙ୍ଗବିଶିଷ୍ଟ ଯନ୍ତ୍ରକୁ ଲଙ୍ଗଳ ସଜ ବା ଲଙ୍ଗଳ କହିଥାଆନ୍ତି ।
ଲଙ୍ଗଳର ଭିନ୍ନ ଭିନ୍ନ ଅଂଶର ନାମ ଯଥା—ଯୁଆଳି, ମୁଣ୍ଡା, କୀଳା, ଶଇଳ, ଇଷ, ମୁଠା ଫାଳ, ଆନ୍ଧି, ଯୋତ, ଖାଡ଼ିଯୋତ, ଆନ୍ଧିକଣ୍ଟିକୀଳା, ପିଚି କୀଳ, ଜୋଳି, ଲୁହା ।[୨]
ଆହୁରି ଦେଖନ୍ତୁ
ଆଧାର
ବାହାର ଲିଙ୍କ
ଲଙ୍ଗଳ ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ