ପୋକେମୋନ ଗୋ

ପକେମୋନର ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବର୍ଦ୍ଧିତ ବାସ୍ତବତା ଯୁକ୍ତ ଭିଡିଓ ଗେମ

ପୋକେମୋନ ଗୋ ଏକ ନୂତନ ଭିଡିଓ ରିଆଲିଟି ଖେଳ ଯାହା ନିଆଣ୍ଟିକ ଦ୍ୱାରା, ମୋବାଇଲ ପାଇଁ ତିଆରି ହୋଇଛି ଏବଂ ୨୦୧୬ ଜୁଲାଇ ମାସ ୬ ତାରିଖରୁ ବିଶ୍ୱର ଅନେକ ରାଷ୍ଟ୍ରରେ ଉପଲବ୍ଧ ମଧ୍ୟ ହୋଇଛି । [୧]। ଏହି ଖେଳଟି ପୋକେମୋନ ଗୋ ପ୍ଲସ୍ ସହିତ ପ୍ରକାଶିତ ହେବ । ପୋକେମୋନ ଗୋ ପ୍ଲସ୍ ଏକ ଛୋଟ ପିନ୍ଧିହେଉଥିବା ଯନ୍ତ୍ର ଯାହା ନିଣ୍ଟେଣ୍ଡୋଦ୍ୱାରା ତିଆରି ହୋଇଛି । ଏହା ବ୍ଲୁଟୁଥ୍ଦ୍ୱାରା ବ୍ୟବହାରକାରୀମାନଙ୍କୁ ଏକ ସୂଚନା ପଠାଇଥାଏ ଯେବେ କୌଣସି ପୋକେମୋନ ବ୍ୟବହାରକାରୀଙ୍କ ପାଖରେ ଥାଏ । ଏହା ସୂଚନା ଦେବା ପାଇଁ ଏକ ଏଲ.ଇ.ଡ଼ି ଓ ଲାଇଟ ରମ୍ବଲର ବ୍ୟବହାର କରେ [୨]। ଏହି ଖେଳଟି ବ୍ୟବହାରକାରୀମାନଙ୍କୁ ପୋକେମୋନ ସାଇତିବା ପାଇଁ, ସେମାନଙ୍କ ଲଢେଇ କରିବା ପାଇଁ, ତାଙ୍କୁ ଶିଖେଇବା ପାଇଁ ଓ ଅବାସ୍ତବ ପୋକେମୋନମାନଙ୍କଦ୍ୱାରା ବ୍ୟାପାର କରିବାର ସୁଯୋଗ ଦିଏ [୨]। ଏହି ଖେଳକୁ ଖେଳିବାପାଇଁ କୌଣସି ମୁଦ୍ରା ଦେବାକୁ ପଡେ ନାହିଁ ଓ ଏହି ଖେଳ ମଧ୍ୟରୁ ଖେଳ ଜଡ଼ିତ ଜିନିଷ କିଣିବାର ସହଯୋଗ ମଧ୍ୟ ମିଳିଥାଏ ।[୩]

ଏହି ଖେଳ ପାଇଁ କଳ୍ପନା ୨୦୧୩ ମସିହାରୁ ନିଣ୍ଟେଣ୍ଡୋର ସାତୋରୁ ଇବାଟା ଏବଂ ପୋକେମୋନ କମ୍ପାନୀର ସୁନେକାଜୁ ଇଶିହାରାଙ୍କଦ୍ୱାରା ପ୍ରାରମ୍ଭ ହୋଇଥିଲା । ସେପ୍ଟେମ୍ବର ୧୦, ୨୦୧୫ ମସିହାରେ ଇଶିହାରା ଖେଳ ଘୋଷଣାରେ ତାଙ୍କ ଭାଷଣ ଇବାତାଙ୍କୁ ଉତ୍ସର୍ଗୀକୃତ କରିଥିଲେ ଯେ ଦୁଇ ମାସ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ [୪]। ଇଶିହାରା ଓ ତାଙ୍କ ସ୍ତ୍ରୀ ଇଂଗ୍ରେସ ଖେଳିଥିଲେ । ପ୍ରତ୍ୟେକ ପୋକେମୋନ ବିଶ୍ୱର ଅଲଗା ଅଲଗା ଜାଗାରେ ରହିବେ ଯେପରି ପାଣି ଜାତୀୟ ପୋକେମୋନ ପାଣିରେ ରହିବେ । ଏଥିରେ ବ୍ୟବହାରକାରୀମାନେ ନିଜ ନିଜ ପୋକେମୋନକୁ ନେଇ ବ୍ୟବସାୟ କରିବେ ଓ ନିଜର ପୋକେମୋନ ସଂଗ୍ରହ କରି ଏକତ୍ର କରିବେ । ଏହି ଖେଳ ସହିତ ଏକ ଘଣ୍ଟା ଭଳି ଯନ୍ତ୍ର ମଧ୍ୟ ଦିଆ ହୋଇଥିବ । ଏହି ଘଣ୍ଟା ଭଳି ଯନ୍ତ୍ର ମାଧ୍ୟମରୁ ବ୍ୟବହାରକାରୀ ନିଜ ପାଖରେ ଥିବା ପୋକେମୋନ ବିଷୟରେ ଜାଣିପାରିବେ ଓ ପୂର୍ବ ସୂଚିତ ହୋଇପାରିବ । ଏହି ଘଣ୍ଟା ଜାତୀୟ ଯନ୍ତ୍ରକୁ ନେଇ ପୋକେମୋନ ଗୋ ପ୍ଲସକୁ ଇଂଗ୍ରେସ ସହିତ ତୁଳନା କଲେ ପୋକେମୋନ ଗୋ ପ୍ଲସ ଜିତିବ । ନିଜ ପାଖରେ କୌଣସି ପୋକେମୋନ ଥିଲେ ସେହି ପୋକେମୋନ ଗୋ ପ୍ଲସ୍ ଘଣ୍ଟାଟି ଥରିବ[୫] । ଏହା ବିଷୟରେ ଜାଣିବା ପାଇଁ ପଛରେ ଆପ୍_ଟି ଦେଖି ପାରିବେ । ଏକ ସ୍ମାର୍ଟ ଘଣ୍ଟା ଆପ୍ ବଦଳରେ ଏକ ପୋକେମୋନ ଗୋ ପ୍ଲସ୍ ତିଆରି କରିବାର ସଂକଳନ ହେଇଥିଲା କାରଣ ଏହା ବ୍ୟବହାରକାରୀଙ୍କୁ ନିଜ ଆଡକୁ ଅଧିକ ଆକର୍ଷିତ କରିବ ଓ ଏହି ତୁଳନାରେ ସ୍ମାର୍ଟ ଘଣ୍ଟା ଅଧିକ ଟଙ୍କା ପଡିବ ।[୬]

ପୋକେମୋନ ଗୋ
Developer(s)Niantic
Publisher(s)The Pokémon Company
Distributor(s)Nintendo
SeriesPokémon
Platform(s)iOS
Android
Release date(s)
  • 2016
Genre(s)Augmented reality

କ୍ରୀଡ଼ା ଶୈଳୀ

ଏହି ଖେଳଟିରେ ଖେଳାଳିଙ୍କୁ ଏକ ଖେଳ ଆକାଉଣ୍ଟ ତିଆରି କରିବାକୁ ପଡ଼ିଥାଏ । ମୂଖ୍ୟତଃ ଏହି ଆକାଉଣ୍ଟ ଦୁଇ ପ୍ରକାରର, ପ୍ରଥମଟି ହେଉଛି ଗୁଗଲ ଲଗଇନ ଏବଂ ଦ୍ୱିତୀୟଟି ପୋକେମୋନ ଟ୍ରେନର କ୍ଲବ ଆକାଉଣ୍ଟ ଲଗଇନ । ପ୍ରଥମଥରରେ ଆପଟିରେ ଆପଣଙ୍କୁ ନିଜର କିଛି ତଥ୍ୟ ପ୍ରଦାନ କରିବାକୁ ପଡ଼ିଥାଏ, ଏବଂ ଏକ ଖେଳ ଚରିତ୍ର ଗଠନ କରିବାକୁ ପଡ଼ିଥାଏ । ଏହି ଖେଳ ଚରିତ୍ର ଗଠନ ହେଲାପରେ, ଖେଳାଳିଙ୍କୁ ଏକ ପ୍ରାରମ୍ଭିକ ପୋକେମୋନ ଚୟନ କରିବାକୁ ପଡ଼ିଥାଏ । ଏହାପରେ ଆରମ୍ଭ ହୋଇଯାଏ ପ୍ରକୃତ ଖେଳ, ଖେଳାଳିଙ୍କୁ ବିଭିନ୍ନ ସ୍ଥାନ ବୁଲିବୁଲି ପୋକେମୋନ ଧରିବାକୁ ପଡ଼ିଥାଏ ।

ବିଶ୍ୱ ଦରବାରରେ ପୋକେମୋନ ଗୋ

ଜୁଲାଇ ୬ ତାରିଖରେ ବିଶ୍ୱର କେତୋଟି ସ୍ଥାନରେ ଉନ୍ମୋଚନ ହୋଇଥିବା ଏହି ଖେଳ, ତିନୋଟି ସପ୍ତାହ ମଧ୍ୟରେ ୭୫ ଲକ୍ଷରୁ ଅଧିକ ଥର ଡାଉନଲୋଡ ହୋଇସାରିଛି । ଯାହାକି ଉଭୟ ଗୁଗଲର ପ୍ଲେ ଷ୍ଟୋର ଏବଂ ଆପଲର ଆପ ଷ୍ଟୋରରେ ଏକ ନୂଆ ରେକର୍ଡ ସୃଷ୍ଟି କରିଅଛି ।

ବିବାଦ

ପୋକେମୋନ ଗୋ ବିଶ୍ୱରେ ସଫଳତା ଅର୍ଜନ କରିଥିଲେ ମଧ୍ୟ, ବିବାଦର ଘେରାରୁ ଏହା ପାର ପାଇନାହିଁ । ଗେମ୍ ସର୍ଭରରେ ତ୍ରୁଟି ଏବଂ ବିଶ୍ୱ ବ୍ୟାପି ପ୍ରସାରକୁ ନେଇ ଏହା ପ୍ରଥମରୁ ହିଁ ବିବାଦରେ ରହି ଆସିଛି ।

ଆଧାର