ପୋଭିଡନ-ଆୟୋଡିନ

ପୋଭିଡନ-ଆୟୋଡିନ (ଇଂରାଜୀ ଭାଷାରେ Povidone-iodine ବା PVP-I, ଅନ୍ୟ ନାମ ଆୟୋଡୋପୋଭିଡନ/ iodopovidone), ଏକ ଆଣ୍ଟିସେପ୍ଟିକ (antiseptic) ଯାହା ଅପରେଶନ (surgery) ପୂର୍ବରୁ ଓ ପରେ ଚର୍ମ ଡିସଇନଫେକସନ (skin disinfection) ନିମନ୍ତେ ବ୍ୟବ‌ହାର କରାଯାଏ । [୧][୨] ଉଭୟ ରୋଗୀ ଓ ଚିକିତ୍ସକ ନିଜର ଚର୍ମ ଡିସଇନଫେକସନ ନିମନ୍ତେ ବ୍ୟବ‌ହାର କରିପାରିବେ । ଛୋଟ ଛୋଟ ଆଘାତରେ (wounds) ମଧ୍ୟ ଏହା ଦିଆଯାଏ । ପାଉଡର ବା ତରଳ ପଦାର୍ଥ ଆକାରରେ ଏହା ବ୍ୟବ‌ହାର କରାଯାଇପାରିବ ।[୨]

ପୋଭିଡନ-ଆୟୋଡିନ
Povidone-iodine applied to an abrasion using a cotton swab.
Clinical data
Trade namesWokadine, Pyodine, Betadine, others
Synonymspolyvidone iodine, iodopovidone
AHFS/Drugs.comInternational Drug Names
Routes of
administration
Topical
ATC code
Legal status
Legal status
  • US: OTC
Identifiers
IUPAC name
  • 2-Pyrrolidinone, 1-ethenyl-, homopolymer
CAS Number
PubChem CID
ChemSpider
  • none
UNII
ChEMBL
ECHA InfoCard100.110.412 Edit this at Wikidata
Chemical and physical data
Formula(C6H9NO)n•xI
Molar massvariable
 ☒NcheckY (what is this?)  (verify)

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଉତ୍ତେଜନା ହୋଇପାରେ । ବଡ଼ ଖଣ୍ଡିଆରେ ଲଗେଇଲେ ବୃକ୍‌କ ସମସ୍ୟା (kidney problems), ଅଧିକ ରକ୍ତ ସୋଡ଼ିଅମ (high blood sodium) ଓ ମେଟାବୋଲିକ ଏସିଡୋସିସ (metabolic acidosis) ହୋଇପାରେ ।[୧] ଲିଥିଅମ ଔଷଧ ନେଉଥିବା ଓ ଗର୍ଭାବସ୍ଥାରେ ଥିବା ମହିଳାମାନେ ଏହା ନେବାକୁ ମନା କରାଯାଏ । ଥାଇରଏଡ ସମସ୍ୟା (thyroid problems) ଥିଲେ ବାରମ୍ଭାର ଏହା ବ୍ୟବ‌ହାର କରିବାକୁ ସୁପାରିସ କରାଯାଏନାହିଁ ।[୨] ପୋଭିଡନ ଆୟୋଡିନ ଏକ ରାସାୟନିକ ଯୌଗିକ (chemical complex) ପଦାର୍ଥ ଯେଉଁଥିରେ ପୋଭିଡନ (povidone) ଓ ଏଲିମେଣ୍ଟ ଆୟୋଡିନ (iodine) ଥାଏ । ଏଥିରେ ୯%ରୁ ୧୧% ଆୟୋଡିନ ଥାଏ ।[୩] ଏହି ପଦାର୍ଥରୁ ଆୟୋଡିନ ନିର୍ଗତ ହୋଇ ଅଣୁଜୀବମାନଙ୍କୁ (microorganisms) ମାରିଦିଏ ।[୧]

ସନ ୧୯୫୫ରୁ ପୋଭିଡନ ଆୟୋଡିନର ବିକ୍ରୟ ଆରମ୍ଭ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ବିନା ପ୍ରେସକ୍ରିପସନରେ ମିଳେ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଲିଟର ୧୦% ଦ୍ରବଣରର ହୋଲସେଲ ମୂଲ୍ୟ ୩.୩୦ରୁ ୧୧.୪୦ ଆମେରିକୀୟ ଡଲାର ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହାର ମୂଲ୍ୟ ୧୦.୮୬ ପାଉଣ୍ଡ । ଅନେକ ପ୍ରକାର ନାମରେ ଏହା ବିକ୍ରୟ ହୁଏ ଓ ବିଟାଡିନ ଏହାର ଏକ ନାମ ।[୨]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ