ନିଜାମ

ଗୀତିକାର
(ନିଜାମ୍ରୁ ଲେଉଟି ଆସିଛି)

ନିଜାମ(୦୨ ଅକ୍ଟୋବର ୧୯୫୧- ୨୧ ସେପ୍ଟେମ୍ବର ୨୦୧୫) ଜଣେ ଓଡ଼ିଆ ଗୀତିକାର ଥିଲେ ।[୩] ସେ ପ୍ରାୟ ୧୬୦ଟି କଥାଚିତ୍ରରେ ୫ଶହ ଗୀତ ରଚନା କରିଥିଲେ । ୫୦ଟିରୁ ଅଧିକ କଥାଚିତ୍ର ଓ ଧାରାବାହିକରେ ସଂଳାପ ଓ ୭୦ରୁ ଅଧିକ ଯାତ୍ରା ନାଟକ ରଚନା କରିଥିଲେ ।[୪]

ନିଜାମ
ଜନ୍ମ
ଶେଖ୍ ନିଜାମ ଉଲ୍ ହକ୍[୧]

(1951-10-02)୨ ଅକ୍ଟୋବର ୧୯୫୧
ସୂତାହାଟ, କଟକ
ମୃତ୍ୟୁ୨୧ ସେପ୍ଟେମ୍ବର ୨୦୧୫(2015-09-21) (ବୟସ ୬୩)[୨]
ମୃତ୍ୟୁର କାରଣବୃକକ ସମସ୍ୟା
ଦରଘା ବଜାର, କଟକ
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନମିସନ ସ୍କୁଲ, ଖ୍ରୀଷ୍ଟ ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗୀତିକାର
ବୈବାହିକ-ସାଥୀଗୁଲସାର୍ ହାରା
ସନ୍ତାନଆସାଦ୍, ଗଜାଲା
ପିତାମାତା(s)ଆସାଦ୍ ନାଜିମ୍ (ବାପା)
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ପ୍ରାରମ୍ଭିକ ଜୀବନ

ନିଜାମ କଟକର ସୁତାହାଟଠାରେ ୧୯୫୩ ମସିହାରେ ପିତା ଆସାଦ୍ ନାଜିମ୍‌ଙ୍କ ସନ୍ତାନ ଭାବେ ଜନ୍ମ ନେଇଥିଲେ । ଜଣେ ଫୁଟବଲ ଖେଳାଳି ଭାବେ ସେ ଓଡ଼ିଶାକୁ ୧୦ବର୍ଷ ଧରି ପ୍ରତିନିଧିତ୍ୱ କରିଥିଲେ ।[୫] ଫୁଟବଲ ଖେଳର ଶିକ୍ଷା, ସେ ନିଜ ପିତାଙ୍କଠାରୁ ଲାଭ କରିଥିଲେ । ଏହି ଖେଳରେ ପାରଦର୍ଶିତା ଯୋଗୁଁ, ତାଙ୍କୁ ପୋଷ୍ଟାଲ ଆକାଉଣ୍ଟସରେ ଚାକିରି ମିଳିଥିଲା ।[୬]

ଗୀତିକାର ଜୀବନ

୧୯୭୭ ମସିହାରେ ଅନୁତାପ କଥାଚିତ୍ରରୁ ନିଜାମ, ଓଡ଼ିଆ ସିନେମା ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ ।[୭]ଏହି ଚଳଚ୍ଚିତ୍ରର ଗୀତ 'ନିଦ ଭରା ରାତି ମଧୁଝରା ଜହ୍ନ' ଖୁବ ଲୋକପ୍ରିୟ ହୋଇଥିଲା ।[୮] ଏହା ପରେ ପରେ ସମର ସଲିମ ସାଇମନ, ମାନିନୀ, ଫୁଲ ଚନ୍ଦନ ପ୍ରଭୃତି ଚଳଚ୍ଚିତ୍ରରେ ଗୀତ ଲେଖି ସେ ସଫଳତା ପାଇଥିଲେ । ରଜନୀଗନ୍ଧା(୧୯୮୯) [୯],ଜୀବନ ସାଥୀ(୧୯୯୭)[୧୦]ଲକ୍ଷ୍ମୀ ପ୍ରତିମା ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଗୀତିକାର ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୧୯୬୮-୬୯ ମସିହାରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ "ଯୁବବାଣୀ" କାର୍ଯ୍ୟକ୍ରମରେ ତାଙ୍କର ପ୍ରଥମ ଗୀତ "ସହରର ବତି ଗଲାଣି ଲିଭି" ପ୍ରସାରିତ ହୋଇଥିଲା ।

ଦେହାନ୍ତ

କିଛି ଦିନ ବୃକକଜନିତ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରର ଆପୋଲୋ ହସପିଟାଲଠାରେ ଚିକିତ୍ସିତ ହେଉଥିବା ବେଳେ ୨୦୧୫ ମସିହା ସେପ୍ଟେମ୍ବର ୨୧ରେ ତାଙ୍କର ଦେହାନ୍ତ ହୋଇଥିଲା ।[୧୧] କଟକର ଦରଘା ବଜାରଠାରେ ତାଙ୍କ ମରଶରୀରକୁ କବର ଦିଆଯାଇଥିଲା ।[୧୨]

ଗୀତ ଲେଖିଥିବା ଓଡ଼ିଆ କଥାଚିତ୍ର ତାଲିକା

କଥାଚିତ୍ରମୁକ୍ତିଲାଭ ବର୍ଷସଙ୍ଗୀତ ନିର୍ଦ୍ଦେଶକ
ବାଳୁଙ୍ଗା ଟୋକା୨୦୧୧
ଚୋରି ଚୋରି ମନ ଚୋରି୨୦୧୧
ହିରୋ୨୦୧୧
ମନ ମୋର ପ୍ରଜାପତି୨୦୧୧
ତୁ ଥା ମୁଁ ଯାଉଛି ରୁଷି୨୦୧୦
ଓମ ନମଃ ଶିବାୟ୨୦୧୦
ଏଇ ମିଳନ ଯୁଗଯୁଗର୨୦୧୦
ମୁଁ କଣ ଏତେ ଖରାପ୨୦୧୦
ଶୁଭ ବିବାହ୨୦୧୦
ଡନ୍୨୦୧୦
ତୁମେ ହିଁ ସାଥି ମୋର୨୦୦୯
କେଉଁ ଦୁନିଆରୁ ଆସିଲ ବନ୍ଧୁ୨୦୦୯
ଡ୍ରିମ୍ ଗାର୍ଲ୨୦୦୯
ଆରେ ସାଥି ଆ୨୦୦୯
ମତେ ତ ଲଭ ହେଲାରେ୨୦୦୮
ଅନୁତାପ୧୯୭୭

ସମ୍ମାନ ଓ ପୁରସ୍କାର

  • ଶ୍ରେଷ୍ଠ ଗୀତିକାର(ରାଜ୍ୟ ଚଳଚ୍ଚିତ୍ର ସମ୍ମାନ)
  • ସିକନ୍ଦର ସମ୍ମାନ
  • ଯଦୁମଣି ଦାସ ସ୍ମୃତି ପ୍ରତିଭା ସମ୍ମାନ
  • ଜାତୀୟ କଳା ପ୍ରତିଭା ସମ୍ମାନ
  • ଅକ୍ଷୟ ମହାନ୍ତି ଫାଉଣ୍ଡେସନ ସମ୍ମାନ

ଆଧାର

ବାହାର ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ