ନାକ ପଲିପ୍

ନାକ ପଲିପ୍ (ନାଜାଲ ପଲିପ୍, ନାସା ପଲିପ ବା ଇଂରାଜୀ ଭାଷାରେ Nasal polyp/ NP) ରୋଗ ନାକ ଓ ପାରାନାଜାଲ ସାଇନସ୍‌ରେ ଉଠୁଥିବା କେତେକ ଅଣ-କର୍କଟ ଆବୁମାନଙ୍କୁ କୁହାଯାଏ ।[୧] ନାକ ବାଟେ ନିଶ୍ୱାସ ପ୍ରଶ୍ୱାସରେ ବାଧା, ଆଘ୍ରାଣହାନୀ, ସ୍ୱାଦହାନୀ, ନାକରୁ ପାଣି ବୋହିବା ଓ ନାକ ପଛରୁ ତରଳ ପଦାର୍ଥ ବୋହିବା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଏହି ଆବୁଗୁଡ଼ିକ ଥଳି ଭଳି ଦେଖିବାକୁ, ହଲେଇ ହୁଏ ଓ ଦରଜ ନ ଥାଏ । ଦୁଇଟି ଯାକ ନାକରେ ସାଧାରଣତଃ ଏହି ରୋଗ ଦେଖାଯାଏ । ମୁହଁରେ କଷ୍ଟ ହୋଇପାରେ ।[୧] ରୋଗ ଜଟିଳ ହୋଇ ସାଇନୁସାଇଟିସ ହୋଇପାରେ ।[୨]

ନାକ ପଲିପ୍
ନାକ ପଲିପ୍
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOtorhinolaryngology
ଆଇସିଡ଼ି-୧୦J33.
ଆଇସିଡ଼ି-୯-ସିଏମ୍471
ମେଡ଼ିସିନ-ପ୍ଲସ001641
ଇ-ମେଡ଼ିସିନent/334 ent/335
MeSHC09.603.557

ଏହି ରୋଗର ନିର୍ଦ୍ଦିଷ୍ଟ କାରଣ ଜଣାନାହିଁ । ଆଲର୍ଜି, ସିସ୍ଟିକ ଫାଇବ୍ରୋସିସ, ଆସ୍ପିରିନ ସମ୍ବେଦନଶୀଳତା ଓ କେତେକ ସଂକ୍ରମଣ ଥିଲେ ଏହି ରୋଗ ଅଧିକ ହୁଏ । ମ୍ୟୁକସ୍ ଝିଲ୍ଲିର ବୃଦ୍ଧି ହୁଏ । ନାକ ପରିଦର୍ଶନ କରି ଓ ସିଟି ସ୍କାନ କରି ରୋଗ ନିର୍ଣ୍ଣୟ କରାଯାଏ ଓ ଚିକିତ୍ସା ପ୍ଲାନ କରାଯାଏ ।[୧]

ସ୍ଟିରଏଡ ଔଷଧ ନାକ ସ୍ପ୍ରେ ଆକାରରେ ଦେଇ ଏହାର ଚିକିତ୍ସା କରାଯାଏ । ଏହି ଚିକିତ୍ସା ଫଳପ୍ରଦ ନ ହେଲେ ଅପରେଶନ କରାଯାଏ । ଅପରେଶନ ପରେ ମଧ୍ୟ ରୋଗ ଆଉଥରେ ହୋଇପାରେ । ଆଣ୍ଟିହିସ୍ଟାମିନ (Antihistamines) ଦେଲେ ଲକ୍ଷଣର ଉପଶମ ହୁଏ କିନ୍ତୁ ଅନ୍ତର୍ନିହିତ ରୋଗର କୌଣସି ପରିବର୍ତ୍ତନ ହୁଏନାହିଁ । ରୋଗ ଜଟିଳ ନ ହେଲେ ଆଣ୍ଟିବାୟୋଟିକ Antibiotics ଦେବା ଆବଶ୍ୟକ ହୁଏନାହିଁ । ଅଧୁନା ୪% ଲୋକ ଏହି ରୋଗରେ ପୀଡ଼ିତ ଅଛନ୍ତି ଓ ୪୦% ଲୋକ ଜୀବନର କୌଣସି ସମୟରେ ରୋଗ‌ଗ୍ରସ୍ତ ହୋଇପାରନ୍ତି । ବୟସ ୨୦ ପରେ ଏହି ରୋଗ ଆରମ୍ଭ ହୁଏ, ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର ରୋଗ ଅଧିକ ହୁଏ ।[୧]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ