ଦେବୀପ୍ରସନ୍ନ ପଟ୍ଟନାୟକ

ଓଡ଼ିଆ ଭାଷାବିଦ୍, ସାମାଜିକ ବିଜ୍ଞାନୀ ଓ ଲେଖକ

ଦେବୀପ୍ରସନ୍ନ ପଟ୍ଟନାୟକ, ଜଣେ ଓଡ଼ିଆ ଭାଷାବିଦ, ସାମାଜିକ ବିଜ୍ଞାନୀ ଓ ଲେଖକ । [୧] ସେ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ (CIIL), ମହୀଶୂରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅଟନ୍ତି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରାପ୍ତ କରାଇବାରେ ତାଙ୍କର ପ୍ରମୁଖ ଭୂମିକା[୨][୩] ରହିଛି । [୪]

ଦେବୀପ୍ରସନ୍ନ ପଟ୍ଟନାୟକ
ଜନ୍ମ (1931-03-14) ୧୪ ମାର୍ଚ୍ଚ ୧୯୩୧ (ବୟସ ୯୩)
ତିଗିରିଆ, କଟକ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଭାଷା ବିଜ୍ଞାନ), ପି.ଏଚ.ଡି(ଭାଷା ବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଭାଷାବିତ
ଚାକିରିକ୍ଷେତ୍ର(ସମୂହ)ମାନବ ସମ୍ବଳ ବିଭାଗ, ଭାରତ ସରକାର
(s)ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ (CIIL), ମହୀଶୂର
ପିତାମାତା(s)ମଧୁସୂଦନ ପଟ୍ଟନାୟକ, ମୀନାମାଳି ଦେବୀ
ସମ୍ପର୍କୀୟଅକ୍ଷୟ ମହାନ୍ତି (ଶ୍ୟାଳକ)
ପୁରସ୍କାରପଦ୍ମଶ୍ରୀ

ଦେବୀପ୍ରସନ୍ନ ପଟ୍ଟନାୟକ, ୧୯୩୪ମସିହା ମାର୍ଚ୍ଚ ୧୪ ତାରିଖରେ କଟକ ଜିଲ୍ଲାର ତିଗିରିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି କିଛିକାଳ ବିଶ୍ୱ ଭାରତୀରେ ଓଡ଼ିଆ ବିଭାଗରେ ଅଧ୍ୟାପନା କରିଛନ୍ତି ଏବଂ ଡେକାନ କଲେଜ, ପୁନାରୁ ଭାଷାବିଜ୍ଞାନରେ ସ୍ନାତକୋତ୍ତର ଡିପ୍ଲୋମାରେ(ଯାହା ପରବର୍ତ୍ତୀ ସମୟରେ ସ୍ନାତକୋତ୍ତର କୋର୍ସ ସହିତ ସମାନ ହେଲା) ଉତ୍ତୀର୍ଣ ହୋଇଛନ୍ତି । ୧୯୬୧ ମସିହାରେ ଆମେରିକାରୁ ଭାଷାବିଜ୍ଞାନ ବିଷୟରେ ଡକ୍ଟରେଟ ହାସଲ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିସାରିବା ପରେ, ସେ ଓଡ଼ିଆ ସାହିତ୍ୟ ଉପରେ ଗବେଷଣା ଆରମ୍ଭ କରିଥିଲେ । ଆମେରିକାରୁ ଗବେଷଣା ସାରି ଫେରିବା ପରେ, ପୁନଃଶ୍ଚ ସେହି କାମରେ ନିଜକୁ ନିୟୋଜିତ କରିଥିଲେ । ୧୯୬୯ ମସିହାରେ ମହିଶୂରରେ ପ୍ରତିଷ୍ଠିତ ହୋଇଥିବା କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ(ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ)ର,ସେ ହେଉଛନ୍ତି ପ୍ରତିଷ୍ଠାତା ନିର୍ଦ୍ଦେଶକ । ୧୯୬୯ରୁ ୧୯୮୯ ମସିହା ପର୍ଯ୍ୟନ୍ତ, ସେ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଅବସର ସମୟ ବେଳକୁ ତାଙ୍କୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଚିବ ପଦବୀ ତୂଲ୍ୟ ଅଥିକାରୀଭାବେ ଗଣାଯାଉଥିଲା ।

ନୂଆ ଦିଲ୍ଲୀଠାରେ ୨୦୧୫ "ଇଣ୍ଟରନ୍ୟାସନାଲ କନକ୍ଲେଭ ଫର ଓଡ଼ିଆ ଲାଙ୍ଗୁଏଜ"ରେ ପଟ୍ଟନାୟକଙ୍କ ଅଭିଭାଷଣ

ରଚିତ ପୁସ୍ତକ

ଦେବୀପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଉଇକିପିଡ଼ିଆର ଦଶମ ଜନ୍ମବାର୍ଷିକୀ ପାଳନ ଅବସରରେ
  • କବି ଲିପି[୫]
  • ସାହିତ୍ୟ ବୀକ୍ଷା
  • ଓଡ଼ିଆ ଭାଷା ଓ ଭାଷାବିଜ୍ଞାନ
  • ଅନେକ ଜୀବନ (ଆତ୍ମଜୀବନୀ)
  • ଇଣ୍ଟ୍ରୋଡକ୍ସନ ଅଫ ଆପଲାଏଡ ଲିଙ୍ଗୁଇଷ୍ଟିକ(Introduction of Applied Linguistic)
  • ଲିଙ୍ଗୁଇଷ୍ଟିକ ଏଣ୍ଡ କଲଚରାଲ ଡାଇଭରସିଟି(Linguistic and Cultural Diversity)(ଦୁଇ ଭାଗ)[୬]
  • Multilingualism in India[୧]
  • Intensive Hindi course: drills[୭]
  • Language and Social Issues: Princess Leelavathi Memorial Lectures[୮]
  • Papers in Indian Sociolinguistics[୯]
  • An Introduction to Tamil Script, Reading & Writing[୧୦]
  • Multilingualism and mother-tongue education[୧୧]
  • Language Policy and Programmes[୧୨]
  • Advanced Tamil Reader, Part 1[୧୩]
  • An Outline of Kumauni Grammar[୧୪]
  • Language and Cultural Diversity: The Writings of Debi Prasanna Pattanayak, Volume 2[୧୫]
  • Language, Education, and Culture[୧୬]
  • A Controlled Historical Reconstruction of Oriya, Assamese, Bengali, and Hindi[୧୭]
  • Conversational Oriya[୧୮]
  • Orissa, Oriya and the Multilingual Context[୧୯]
  • Multilingualism and Multiculturalism: Britain and India[୨୦]
  • An Introduction Ti Tamil Script, Reading & Writing[୨୧]
  • An Introduction to Tamil Script, Reading & Writting[୨୨]
  • Rabīndra smaraṇīkā[୨୩]

ପୁରସ୍କାର ଓ ସମ୍ମାନ

ଆଧାର

ଅଧିକ ତଥ୍ୟ